ETV Bharat / bharat

Global risk ପରି ସଙ୍କଟ ଆଣିପାରେ Omicron: WHO - ନୂଆ ଭ୍ୟାରିଏଣ୍ଟକୁ ନେଇ ସତର୍କ କରାଇଲା ହୁ

କୋରୋନାର ନୂଆ ପ୍ରଜାତି Omicron ନେଇ ବିଶ୍ବକୁ ସତର୍କ କରାଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ବିଶ୍ବ ମହାମାରୀ (Global risk)ପରି ସଙ୍କଟ ସୃଷ୍ଟି କରିପାରେ ବୋଲି କଲା ସତର୍କ । ଅଧିକ ପଢନ୍ତୁ

Global risk ପରି ସଙ୍କଟ ସୃଷ୍ଟି କରିପାରେ ନୂଆ ପ୍ରଜାତି Omicron: WHO

author img

By

Published : Nov 29, 2021, 10:01 PM IST

ନୂଆଦିଲ୍ଲୀ: ନୂଆ କରି ଚିହ୍ନଟ ହୋଇଥିବା କୋଭିଡ ଭାରିଏଣ୍ଟ Omicron ବିଶ୍ବବ୍ୟାପୀ ଏକ ସଙ୍କଟ (Global risk) ସୃଷ୍ଟି କରିପାରେ । ଅନ୍ତର୍ଜାତୀୟ ସ୍ତରରେ ଏହି ଭୂତାଣୁ ଭୟଙ୍କର ଭାବେ ବ୍ୟାପିବା ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ ବୋଲି ସତର୍କ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ।

WHO କହିଛି ବର୍ତ୍ତମାନ ବିଶ୍ବର କୌଣସି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା ଆସିନାହିଁ । ଯଦିଓ ଟିକା ଏବଂ ପୂର୍ବ ସଂକ୍ରମଣ ଦ୍ବାରା ପ୍ରତିରୋଧକ ଶକ୍ତି ସ୍ବାଭାବିକ ଭାବେ ବୃଦ୍ଧି ପାଇଛି, ତଥାପି ଏହି ନୂଆ ପ୍ରଜାତିକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ । ଏହାର ପ୍ରକାର, ବୈଶିଷ୍ଟ ଓ ଭୟାବହତା ସମ୍ପର୍କରେ ଗଭୀର ଅନୁସନ୍ଧାନ ଆବଶ୍ୟକ ।

ଗତ ସପ୍ତାହରେ ପ୍ରଥମେ ନୂଆ ପ୍ରଜାତି ‘Omicron’ ସାମ୍ନାକୁ ଆସିବା ପରେ ସଂକ୍ରମଣ ମାମଲାକୁ ଦେଖି ଜାତିସଂଘର ସ୍ବାସ୍ଥ୍ୟ ଏଜେନ୍ସି ଏହାର 194 ସଦସ୍ୟ ରାଷ୍ଟ୍ରଙ୍କୁ ଟୀକାକରଣ ଅଭିଯାନକୁ ତ୍ବାରାନ୍ବିତ କରିବା ଏବଂ ଜରୁରୀ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲା ।

WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ (Tedros Adhanom Ghebreyesus) କହିଛନ୍ତି, ‘Omicron’ ରେ ଅଦୃଶ୍ୟ ସଂଖ୍ୟକ ସ୍ପାଇକ୍ ମ୍ୟୁଟେସନ୍ ଅଛି । ଯାହା ବିଶ୍ବବ୍ୟାପୀ ଏକ ସଙ୍କଟ ସୃଷ୍ଟି କରିବା ପରି କ୍ଷମତା ରଖିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.