ETV Bharat / bharat

ସୁଶାନ୍ତ ସିଂ ମୃତ୍ୟୁ ତଦନ୍ତରେ କାହିଁକି ଚୁପ୍‌ ସିବିଆଇ: ମହାରାଷ୍ଟ୍ର କଂଗ୍ରେସ

author img

By

Published : Nov 2, 2020, 5:11 PM IST

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ 5ମାସ ବିତିଯାଇଥିଲେ ମଧ୍ୟ ଏହାର କାରଣ ସଂପର୍କରେ ଜଣାପଡିନାହିଁ । ତେବେ ମାମଲାର ତଦନ୍ତ ସଂପର୍କରେ ସିବିଆଇ କୌଣସି ସୂଚନା କାହିଁକି ଦେଉନାହିଁ ବୋଲି ମହାରାଷ୍ଟ୍ର କଂଗ୍ରେସ ପ୍ରଶ୍ନ କରିଛି । ଅଧିକ ପଢନ୍ତୁ...

Why CBI silents in status of Sushant singh's case: Maharashtra Congress
ସୁଶାନ୍ତ ସିଂ ମୃତ୍ୟୁର ଅନୁସନ୍ଧାନ ସ୍ଥିତି ସଂପର୍କରେ କାହିଁକି ଚୁପ୍‌ ସିବିଆଇ: ମହାରାଷ୍ଟ୍ର କଂଗ୍ରେସ

ମହାରାଷ୍ଟ୍ର: ସୁଶାନ୍ତ ସିଂ ରାଜପୁତଙ୍କ ମୃ୍ତ୍ୟୁ ମାମଲାର ଅନୁସନ୍ଧାନ ସିବିଆଇ ଦ୍ବାରା ଜାରି ରହିଛି । ତେବେ ଏହାର ତଦନ୍ତ ସଂପର୍କରେ ସିବିଆଇ କୌଣସି ସୂଚନା କାହିଁକି ଦେଉନାହିଁ ବୋଲି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି(ଏମପିସିସି) ପ୍ରଶ୍ନ ଉଠାଇଥିବା ସୂଚନା ମିଳିଛି ।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସଚିନ ସାୱନ୍ତଙ୍କ ଟ୍ବିଟ୍‌

ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ଘଟଣାରେ ନୂଆଦିଲ୍ଲୀସ୍ଥିତ ଅଲ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ପ୍ୟାନେଲ ରିପୋର୍ଟ ଅକ୍ଟୋବରରେ ସାର୍ବଜନୀନ କରିଥିଲା। କିନ୍ତୁ ଏହା ପରେ ଏହି ଘଟଣାରେ କୌଣସି ସୂଚନା ମିଳିନାହିଁ । ତେବେ ବିହାର ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ରାଜନୈତିକ ଚାପ ଯୋଗୁଁ କୌଣସି ସୂଚନା ଦେଉନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି।

ଦଳର ସାଧାରଣ ସଂପାଦକ ସଚିନ ସାୱନ୍ତ ସୋମବାର ଏ ସଂପର୍କରେ ଟ୍ବିଟ କରି କହିଛନ୍ତି , " ବିହାର ନିର୍ବାଚନ ପାଇଁ ସିବିଆଇ ଆଚରଣ ବିଧି ଅନୁସରଣ କରୁଛି କି ? ଦିଲ୍ଲୀ ଏମ୍ସ ହସ୍ପିଟାଲ ରିପୋର୍ଟ ଦାଖଲ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଏବଂ ବିବୃତ୍ତି କାହିଁକି ଦିଆଯାଇ ନାହିଁ ? AIIMS ରିପୋର୍ଟକୁ ସାର୍ବଜନୀନ ହେବାର ଏକ ମାସ ବିତିଯାଇଛି । ତେବେ ବିହାର ନିର୍ବାଚନ ଶେଷ ନହେବା ପର୍ଯ୍ୟନ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ସୂଚନାକୁ ସାର୍ବଜନୀନ କରିବାକୁ ମନା କରିଛନ୍ତି କି ?" ବୋଲି ସେ ପ୍ରଶ୍ନ କରିଛନ୍ତି ।

AIIMS ପ୍ୟାନେଲ ଦୁଇ ମାସରୁ ଅଧିକ ସମୟ ହେବ ରିପୋର୍ଟ ଦାଖଲ କରିଲାଣି, କିନ୍ତୁ ସିବିଆଇ ଏହି ଘଟଣାର ଅନୁସନ୍ଧାନର ସ୍ଥିତି ଉପରେ କୌଣସି ଗୋଟିଏ ଶବ୍ଦ ନ କରିବା ସଚିନ ସାୱନ୍ତଙ୍କୁ ଆଶ୍ଟର୍ଯ୍ୟନ୍ବିତ କରିଛି । ରାଜପୁତଙ୍କ ମୃତ୍ୟୁ ବିଷ କାରଣରୁ ହୋଇଥିବାର ସମ୍ଭାବନା ଅଛି ବୋଲି ଏମ୍ସ ପ୍ୟାନେଲ ରିପୋର୍ଟରେ ଦର୍ଶାଇଛି।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ଜୁନ 14ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ଆପାର୍ଟମେଣ୍ଟରେ ମୃତ୍ୟୁବରଣ କରିଥିଲେ । ଅଭିନେତାଙ୍କ ଏଭଳି ହଠାତ୍‌ ମୃ୍ତ୍ୟୁର କାରଣ ସଂପର୍କରେ ଜାଣିବା ମାମଲାକୁ ମୁମ୍ବାଇ ପୋଲିସ ଅଗଷ୍ଟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇକୁ ହସ୍ତାନ୍ତର କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.