ETV Bharat / bharat

Vaccination: ଟୀକା ନ ନେଲେ ଗଣିବେ 500

author img

By

Published : Jun 5, 2021, 9:32 PM IST

ମ୍ୟୁନସିପାଲ କର୍ପୋରେସନର ନିଆରା ପଦକ୍ଷେପ । ଭ୍ୟାକ୍ସିନ ନେଉନଥିବା ଲୋକଙ୍କ ଠାରୁ ଆଦାୟ କରିବ 500 ଫାଇନ । ଅଧିକ ପଢନ୍ତୁ...

Vaccination
Vaccination: ଟୀକା ନ ନେଲେ ଗଣିବେ 500

ଔରଙ୍ଗାବାଦ: ମ୍ୟୁନସିପାଲ କର୍ପୋରେସନର ନିଆରା ପଦକ୍ଷେପ । ଭ୍ୟାକ୍ସିନ ନେଉ ନଥିବା ଲୋକଙ୍କ ଠାରୁ ଆଦାୟ କରିବ 500 ଫାଇନ । ଏଭଳି ପଦକ୍ଷେପ ନେଇ ଭ୍ୟାକ୍ସିନେସନକୁ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛି ଔରଙ୍ଗାବାଦ ମ୍ୟୁନିସପାଲ କର୍ପୋରେସନ ।

ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି କୋରୋନା ଟୀକାକରଣକୁ ଅଗ୍ରାଧିକାର ଦିଆଯାଇଛି । ଏଭଳି ପରିସ୍ଥିତିରେ କୋରୋନା ଟିକାକରଣ ପ୍ରକ୍ରିୟାରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଚେଷ୍ଟା କରିଛି ଔରଙ୍ଗାବାଦ ମ୍ୟୁନିସପାଲ କର୍ପୋରେସନ । ଔରଙ୍ଗାବାଦାରେ କୌଣସି ବି ଲୋକ କୋରୋନା ଟିକା ନନେଇ ବୁଲୁଥିଲେ ତାଙ୍କୁ 500 ଟଙ୍କା ଜୋରିମାନା କରାଯିବା ନିଷ୍ପତି ନେଇଛି ।

ଏହି ନିୟମ କେବଳ 45 ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ପ୍ରଯୁଜ୍ୟ । କର୍ପୋରେସନ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଔରଙ୍ଗାବାଦର ଜନସଂଖ୍ୟା ପ୍ରାୟ 17 ଲକ୍ଷ । ଏହାରି ମଧ୍ୟରେ ସହରରେ ପ୍ରାୟ 3.08 ଲକ୍ଷ ଲୋକ ଟିକା ନେଇଛନ୍ତି, ଯାହା ସହରର ମୋଟ ଜନସଂଖ୍ୟାର 20 ପ୍ରତିଶତ ଅଟେ। ଫ୍ରଣ୍ଟଲାଇନ କର୍ମଚାରୀମାନେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରନ୍ତି । ଟୀକାକରଣ ପ୍ରତିଶତ ବୃଦ୍ଧି କରି ଆମେ କୋରୋନାକୁ ନିୟନ୍ତ୍ରଣ କରିପାରିବା, ତେଣୁ ଉପରୋକ୍ତ 45 ବର୍ଷ ବର୍ଗରେ ଟୀକାକରଣର ଶତକଡ଼ା ବୃଦ୍ଧି କରିବାକୁ ନିଗମ ଏହି ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି। ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.