ETV Bharat / bharat

WHO କୋଭିଡ ଯାଞ୍ଚ ରିପୋର୍ଟ ଲିକ୍‌, ଜାଣନ୍ତୁ ବିଶ୍ବରେ କିପରି ବ୍ୟାପିଲା କୋରୋନା?

author img

By

Published : Mar 29, 2021, 4:00 PM IST

ଚୀନର ଉହାନରୁ ଉତ୍ପତି ଏହି ଭାଇରସ କେଉଁଠୁ ସାରା ବିଶ୍ବରେ ବ୍ୟାପିଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଆଉ ଏହାରି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHOର ଯାଞ୍ଚ ରିପୋର୍ଟ ହୋଇଛି ଲିକ୍‌ । ଅଧିକ ପଢନ୍ତୁ...

WHO କୋଭିଡ ଯାଞ୍ଚ ରିପୋର୍ଟ ଲିକ୍‌, ଜାଣନ୍ତୁ ବିଶ୍ବରେ କିପରି ବ୍ୟାପିଲା କୋରୋନା?
WHO କୋଭିଡ ଯାଞ୍ଚ ରିପୋର୍ଟ ଲିକ୍‌, ଜାଣନ୍ତୁ ବିଶ୍ବରେ କିପରି ବ୍ୟାପିଲା କୋରୋନା?

ନୂଆଦିଲ୍ଲୀ: ସାରା ବିଶ୍ବରରେ ପୁଣି କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ବଢୁଛି ସଂକ୍ରମଣ ସଂଖ୍ୟା । କୋରୋନାର ଡବଲ ମ୍ୟୁଟାଣ୍ଟ ଏବେ ବଢାଇଛି ଚିନ୍ତା । ଏହାରି ମଧ୍ୟରେ ମହାମାରୀକୁ ପୁରି ସାରିଲାଣି ବର୍ଷେ । ହେଲେ ଏପର୍ଯ୍ୟନ୍ତ କୋରୋନା ବ୍ୟାପିବା ପଛର ରହସ୍ୟ ଉପରୁ ଏବେ ବି ଉଠିନି ପରଦା ।

ଚୀନର ଉହାନରୁ ଉତ୍ପତି ଏହି ଭାଇରସ କେଉଁଠୁ ସାରା ବିଶ୍ବରେ ବ୍ୟାପିଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଆଉ ଏହାରି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHOର ଯାଞ୍ଚ ରିପୋର୍ଟ ହୋଇଛି ଲିକ୍‌ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବହୁ ପ୍ରତିକ୍ଷିତ ଯାଞ୍ଚ ରିପୋର୍ଟରେ କୁହାଯାଇଛି ଯେ ବାଦୁଡିରୁ ଏହି ଭାଇରସ ଅନ୍ୟ କୌଣସି ଜୀବ ଓ ଏହାପରେ ମଣିଷଙ୍କ ମଧ୍ୟରେ ସଂକ୍ରମିତ ହେବାର ଅଧିକ ଆଶଙ୍କା ଥିବା ଜଣାପଡିଛି ।

ରିପୋର୍ଟରେ କୁହାଯାଇଛି ଯେ କୋରୋନା ଭାଇରସର ଲ୍ୟାବରୁ ଲିକ୍‌ ହେବାର ବହୁତ କମ ଆଶଙ୍କା ରହିଛି । ସମ୍ବାଦ ସରବରାହ ସଂସ୍ଥା ଏପି ବିଶ୍ବ ସ୍ବସ୍ଥ୍ୟ ସଂଗଠନର ରିପୋର୍ଟ ଜରିଆରେ ଏହି ସୂଚନା ଦେଇଛି ।

ଡବ୍ଲ୍ୟୁଏଚଓର ଜଣେ ଅଧିକାରୀ ଗତ ସପ୍ତାହରେ କହିଥିଲେ, ଆଗାମୀ କିଛି ଦିନରେ ଯାଞ୍ଚ ରିପୋର୍ଟକୁ ଜାରି କରିବାର ପ୍ରସ୍ତୁତି ଆରମ୍ଭ ହେବ । ଏପି ହାତରେ ଯେଉଁ ରିପୋର୍ଟ ଲାଗିଛି, ତାହା ଅନ୍ତିମ ରିପୋର୍ଟ । ତେବେ ଏହା ଏଯାଏଁ ସ୍ପଷ୍ଟ ହୋଇନାହିଁ ଯେ ଏହି ଯାଞ୍ଚ ରିପୋର୍ଟକୁ ଶେଷ ସମୟରେ ବଦଳାଇ ଦିଆଯିବ କି ନାହିଁ ।

ଅନୁସନ୍ଧାନକାରୀ କୋରୋନା ଭାଇରସ ବ୍ୟାପିବାର କାରଣ କହିଛନ୍ତି । ତେବେ ବୈଜ୍ଞାନିକଙ୍କ କହିବାନୁଯାୟୀ, କୋରୋନା ଭାଇରସ ବାଦୁଡିଠାରୁ ପ୍ରଥମେ କୌଣସି ଜୀବ ଓ ପରେ ମଣିଷ ଶରୀରକୁ ଆସିଛି । ତେବେ ସିଧାସଳଖ ବାଦୁଡିଠାରୁ ଏହି ଭାଇରସ ବ୍ୟାପିବା ଘଟଣାର ଆଶଙ୍କା କମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.