ETV Bharat / bharat

ସୁବ୍ରତଙ୍କ ପରେ କି’ଏ ହେବ ସାହାରା ଗ୍ରୁପର ମୁଖ୍ୟ, ରହିଛି ଅଢେଇ ଲକ୍ଷ କୋଟିର ସମ୍ପତ୍ତି

author img

By ETV Bharat Odisha Team

Published : Nov 15, 2023, 6:09 PM IST

ସୁବ୍ରତଙ୍କ ପରେ କି’ଏ ସମ୍ଭାଳିବ ସାହାରା ସମୂହର ମଙ୍ଗ । ଗ୍ରୁପ ଅଫ୍‌ କମ୍ପାନୀ ମାଲିକାନାରେ ରହିଛି ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସମ୍ପତ୍ତି । ଅଧିକ ପଢନ୍ତୁ

ସୁବ୍ରତଙ୍କ ପରେ କି’ଏ ହେବ ସାହାରା ଗ୍ରୁପର ମୁଖ୍ୟ, ରହିଛି ଅଢେଇ ଲକ୍ଷ କୋଟିର ସମ୍ପତ୍ତି
ସୁବ୍ରତଙ୍କ ପରେ କି’ଏ ହେବ ସାହାରା ଗ୍ରୁପର ମୁଖ୍ୟ, ରହିଛି ଅଢେଇ ଲକ୍ଷ କୋଟିର ସମ୍ପତ୍ତି

ଲକ୍ଷ୍ନୌ: ଗତକାଲି ସାହାରା ଗ୍ରୁପ ମୁଖ୍ୟ ତଥା ଦେଶର ଅନ୍ୟତମ ଚର୍ଚ୍ଚିତ ଉଦ୍ୟୋଗପତି ସୁବ୍ରତ ରାୟଙ୍କର ପରଲୋକ ହୋଇଛି । ତାଙ୍କ ଅବର୍ତ୍ତମାନରେ ଏବେ ସାହାରା ପରି ବିଶାଳ ବ୍ୟବସାୟିକ ନେଟଓ୍ବାର୍କର ମଙ୍ଗ କି’ଏ ଧରିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ଅନୁସାରେ, ସାହାରା ସମୂହ ନିକଟରେ ପ୍ରାୟ 2.59 କୋଟି ଟଙ୍କାର ସମ୍ପତ୍ତି ରହିଛି । ସମୂହର ଭିନ୍ନ ଭିନ୍ନ ସଂସ୍ଥା ନିକଟରେ ଦେଶବ୍ୟାପୀ ପ୍ରାୟ 5 ହାଜରରୁ ଅଧିକ ମଲ, ବିଲ୍ଡିଂ ଓ ଅଫିସ ରହିଛି । ଆଇପିଏଲରେ ମଧ୍ୟ କମ୍ପାନୀର ଅଂଶଧନ ରହିଛି । ତେବେ ଏହାରି ସୁବ୍ରତଙ୍କ ଉତ୍ତରାଧିକାରୀ ଭାବେ କି’ଏ ଏହି ବିଶାଳ ବ୍ୟବସାୟିକ ସାମ୍ରାଜ୍ୟର ମଙ୍ଗ ଧରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୁବ୍ରତଙ୍କ ପରେ କି’ଏ ହେବ ସାହାରା ଗ୍ରୁପର ମୁଖ୍ୟ

1948 ଜୁନ୍‌ 10ରେ ବିହାରରେ ଜନ୍ମଗ୍ରହଣ କରିଥିବା ସୁବ୍ରତ ସାହାରା ଗ୍ରୁପ ପ୍ରତିଷ୍ଠା କରିଥିଲେ । ସୁବ୍ରତଙ୍କର ପତ୍ନୀ ସ୍ବପ୍ନା ଓ ଦୁଇ ପୁଅ ସୁଶାନ୍ତ ଓ ସୀମାନ୍ତ ଅଛନ୍ତି । ଏମାନଙ୍କ ବ୍ୟତୀତ ସୁବ୍ରତଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସାହାରା ସମୂହର ଭିନ୍ନ ଭିନ୍ନ କମ୍ପାନୀରେ ଡାଇରେକ୍ଟର ପରି ଉଚ୍ଚପଦସ୍ଥ ପଦବୀରେ କାର୍ଯ୍ୟରତ ଅଛନ୍ତି । ସୁବ୍ରତଙ୍କ ପତ୍ନୀ ସ୍ବପ୍ନା କମ୍ପାନୀର ବରିଷ୍ଠ ପଦବୀରେ ରହିଥିଲେ ସୁଦ୍ଧା, ସାନଭାଇ ଜୟବ୍ରତ ରାୟ କମ୍ପାନୀର ଆକାଉଣ୍ଟ ଦେଖନ୍ତି । ତେଣୁ ସୁବ୍ରତ ରାୟଙ୍କ ପରେ ଜୟବ୍ରତ କମ୍ପାନୀର ଦ୍ୱିତୀୟ ମୁଖ୍ୟ ଭାବେ ସାମ୍ନାକୁ ଆସିବା ନେଇ ଅନୁମାନ କରାଯାଉଛି । ତାଙ୍କ ପତ୍ନୀ, ପୁଅ ଏବଂ ସାନଭାଇଙ୍କ ବ୍ୟତୀତ ସୁବ୍ରତଙ୍କ ଭଉଣୀ ଓ ଭିଣୋଇ ମଧ୍ୟ ସାହାରା ଗ୍ରୁପରେ ସକ୍ରିୟ ଭୂମିକାରେ ଅଛନ୍ତି । ଭଉଣୀ କୁମ୍‌କୁମ୍ ଓ ଭିଣୋଇ ଅଶୋକ ରାୟ ଚୌଧୁରୀ ସାହାରାରେ ନିର୍ଦ୍ଦେଶକ ଅଛନ୍ତି ।

ରହିଛନ୍ତି 10 କୋଟି ନିବେଶକ:

ସାହାରା ଗ୍ରୁପ୍‌ ନିକଟରେ ମୋଟ ପ୍ରାୟ 10 କୋଟି ନିବେଶକ ରହିଥିବା କୁହାଯାଏ । ଏହା ବ୍ୟତୀତ, ସମୂହ ନିକଟରେ ବିଭିନ୍ନ କମ୍ପାନୀର 5000ରୁ ଅଧିକ ଅଫିସ୍, ମଲ୍ ଓ ବିଲ୍ଡିଂ ମଧ୍ୟ ଅଛି । ଗ୍ରୁପ ମାଲିକାନାରେ ଦେଶ ଓ ବିଦେଶରେ କୋଟି କୋଟି ଟଙ୍କା ମୂଲ୍ୟର ହୋଟେଲ ଓ ଘର ମଧ୍ୟ ରହିଛି । ରିଅଲ-ଇଷ୍ଟେଟ୍, ଫିନାନ୍ସ, ଭିତ୍ତିଭୂମି, ମିଡିଆ, ମନୋରଞ୍ଜନ, ସ୍ୱାସ୍ଥ୍ୟ ସେବା, ଆତିଥ୍ୟତା ଓ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କମ୍ପାନୀର ବ୍ୟବସାୟିକ ଶାଖା ରହିଛି । ସାହାରା ମଧ୍ୟ ବହୁ ବର୍ଷ ଧରି ଭାରତୀୟ କ୍ରିକେଟ୍ ଦଳର ପ୍ରାୟୋଜକ ଭାବେ ରହିଥିଲା । କେବଳ ଏତିକି ନୁହେଁ, ଆଇପିଏଲରେ ପୁଣେ ୱାରିୟର୍ସ ଟିମ୍‌ ମଧ୍ୟ ସାହାରା ମାଲିକାନାରେ ଥିଲା । କ୍ରିକେଟକୁ ବାଦ ଦେଲେ ଫର୍ମୁଲା ନମ୍ବର-ଓ୍ବାନରେ ମଧ୍ୟ କମ୍ପାନୀ ତାର ବ୍ୟବସାୟିକ ଛାପ ଛାଡିଥିଲା ।

ଏହା ମଧ୍ୟ ପଢନ୍ତୁ :-Subrata Roy Passes Away: ସାହାରା ଗ୍ରୁପ ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ

ସୁବ୍ରତଙ୍କ ପତ୍ନୀ ଓ ପୁଅ ମେସେଡୋନିଆର ନାଗରିକ:

ସୁବ୍ରତ ରାୟଙ୍କ ପତ୍ନୀ ସ୍ବପ୍ନା ରାୟ ଓ ପୁଅ ସୁଶାନ୍ତ ମେସେଡୋନିଆର ନାଗରିକତ୍ବ ନେଇଥିଲେ । କୁହାଯାଏ ସୁବ୍ରତ ଗିରଫ ହୋଇ ଜେଲ ଯିବା ପରେ ଭାରତରେ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଉଭୟ ୟୁରୋପୀୟ ଦେଶ ମେସେଡୋନିଆର ନାଗରିକତା ଗ୍ରହଣ କରିଥିଲେ । ତେବେ ସୁବ୍ରତଙ୍କ ଦ୍ୱିତୀୟ ପୁଅ ସୀମାନ୍ତ ରାୟଙ୍କ ନାଗରିକତ୍ୱ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏବେ ସୁବ୍ରତଙ୍କ ପରଲୋକ ହେବା ପରେ ତାଙ୍କ ସ୍ଥାନରେ କିଏ ସମ୍ଭାଳିବ ବିଶାଳ ସାହାରା ସାମ୍ରାଜ୍ୟ । ପତ୍ନୀ, ପୁଅ ନା ଭାଇ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.