ETV Bharat / bharat

Monkeypox Outbreak: ଦୃତ ଗତିରେ ବଢୁଛି ରୋଗୀଙ୍କ ସଂଖ୍ୟା, ଜରୁରୀ ବୈଠକ ଡାକିଲା WHO

author img

By

Published : May 20, 2022, 8:19 PM IST

ବିଶ୍ବରେ କ୍ଷିପ୍ର ଗତିରେ ବଢିବାରେ ଲାଗିଛି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଜରୁରୀ ବୈଠକ ଡାକିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଅଧିକ ପଢନ୍ତୁ

Monkeypox Outbreak: କ୍ଷିପ୍ର ଗତିରେ ବଢୁଛି ରୋଗୀଙ୍କ ସଂଖ୍ୟା, ଜରୁରୀ ବୈଠକ ଡାକିଲା WHO

ୱାଶିଂଟନ: ମାନବ ସମାଜ ପାଇଁ ଘନେଇବାରେ ଲାଗିଛି ବିପଦ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ମାରାତ୍ମକ ରୋଗ କବଳରେ ଲୋକେ । ଟମାଟୋ ଫ୍ଲ୍ୟୁ ପରେ ଏବେ ଚିନ୍ତାର କାରଣ ପାଲଟିଥିବା ମଙ୍କି ପକ୍ସକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) । ଏହି ମାରାତ୍ମକ ରୋଗର ଆକ୍ରାନ୍ତଙ୍କ ସଂଖ୍ଦା ବଢିବା ପରେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପାଇଁ ହୁ ଏକ ଜରୁରୀକାଳୀନ ବୈଠକ ଡାକିଥିବା ଜଣାପଡ଼ିଛି ।

ମେ ମାସ ଆରମ୍ଭରୁ ଏହି ରୋଗ କବଳରେ ପଡ଼ିଛନ୍ତି ବିଶ୍ବବାସୀ । ୟୁକେ, ସ୍ପେନ, ବେଲଜିୟମ, ଇଟାଲୀ, ଅଷ୍ଟ୍ରେଲିଆ ଓ କାନାଡ଼ାରେ ଏହି ରୋଗ ଚିହ୍ନଟ ହୋଇଛି । ଗତ ମେ ୭ ତାରିଖରେ ଇଂଲଣ୍ଡରେ ମଧ୍ୟ ମଙ୍କି ପକ୍ସରେ ଆକ୍ରାନ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ମିଳିଛି । ଯିଏକି ନିକଟରେ ନାଜେରିଆ ଗସ୍ତ କରିଥିଲେ । ତେବେ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍କିପକ୍ସ ଏକ ବିରଳ କିନ୍ତୁ ଗୁରୁତର ଭାଇରାଲ୍ ରୋଗ । ଏହା ସାଧାରଣତଃ ଫ୍ଲୁ ପରି ରୋଗ ଏବଂ ଲିମ୍ଫ ନୋଡ(ରୋଗ ପ୍ରତିରୋଧକ ଶକ୍ତିର ଏକ ଅଂଶ)ର ଫୁଲା ଠାରୁ ଆରମ୍ଭ ହୋଇ ମୁହଁ ଏବଂ ଶରୀରରେ ଘା' ହୋଇଯାଏ ।

ଏହା ବି ପଢନ୍ତୁ- ଆତଙ୍କ ଖେଳାଇଲା ମଙ୍କି ପକ୍ସ, ଆମେରିକାରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ଅଧିକାଂଶ ସଂକ୍ରମଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ସଂକ୍ରମିତ ପ୍ରାଣୀ କିମ୍ବା ସମ୍ଭବତଃ ପ୍ରାଣୀଜାତ ଦ୍ରବ୍ୟର ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ । ଏହା ଜଣେ ଲୋକଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ କରିନଥାଏ, ହେଲେ ଭାଇରସ ଶରୀରର ତରଳ ପଦାର୍ଥ(Body Fluid)ର ସଂସ୍ପର୍ଶରେ ଆସିବା ପରେ ରୂପାନ୍ତରିତ ହୋଇଥାଏ । ଫଳରେ ରୋଗୀ ଏଥିରେ ଆକ୍ରାନ୍ତ ହୋଇଥାଏ । ଶ୍ବାସନଳୀର ଡ୍ରପଲେଟ ସଂସ୍ପର୍ଶରେ ଆସିଲେ ଅନ୍ୟ ଜଣେ ଏଥିରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.