ETV Bharat / bharat

Uttarakhand CM Race: କିଏ ହେବେ ମୁଖ୍ୟମନ୍ତ୍ରୀ ? ଦୌଡରେ ଏକାଧିକ ଚେହେରା

ଉତ୍ତରାଖଣ୍ଡରେ ବିଜେପି ପୁଣି ଥରେ ପ୍ରଚଣ୍ଡ ବହୁମତ ସହ କ୍ଷମତା ବଜାୟ ରଖିଛି । ଏହି ବମ୍ପର ବିଜୟ ପାଇଁ ନେତୃତ୍ବ ନେଇଥିବା ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କିନ୍ତୁ ନିର୍ବାଚନରେ ପରାସ୍ତ ହୋଇଛନ୍ତି । ଫଳରେ ଦେବଭୂମି ଉତ୍ତରାଖଣ୍ଡର କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଦିଲ୍ଲୀରୁ ଡେରାଡୁନ ଯାଏଁ ଆରମ୍ଭ ହୋଇଛି ଅଙ୍କକଷା । ଅଧିକ ପଢନ୍ତୁ

author img

By

Published : Mar 11, 2022, 7:03 PM IST

Updated : Mar 11, 2022, 7:31 PM IST

କିଏ ହେବେ ମୁଖ୍ୟମନ୍ତ୍ରୀ
କିଏ ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ (Uttarakhand) ରେ ବିଜେପି ପୁଣି ଥରେ ପ୍ରଚଣ୍ଡ ବହୁମତ ସହ କ୍ଷମତା ବଜାୟ ରଖିଛି । ଏହି ବମ୍ପର ବିଜୟ ପାଇଁ ନେତୃତ୍ବ ନେଇଥିବା ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ (Pushkar Singh Dhami) କିନ୍ତୁ ନିର୍ବାଚନରେ ପରାସ୍ତ ହୋଇଛନ୍ତି । ଫଳରେ ଦେବଭୂମି ଉତ୍ତରାଖଣ୍ଡର କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଦିଲ୍ଲୀରୁ ଡେରାଡୁନ ଯାଏଁ ଆରମ୍ଭ ହୋଇଛି ଅଙ୍କକଷା ।

ଧନ ସିଂ ରାୱତ

ତେବେ ପ୍ରାରମ୍ଭିକ ଚର୍ଚ୍ଚା ଆଲୋଚନା ଅନୁସାରେ ଜଣେ ନିର୍ବାଚିତ ବିଧାୟକଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯିବ । ଯେଉଁମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ଧାମୀ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ଧନ ସିଂ ରାୱତ । ଯାହାଙ୍କର ସଂଗଠନରେ ଦକ୍ଷତା ଅଛି, ସଂଘ ସହିତ ଉତ୍ତମ ସମ୍ପର୍କ ରହିଛି । କେନ୍ଦ୍ରୀୟ ନେତୃତ୍ବ ସହ ପୁରା ସିଧା ସଳଖ ସମ୍ପର୍କରେ ବି ରହି ଆସିଛନ୍ତି । ଏହାସହ ରାଜ୍ୟର ଜଣେ ଲୋକପ୍ରିୟ ନେତା ମଧ୍ୟ । ଏହାବାଦ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତଙ୍କ ପାଖ ଲୋକ ଭାବେ ବେଶ ଜଣାଶୁଣା ।

ସତପାଲ ମହାରାଜ

ଯଦି କୌଣସି କାରଣରୁ ଧନ ସିଂ ରାୱତ ମୁଖ୍ୟମନ୍ତ୍ରୀ ଦୌଡରୁ ବାଦ ପଡନ୍ତି ତେବେ ଆଧ୍ୟାତ୍ମିକ ଗୁରୁ ତଥା ଚୌବଟ୍ଟାଖ୍ୟାଲ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସତପାଲ ମହାରାଜଙ୍କୁ ସୁଯୋଗ ମିଳିପାରେ । ସତପାଲ ମହାରାଜ 2014 ରେ କଂଗ୍ରେସରୁ ବିଜେପିକୁ ଆସିଛନ୍ତି, ବିଜେପିକୁ ଆସିବା ପରେ ଅଧିକ କ୍ଷମତାଶାଳୀ ହେବା ସହ ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ବାହାରକୁ ମଧ୍ୟ ଯାଉଛନ୍ତି । ଏହାସହ ବିଜେପିର ଦିନୁକୁ ଦିନ ତାଙ୍କର ଗୁରୁତ୍ବ ବଢିବାରେ ଲାଗିଛି । ଗତ 3 ଥର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସମୟରେ ସତପାଲ ମହାରାଜଙ୍କ ନା ମଧ୍ୟ ଚର୍ଚ୍ଚା ହୁଏ । କିନ୍ତୁ ତାଙ୍କୁ ସୁଯୋଗ ମିଳିପାରି ନାହିଁ । ଏଥର ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନ ରହିଛି । ତାଙ୍କ ସପକ୍ଷରେ ଆଉ ଏକ ବଡ କଥା ହେଉଛି, ସଂଘ ପ୍ରମୁଖ ମୋହନ ଭାଗବତଙ୍କ ସହ ରହିଛି ନିବିଡ ସମ୍ପର୍କ ।

ଅଜୟ ଭଟ୍ଟ

ଅଜୟ ଭଟ୍ଟ ନୈନିତାଲ- ଉଦ୍ଧମ ସିଂହ ନଗରରୁ ଲୋକସଭାକୁ ନିର୍ବାଚିତ ହୋଇ ବର୍ତ୍ତମାନ କେନ୍ଦ୍ର ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଛନ୍ତି । ସେ ମଧ୍ୟ ଜଣେ ବରିଷ୍ଠ ଅନୁଭବୀ ନେତା । ଏହାସହ ସଂଗଠନ ଓ ସଂଘ ସହ ତାଙ୍କର ସୁଦୃଢ ସମ୍ପର୍କ ରହିଛି । 2017 ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଦଳ ତାଙ୍କୁ 2019 ଲୋକସଭା ନିର୍ବାଚନ ଲଢିବା ପାଇଁ ଗୁରୁତ୍ବପୂର୍ଣ୍ଣ ନୈନିତାଲ- ଉଦ୍ଧମ ସିଂହ ନଗରରୁ ଲୋକସଭାରୁ ଟିକେଟ ଦେଇଥିଲା । ଆଉ ସେ ବିଜୟୀ ମଧ୍ୟ ହୋଇଥିଲେ ।

ଅନୀଲ ବାଲୁନୀ

ସାମ୍ବାଦିକତାରୁ ରାଜନେତା ହୋଇଥିବା ରାଜ୍ୟସଭା ସାଂସଦ ଅନୀଲ ବାଲୁନୀଙ୍କୁ ମଧ୍ୟ ହାଇକମାଣ୍ଡ ସୁଯୋଗ ଦେଇପାରନ୍ତି । କାରଣ ମୋଦି ଶାହାଙ୍କ ଅତ୍ୟନ୍ତ ବିଶ୍ବସ୍ତ ଓ ଭରସାଯୋଗ୍ୟ ହେଉଛନ୍ତି ଅନିଲ । ଯେବେ ଯେଉଁ ଦାୟିତ୍ବ କେନ୍ଦ୍ର ନେତୃତ୍ବ ଦେଇଛି ଅନୀଲ ତାକୁ ସଫଳତାର ସହ କରିଛନ୍ତି । ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନିଲଙ୍କ ସହ ତାଙ୍କ ଭଲ ସମ୍ପର୍କ ରହିଆସିଛି । ଏହାସହ ମୋଦି ପ୍ରଧାନମନ୍ତ୍ରୀ ହେଲା ପରେ ଅନିଲଙ୍କ ଗୁରୁତ୍ବ ଆହୁରି ବଢିଥିଲା । ତାଙ୍କୁ ପ୍ରଥମେ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ଦାୟିତ୍ବ ମିଳିଥିଲା । ପରେ ମିଡିଆ ପ୍ରମୁଖ ଦାୟିତ୍ବ ପାଇଥିଲେ । ପରେ ତାଙ୍କୁ ରାଜ୍ୟସଭା ପଠାଇଛି ଦଳ । ଦିଲ୍ଲୀରେ ରହୁଥିଲେ ମଧ୍ୟ ନିଜ ଗୃହରାଜ୍ୟ ଉତ୍ତରାଖଣ୍ଡର ବିକାଶ ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ତେଣୁ ତାଙ୍କୁ ଭରସା କରିପାରନ୍ତି ମୋଦି ।

ମଦନ କୌଶିକ

ମଦନ କୌଶିକ ରାଜ୍ୟ ସଭାପତି ଭାବେ ମଧ୍ୟ ଆଶାୟୀ ଅଛନ୍ତି । ଏହାବାଦ ମଦନ ହରିଦ୍ବାର ଆସନରୁ ଲଗାତାର 5 ଥର ପାଇଁ ନିର୍ବାଚନ ଜିତିଛନ୍ତି । କିନ୍ତୁ ହରିଦ୍ବାର ଜିଲ୍ଲାରେ ଚଳିତ ନିର୍ବାଚନରେ ବିଜେପି ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଛି । ମୋଟ 11 ଟି ଆସନରୁ ମାତ୍ର 3 ଟି ଜିତିଛି । 2017 ରେ ଦଳ ଏଠାରେ 8 ଟି ଆସନ ଦଖଲ କରିଥିଲା । ଏହାବାଦ ଟିକେଟ ବଣ୍ଟନକୁ ନେଇ ଦଳୀୟ ନେତା ସିଧା ସଳଖ ମଦନଙ୍କ ବିରୋଧରେ ବିଷୋଦଗାର କରିବାକୁ ପଛାଇ ନଥିଲେ । ତାଙ୍କ ବିରୋଧରେ କେନ୍ଦ୍ରୀୟ ନେତାଙ୍କ ପାଖରେ ଫେରାଦ ହୋଇଥିଲେ । କେନ୍ଦ୍ରୀୟ ନେତା ନିର୍ବାଚନ ବ୍ୟସ୍ତତା ପାଇଁ ଅଭିଯୋଗର କୌଣସି ନିଷ୍ପତ୍ତି ନେଇନାହାଁନ୍ତି। ଏହି ପରିପ୍ରେକ୍ଷିରେ ମଦମ ଆଶାୟୀରୁ ବାଦ ପଡିବା ଥୟ ।

ପୁଷ୍କର ସିଂ ଧାମୀ

ବିଦାୟୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ମଧ୍ୟ ଆଉ ଥରେ ସୁଯୋଗ ମିଳିପାରେ । ନିର୍ବାଚନ ହାରିଥିଲେ ସୁଦ୍ଧା ମୋଦି ଶାହା ତାଙ୍କ ଉପରେ ପୁଣି ଥରେ ବିଶ୍ବାସ କରିବା ବଡ କଥା ନୁହେଁ । ଯଦି ଏହା ହୁଏ ପୁଣି ଉପ-ନିର୍ବାଚନ କରିବାକୁ ପଡିବ । ଏପରି ସ୍ଥିତିରେ ପୁଷ୍କରଙ୍କ ପାଇଁ କୌଣସି ବିଧାୟକଙ୍କୁ ଆସନ ଛାଡିବାକୁ ପଡିବ । ପୁଷ୍କରଙ୍କ ପାଇଁ ଏକ ଖୁସି ଖବର ହେଉଛି ତାଙ୍କ ପାଇଁ ନିଜ ଆସନ ଛାଡିବାକୁ ଘୋଷଣା କରିସାରିଛନ୍ତି ଦଳୀୟ ନେତା ତଥା ଚମ୍ପାବତ ବିଧାୟକ କୈଳାଶ ଚନ୍ଦ୍ର ଗହତୋଡୀ । ଫଳରେ ପୁଷ୍କର ପୁଣି ଥରେ ଫେରିବା ଆଶ୍ଚର୍ଯ୍ୟ ଜନକ ହୋଇନପାରେ ।

ରମେଶ ପୋଖରୀୟାଲ ନିଶଙ୍କ

ଯଦି ମୋଦି ଶାହା ଅନ୍ୟ କୌଣସି ବିକଳ୍ପ କିମ୍ବା ଉଦ୍ଦେଶ୍ୟ ସାଧନ ପାଇଁ ଚିନ୍ତା କରନ୍ତି, ତେବେ ବରିଷ୍ଠ ଅନୁଭବୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ନାଁ କୁ ବିଚାର କରିପାରନ୍ତି । କାରଣ ରମେଶ ପୋଖରୀୟାଲ ଜଣେ ବ୍ରାହ୍ମଣ ଚେହେରା । ଏହାସହ ପୂର୍ବରୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ କାମ କରିସାରିଛନ୍ତି । ତାଙ୍କର ସଂଗଠନ ଓ ସରକାରରେ ଦକ୍ଷତା ସହ ଅନୁଭବ ରହିଛି । ପୁଣି ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରୋଡମ୍ୟାପ ଆରମ୍ଭ କରିଛନ୍ତି ବିଜେପି ହାଇକମାଣ୍ଡ । ଏହାସହ ରମେଶ ମୋଦି ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ 2 ବର୍ଷ ଦେଶର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ତେବେ ଗତ କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ବେଳେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ ମୁକ୍ତ କରିବା ପାଇଁ ନିବେଦନ କରିଥିଲେ । ଫଳରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ବିଧାନସଭା ନିର୍ବାଚନ ବେଳେ ପୁଣି ଥରେ ନିଶଙ୍କ ସକ୍ରିୟ ହେବାସହ ସାରା ରାଜ୍ୟ ବୁଲି ପ୍ରଚାର କରିଥିଲେ ।

ମହିଳାଙ୍କୁ ନେଇ କରିପାରନ୍ତି ବିଚାର

ଏହି ନେତା ମାନଙ୍କ ବ୍ୟତୀତ ବିଜେପି ନେତା କୌଣସି ମହିଳାଙ୍କ ନା ଉପରେ ବିଚାର କରିପାରନ୍ତି । କାରଣ ମୋଦି ଶାହା ସବୁବେଳେ କିଛି ନା କିଛି ଚର୍ଚ୍ଚିତ ନିଷ୍ପତି ନେବାରେ ସିଦ୍ଧହସ୍ତ । ଏପରି ସ୍ଥିତିରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ କରିବା କିଛି ଅସମ୍ଭବ ନୁହେଁ । ଚଳିତ ନିର୍ବାଚନରେ ଦଳର 6 ଜଣ ମହିଳା ବିଧାୟକ ମଧ୍ୟ ନିର୍ବାଚିତ ହୋଇ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 11, 2022, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.