ETV Bharat / bharat

କର୍ଣ୍ଣାଟକରେ ଚାଞ୍ଚଲ୍ୟ: ପତ୍ନୀର ମୃତ୍ୟୁପରେ ୪ ପିଲାଙ୍କ ସହ ସ୍ବାମୀର ଆତ୍ମହତ୍ୟା

ମହିଳାଙ୍କ ବିୟୋଗରେ ଚାଲିଗଲା ୫ଟି ଜୀବନ । ଲିଭିଗଲା ଗୋଟିଏ ପରିବାରର ଚିହ୍ନବର୍ଣ୍ଣ । ପତ୍ନୀର ମୃତ୍ୟୁରେ ଭାଙ୍ଗି ପଡି ନିଜ ୪ ପିଲାଙ୍କ ସହ ଆତ୍ମହତ୍ୟା କରିଛି ହତଭଗା ସ୍ବାମୀ । ଅଧିକ ପଢନ୍ତୁ...

କର୍ଣ୍ଣାଟକରେ ଚାଞ୍ଚଲ୍ୟ: ପତ୍ନୀର ମୃତ୍ୟୁପରେ ୪ ପିଲାଙ୍କ ସହ ସ୍ବାମୀର ଆତ୍ମହତ୍ୟା
କର୍ଣ୍ଣାଟକରେ ଚାଞ୍ଚଲ୍ୟ: ପତ୍ନୀର ମୃତ୍ୟୁପରେ ୪ ପିଲାଙ୍କ ସହ ସ୍ବାମୀର ଆତ୍ମହତ୍ୟା
author img

By

Published : Oct 23, 2021, 7:55 PM IST

ବେଙ୍ଗାଲୁରୁ: ସ୍ତ୍ରୀର ବିଚ୍ଛେଦ ନେଲା ୫ ଜଣଙ୍କ ଜୀବନ । ପତ୍ନୀର ବିୟୋଗକୁ ସହ୍ୟ କରିନପାରି ଶେଷରେ ନିଜ ୪ଟି ସନ୍ତାନ ସହ ବିଷ ପିଇ ଆତ୍ମହତ୍ୟା କରିଛି ହତଭାଗା ସ୍ବାମୀ । ଏଭଳି ଦୁଃଖଦ ଘଟଣା କର୍ଣ୍ଣାଟକ ବେଲାଗଭି ଜିଲ୍ଲାର ବୋରାଗଲ ଗ୍ରାମରେ ଦେଖିବାକୁ ମିଳିଛି ।

ମହିଳା ଜଣକ ବ୍ଲାକ ଫଙ୍ଗସ ଦ୍ବାରା ସଂକ୍ରମିତ ହୋଇ ଶେଷରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ସ୍ତ୍ରୀର ବିୟୋଗକୁ ସହଜରେ ଗ୍ରହଣ କରିପାରିନଥିଲା ହତଭାଗା ସ୍ବାମୀ ଗୋପାଳ ହାଦିମନି(୪୬) । ସ୍ତ୍ରୀର ବିଚ୍ଛେଦଠାରୁ ତାଙ୍କୁ ଆତ୍ମହତ୍ୟା ଲାଗିଥିଲା ସହଜ । ଏଥିଲାଗି ସେ ନିଜ ୪ ସନ୍ତାନ ସୌମା(୧୯), ଶ୍ବେତା(୧୬), ସାକ୍ଷୀ(୧୧) ଓ ସୃଜନ(୮)ଙ୍କ ସହ ବିଷ ପିଇ କରିଛନ୍ତି ଆତ୍ମହତ୍ୟା ।

ମୃତ ମହିଳାଙ୍କ ନାମ ଜୟା ବୋଲି ଜଣାପଡ଼ିଛି । ସେ ଗତ ଜୁଲାଇ ୬ ତାରିଖରେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଏହାପରେ ଗୋପାଳ ଆତ୍ମହତ୍ୟା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.