ETV Bharat / bharat

Gujarat Bridge Collapse: କାହିଁକି ଘଣ୍ଟା ପ୍ରସ୍ତୁତକର୍ତ୍ତା କମ୍ପାନୀକୁ ମିଳିଥିଲା ବ୍ରିଜ ମରାମତି ଦାୟିତ୍ବ ? - ଗୁଜୁରାଟ ଝୁଲାପୋଲ ଦୁର୍ଘଟଣା

ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ଠିକାସଂସ୍ଥା ଓରେଭା କମ୍ପାନୀକୁ ଦାୟୀ କରାଯାଇଛି । ଓଭେରା ଏକ ଘଣ୍ଟା ନିର୍ମାଣ କମ୍ପାନୀ ଅଟେ । ପୂର୍ବରୁ ବ୍ରିଜ ନିର୍ମାଣ ଓ ମରାମତି ନେଇ ଏହାର କୌଣସି ଅଭିଜ୍ଞତା ନାହିଁ । ଏପରି ସ୍ଥଳେ କେମିତି ଏହି କମ୍ପାନୀକୁ ଝୁଲାପୋଲ ମରାମତି ଦାୟିତ୍ବ ଦିଆଗଲା ତାହା ଏବେ ବଡ ପ୍ରଶ୍ନ ହୋଇଛି । ଅଧିକ ପଢନ୍ତୁ

Gujarat Bridge Collapse: କାହିଁକି ଘଣ୍ଟା କମ୍ପାନୀକୁ ମିଳିଥିଲା ବ୍ରିଜ ମରାମତି ଦାୟିତ୍ବ ?

author img

By

Published : Nov 1, 2022, 10:40 AM IST

ଗାନ୍ଧୀନଗର: ଗୁଜୁରାଟ ମୋର୍ବି ଜିଲ୍ଲା ମାଛୁ ନଦୀ ଉପରେ ୧୦୦ ବର୍ଷ ପୁରୁଣା ଝୁଲା ପୋଲ ଭୁଶୁଡି ଯିବାରୁ ୧୩୪ ଜଣଙ୍କ ଜୀବନ ଯାଇଛି(Gujarat Bridge Collapse) । ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି । ଝୁଲା ପୋଲର ଦୁର୍ଘଟଣା ପାଇଁ ଏହାର ମରାମତି କରିଥିବା ଓରେଭା କମ୍ପାନୀ ଉପରେ ସବୁ ଦୋଷ ଲଦି ଦିଆଯାଇ ୯ ଜଣଙ୍କୁ ଗିରଫ କରାଯାଇଛି । ହେଲେ ଏସବୁ ଭିତରେ ଚକିତ କଲାଭଳି ଏକ ବିଷୟ ସାମ୍ନାକୁ ଆସିଛି । ତାହା ହେଉଛି, ବ୍ରିଜ ମରାମତି କରିଥିବା ଓରେଭା ଏକ ଘଣ୍ଟା ନିର୍ମାଣକାରୀ କମ୍ପାନୀ ଅଟେ । ପୋଲ ନିର୍ମାଣ କିମ୍ବା ମରାମତି କାର୍ଯ୍ୟ ନେଇ ଏହି କମ୍ପାନୀର କୌଣସି ପୂର୍ବ ଟ୍ରାକ ରେକର୍ଡ ନାହିଁ । ଏପରି ସ୍ଥଳେ ଏକ ଶତାଦ୍ଦୀ ପୁରୁଣା ଝୁଲାପୋଲର ମରାମତି କାର୍ଯ୍ୟ କିପରି ଏହି ଅଭିଜ୍ଞତାହୀନ ଠିକାସଂସ୍ଥାକୁ ଦିଆଗଲା ତାହା ବର୍ତ୍ତମାନରେ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟ କରିଛି ।

Gujarat Bridge Collapse: କାହିଁକି ଘଣ୍ଟା କମ୍ପାନୀକୁ ମିଳିଥିଲା ବ୍ରିଜ ମରାମତି ଦାୟିତ୍ବ ?
Gujarat Bridge Collapse: କାହିଁକି ଘଣ୍ଟା କମ୍ପାନୀକୁ ମିଳିଥିଲା ବ୍ରିଜ ମରାମତି ଦାୟିତ୍ବ ?

ଓରେଭା ଗ୍ରୁପ(Oreva group) CFL ବିଦ୍ୟୁତ ବଲ, କାନ୍ଥ ଘଣ୍ଟା ଏବଂ ଇ-ବାଇକ ଇତ୍ୟାଦି ନିର୍ମାଣ କରେ । ୫ ଦଶନ୍ଧି ତଳେ ଉଦ୍ଧବଜୀ ରାଘଜୀ ପଟେଲ ଏହାକୁ ପ୍ରତିଷ୍ଠା କରିଥିଲେ । ଏହି କମ୍ପାନୀ ପ୍ରସିଦ୍ଧ ଅଜନ୍ତା ଓ Orpat ବ୍ରାଣ୍ଡ ଅଧିନରେ କାନ୍ଥ ଘଣ୍ଟା ତିଆରି କରେ । ବ୍ରିଜ ନିର୍ମାଣ କିମ୍ବା ମରାମତିରେ କମ୍ପାନୀର ସାମାନ୍ୟତମ ଅଭିଜ୍ଞତା ନାହିଁ । ତଥାପି ଏହି କମ୍ପାନୀ ବ୍ରିଟିଶ ଅମଳର ଝୁଲାପୋଲ ମରାମତି କଣ୍ଟ୍ରାକ୍ଟ ପାଇଥିଲା ।

ଗତ ମାର୍ଚ୍ଚ ୨୭ରେ ଝୁଲାପୋଲ ମରାମତି ପାଇଁ ମୋର୍ବି ମ୍ୟୁନିସିପାଲିଟି ଓ ଓରେଭା କମ୍ପାନୀ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଶେଷରେ ୭ ମାସ ଧରି ପୋଲର ନବୀକରଣ କାର୍ଯ୍ୟ ସରିବା ପରେ ଅକ୍ଟୋବର ୨୬ରେ ଏହାକୁ ସର୍ବସାଧରଣଙ୍କ ପାଇଁ ଆନୁଷ୍ଠାନିକ ଭାବେ ଖୋଲା ଯାଇଥିଲା । ଏପରିକି ୮ରୁ ୧୦ ବର୍ଷ ଯାଏଁ ପୋଲଟି ଠିକ୍ ରହିବ ବୋଲି ଠିକାସଂସ୍ଥା ଦାବି କରିଥିଲା । ହେଲେ ରବିବାର ସନ୍ଧ୍ୟାରେ ଝୁଲାପୋଲଟି ଭୁଶୁଡି ଯାଇଥିଲା । ଏକ ଅଭିଜ୍ଞତାଶୂନ୍ୟ ଠିକାସଂସ୍ଥାକୁ ପୋଲ ମରାମତି ଦାୟିତ୍ବ ଦିଆଯିବାରୁ ଏହି ବଡ ଅଘଟଣ ଘଟିଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ଏହି ଘଟଣା ସ୍ଥାନୀୟ ପ୍ରଶାସନର ଚରମ ଅବହେଳାକୁ ମଧ୍ୟ ପଦାରେ ପକାଇଛି ।

ଏହାମଧ୍ୟ ପଢନ୍ତୁ: Morbi bridge collapse: ଆଜି ମୋର୍ବି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ଅନ୍ୟପଟେ ମରାମତି ପରେ ଉକ୍ତ ପୋଲରେ ଯାତାୟତ ପାଇଁ ଯୋଗ୍ୟ ବା ଫିଟନେସ ସାର୍ଟିଫିକେଟ ମିଳିନଥିବା ମୋର୍ବି ମ୍ୟୁନିସିପାଲିଟି ପକ୍ଷରୁ କୁହାଯାଇଛି । ମ୍ୟୁନିସିପାଲିଟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ''ବ୍ରିଜଟି ବିପଦଜ୍ଜନକ ଅବସ୍ଥାରେ ରହିଥିଲା । ଓରେଭା ଗ୍ରୁପ ଏହାର ମରାମତି କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । ଏଥିପାଇଁ କମ୍ପାନୀ ଅଧିକାରୀ ଓ ମୋର୍ବି ଜିଲ୍ଲାପାଳଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ପରେ ଓରେଭା କମ୍ପାନୀକୁ ମରାମତି ଦାୟିତ୍ବ ଦେବା ଲାଗି ରାଜିନାମା ହୋଇଥିଲା ।'' ତେଣୁ ଏହି ଅଘଟଣ ପାଇଁ ଠିକାସଂସ୍ଥା ସହ ସ୍ଥାନୀୟ ପ୍ରଶାସନ ମଧ୍ୟ ଦାୟୀ ବୋଲି କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.