ETV Bharat / bharat

କିଏ ପୁଷ୍କର ସିଂ ଧାମୀ; ଚର୍ଚ୍ଚାରେ ନଥାଇ କେମିତି ମାରିଲେ ବାଜି ? - Uttarakhanda Politics

ଶୁକ୍ରବାରଠାରୁ କିଏ ହେବେ ଦେବଭୂମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତାକୁ ନେଇ ଡେରାଡୁନରୁ ଦିଲ୍ଲୀ ଯାଏଁ ଲାଗି ରହିଥିଲା ଚର୍ଚ୍ଚା ଆଲୋଚନା ଓ ଅଙ୍କକଷା । 3 ରୁ 4 ଜଣ ଦଳୀୟ ବିଧାୟକଙ୍କ ନାଁ କୁ ନେଇ ତମାମ ଗଣମାଧ୍ୟମରେ ଚାଲିଲା ଭବିଷ୍ୟତବାଣୀ । ତେବେ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କଲା ବିଜେପି ନେତୃତ୍ବର ନିଷ୍ପତ୍ତି ।

who is pushkar singh dhami
who is pushkar singh dhami
author img

By

Published : Jul 3, 2021, 10:14 PM IST

ଡେରାଡୁନ: ଦୀର୍ଘ ଦିନ ଧରି ଦେବଭୂମି ଉତ୍ତରାଖଣ୍ଡ ରାଜାନୀତିରେ ଚାଲିଥିବା ସାମ୍ବିଧାନିକ ସଂକଟର ଅନ୍ତ ଘଟିଛି । ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା ହୋଇଛି । ଆସନ୍ତାକାଲି (ରବିବାର) ରାଜଭବନ ପରିସରରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ।

ଗତକାଲି (ଶୁକ୍ରବାର) ଠାରୁ କିଏ ହେବେ ଦେବଭୂମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତାକୁ ନେଇ ଡେରାଡୁନରୁ ଦିଲ୍ଲୀ ଯାଏଁ ଲାଗି ରହିଥିଲା ଚର୍ଚ୍ଚା ଆଲୋଚନା ଓ ଅଙ୍କକଷା । 3 ରୁ 4 ଜଣ ଦଳୀୟ ବିଧାୟକଙ୍କ ନାଁକୁ ନେଇ ତମାମ ଗଣମାଧ୍ୟମରେ ଚାଲିଲା ଭବିଷ୍ୟତବାଣୀ । ତେବେ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କଲା ବିଜେପି ନେତୃତ୍ବର ନିଷ୍ପତ୍ତି । ଶେଷରେ ଉତ୍ତରାଖଣ୍ଡ ‘ଖଟିମା’ ବିଧାନସଭା ଆସନରୁ 2 ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପୁଷ୍କର ସିଂ ଧାମୀଙ୍କ ନାଁରେ ଲାଗିଲା ମୋହର ।

କିଏ ପୁଷ୍କର ସିଂ ଧାମୀ ?

ଆସନ୍ତାକାଲି (ରବିବାର) ଉତ୍ତରାଖଣ୍ଡର ଏକାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ପୁଷ୍କର ସିଂ ଧାମୀ ହେଉଛନ୍ତି ରାଜ୍ୟ ବିଜେପିର ଜଣେ ଚର୍ଚ୍ଚିତ ଯୁବ ଚେହେରା । ବର୍ଷ 2002 ରୁ 2008 ପର୍ଯ୍ୟନ୍ତ ସେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ଏତତ ବ୍ୟତୀତ ବର୍ତ୍ତମାନର କାର୍ଯ୍ୟକାଳକୁ ନେଇ 2 ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପୁଷ୍କର ସିଂ ଧାମୀଙ୍କ ପିତା ଭାରତୀୟ ସେନାରେ ଜଣେ ଅଧିକାରୀ ଭାବେ କରିଛନ୍ତି ଦେଶସେବା । ପରିବାରରେ 3 ଭଉଣୀ ଥିବା ବେଳେ ପୁଷ୍କର ସିଂ ଧାମୀ ଜଣେ ଉଚ୍ଚ ଶିକ୍ଷିତ । ଧାମୀଙ୍କ ଜନ୍ମ 16 ସେପ୍ଟେମ୍ବର 1975 ରେ ପିଥୋରାଗଡ ସ୍ଥିତ ଟୁଣ୍ଡିରେ ହୋଇଥିଲା ।

ଖଟିମାରୁ ରାଜନୈତିକ ଜୀବନ ଆରମ୍ଭ...

ପୁଷ୍କର ସିଂ ଧାମୀ ପ୍ରଥମ ଥର 2012 ବିଧାନସଭା ନିର୍ବାଚନରେ ‘ଖଟିମା’ ଆସନରୁ ପ୍ରତିଦ୍ବନ୍ଦିତା କରି ପ୍ରଥମ ଥର ବିଧାୟକ ହୋଇଥିଲେ । ପୁଣି 2017 ରେ ମଧ୍ୟ ବିପୁଳ ଭୋଟରେ ବିଜୟୀ ହୋଇ ବିଧାନସଭା ଲଗାତାର ଆସିଥିଲେ । ସେହିପରି 1990 ରୁ 1999 ପର୍ଯ୍ୟନ୍ତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି ।

ବାଲ୍ୟକାଳରୁ ସଂଘ ସହ ଜଡିତ...

ପୁଷ୍କର ସିଂ ଧାମୀ ପ୍ରାଥମିକ ଶିକ୍ଷା ପ୍ରାରମ୍ଭରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ସହ ଜଡିତ ଥିଲେ । ସଂଘର ବିଭିନ୍ନ ସଂଗଠନରେ ସଫଳତାର ସହ କାମ କରି ଶୀର୍ଷ ନେତୃତ୍ବଙ୍କ ଆସ୍ଥା ଭାଜନ ହୋଇପାରିଥିଲେ । ଏପରିକି ସଂଘ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଦାୟିତ୍ବ ମଧ୍ୟ ପ୍ରଦାନ କରାଯାଇଥିଲା । ଏହାସହ ସଂଘ ର ପ୍ରମୁଖ ନେତାଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଆସିଛି ।

ଚର୍ଚ୍ଚାରେ ନଥିଲେ ପୁଷ୍କର...

ଯେବେଠାରୁ ତୀରଥ ସିଂ ରାୱତଙ୍କ ପରିବର୍ତ୍ତନ ପାଇଁ କଳ୍ପନା ଜଳ୍ପନା ଆରମ୍ଭ ହେଲା ସେବାଠାରୁ ବିଜେପିର ଅନେକ ହେଭିୱେଟଙ୍କ ନା ଚର୍ଚ୍ଚାରେ ରହିଥିଲା । ଏପରିକି କେହି କେହି ପୁଣିଥରେ ତ୍ରୀବେନ୍ଦ୍ର ସିଂ ରାୱତ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଆଲୋଚନା କଲେ । କିନ୍ତୁ ବିଲକୁଲ ଚର୍ଚ୍ଚାରେ ନଥିବା ପୁଷ୍କରଙ୍କୁ ବିଜେପି ନେତୃତ୍ବ ବିଶ୍ବାସକୁ ନେଇ ଗୁରୁ ଦାୟିତ୍ବ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.