ETV Bharat / bharat

ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରି ପୋତିଦେଲା ସ୍ତ୍ରୀ

author img

By

Published : Dec 31, 2022, 7:54 PM IST

ଉତ୍ତର ପ୍ରଦେଶରେ ପରକୀୟା ପ୍ରୀତିରୁ ସ୍ବାମୀକୁ ହତ୍ୟା (wife killed husband)। ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରି ପୋତି ଦେଲା ପତ୍ନୀ । ଉଭୟଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

ପ୍ରେମିକ ସହାୟତାରେ ସ୍ବାମୀକୁ ହତ୍ୟା କରି ପୋତି ଦେଲା ପତ୍ନୀ

ହାଇଦ୍ରାବାଦ: ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ । ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରି ଘରେ ପଛପଟେ ପୋତି ଦେଲା ସ୍ତ୍ରୀ (wife killed husband)। ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ନିଗାସାନ କୋଟୱାଲୀ ଅଞ୍ଚଳରୁ । ତଦନ୍ତ ଆଧାରରେ ପୋଲିସ ଅଭିଯୁକ୍ତ ପତ୍ନୀକୁ ଗିରଫ କରିବା ପରେ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ ହୋଇଛି । ପୋତା ଯାଇଥିବା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ଘଟଣାର ତଦନ୍ତ କରୁଥିବା ସ୍ଥାନୀୟ ପୋଲିସ ଇନ୍ସପେକ୍ଟର ଅରୁଣ କୁମାର ସିଂଙ୍କ ଅନୁଯାୟୀ, ଡିସେମ୍ବର 30ରେ ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିଲେ ପ୍ରେମୀ ଯୁଗଳ (wife killed husband)। ସ୍ଥାନୀୟ ବନଓ୍ବାରୀ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ପତ୍ନୀ ଜୁଲିକୁ ଜେରା କରିବା ବେଳେ ଏହା ଏକ ପରକୀୟା ପ୍ରୀତି ସମ୍ପର୍କିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା । ପତ୍ନୀ ଜୁଲି ତାର ପ୍ରେମିକ ସନ୍ତୋଷ କୁମାର ପାଲ ସହୟତାରେ ସ୍ବାମୀ ବନଓ୍ବାରୀଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲା । ପରେ ପ୍ରମାଣ ନଷ୍ଟ କରିବା ପାଇଁ ପ୍ରେମୀ ଯୁଗଳ ମୃତଦେହକୁ ଘର ପଛପଟେ ପୋତି ଦେଇଥିଲେ ।

ଜେରା ବେଳେ ଜୁଲି ପୋଲିସ ନିକଟରେ ସ୍ବୀକାର କରିଥିବା ତଥ୍ୟ ଅନୁସାରେ, ସନ୍ତୋଷ ସହ ତାର ଦୀର୍ଘ 5ବର୍ଷରୁ ଅଧିକ ସମୟ ଧରି ପ୍ରେମ ସମ୍ପର୍କ ରହି ଆସିଥିଲା । ଏସମ୍ପର୍କରେ ସ୍ବାମୀ ବନଓ୍ବାରୀ ଜାଣିବା ପରେ ଦମ୍ପତିଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ଏହାକୁ ନେଇ ସ୍ବାମୀ ବନଓ୍ବାରୀ ପତ୍ନୀ ଜୁଲିକୁ ବାଧା ମଧ୍ୟ ଦେଇଥିଲେ । ତେଣୁ ପ୍ରେମୀଯୁଗଳ ବନଓ୍ବାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ଯୋଜନା ମୁତାବକ ବନଓ୍ବାରୀଙ୍କୁ ହତ୍ୟା କରିଥିଲେ ଉଭୟ । ପୋଲିସ ଅଭିଯୁକ୍ତ ପତ୍ନୀ ଓ ତାର ପ୍ରେମିକକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.