ETV Bharat / bharat

ସ୍ଥଳସେନାକୁ ମିଳିଲା ନୂଆ ମୁଖ୍ୟ, ଜାଣନ୍ତୁ କିଏ ଏହି ଜେନେରାଲ ମନୋଜ ପାଣ୍ଡେ

author img

By

Published : Apr 18, 2022, 8:38 PM IST

ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ(New Army Chief) ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ଲେଫନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ଜାଣନ୍ତୁ କିଏ ଏହି ଜେନେରାଲ ମନୋଜ ପାଣ୍ଡେ । କେମିତି ଥିଲା ତାଙ୍କ ସେନା କ୍ୟାରିୟର । କ‘ଣ ଥିଲା ତାଙ୍କ କର୍ଯ୍ୟକାଳର ଆହ୍ବାନ । ଅଧିକ ପଢନ୍ତୁ

ସ୍ଥଳସେନାକୁ ମିଳିଲା ନୂଆ ମୁଖ୍ୟ, ଜାଣନ୍ତୁ କିଏ ଏହି ଜେନେରାଲ ମନୋଜ ପାଣ୍ଡେ
ସ୍ଥଳସେନାକୁ ମିଳିଲା ନୂଆ ମୁଖ୍ୟ, ଜାଣନ୍ତୁ କିଏ ଏହି ଜେନେରାଲ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ(New Army Chief) ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ଲେଫନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେ ଆସନ୍ତା ମାସ 30 ତାରିଖରେ ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ଏମ.ଏମ ନରଓ୍ବାଣେଙ୍କ ଠାରୁ ବିଧିବଦ୍ଧ ଭାବେ ସ୍ଥଳସେନାର ସର୍ବୋଚ୍ଚ କମାଣ୍ଡର ଭାବେ ଏହି ଦାୟିତ୍ବ ଗ୍ରହଣ କରିବେ । ଭାରତୀୟ ସେନାରେ ଜଣେ ଇଞ୍ଜିନିୟର ଭାବେ କ୍ୟାରିୟର ଆରମ୍ଭ କରିଥିବା ଜେନେରାଲ ପାଣ୍ଡେ, ସ୍ଥଳସେନାର ସର୍ବୋଚ୍ଚ ପଦବୀରେ ଦାୟିତ୍ବ ସମ୍ଭାଳିବାକୁ ଯାଉଛନ୍ତି । ତେବେ କିଏ ଏହି ମନୋଜ ପାଣ୍ଡେ । କେମିତି ଥିଲା ତାଙ୍କ ସେନା କ୍ୟାରିୟର ଜାଣନ୍ତୁ।

1982ରେ ଭାରତୀୟ ସେନାରେ ହୋଇଥିଲେ ଭର୍ତ୍ତି:

ଭାରତୀୟ ସେନାରେ ଦୀର୍ଘ 39ବର୍ଷର ଅଭିଜ୍ଞତା ରଖିଥିବା ଜେନେରାଲ ପାଣ୍ଡେ 1982 ମସିହାରେ ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA) ସ୍ନାତକ ସାରିବା ପରେ ସେନାରେ ଜଣେ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲେ । ଭାରତୀୟ ସେନାର ବୈଷୟିକ ଶାଖା କ୍ରପ୍ସ ଅଫ୍‌ ଇଞ୍ଜିନିୟରରେ ସେ ନିଜ କ୍ୟାରିୟର ଆରମ୍ଭ କରିିଥିଲେ । ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା । ପରେ ସେ ଓ୍ବେଷ୍ଟର୍ଣ୍ଣ ଥ୍ରୀଏଟରର ସେନା ଇଞ୍ଜିନିୟରିଂ ୟୁନିଟର କମାଣ୍ଡ ମଧ୍ୟ ସମ୍ଭାଳିଥିଲେ । ଉତ୍ତର ପୂର୍ବ ଦୁର୍ଗମ ଅଞ୍ଚଳ ସମେତ ଲଦାଖରେ ମଧ୍ୟ ସେ ଆହ୍ବାନପୂର୍ଣ୍ଣ ସ୍ଥିତିରେ ମଧ୍ୟ କମାଣ୍ଡିଂ ଦାୟିତ୍ବରେ ରହିଥିଲେ ଜେନେରାଲ ପାଣ୍ଡେ ।

ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ଭାବେ ପାଇଥିଲେ ପଦନ୍ନୋତି:

ଭାରତୀୟ ସେନାର ପୂର୍ବ କମାଣ୍ଡର ମୁଖ୍ୟ ଭାବେ ଦାୟିତ୍ବରେ ଅବସ୍ଥାପିତ ହେବା ପୂର୍ବରୁ ସେ ଆଣ୍ଡାମାନ ନିକୋବର କମାଣ୍ଡର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ସମ୍ଭାଳିଥିଲେ । ପୂର୍ବ କମାଣ୍ଡର ଲେଫନାଣ୍ଟ କମାଣ୍ଡର ଭାବେ ଦାୟିତ୍ବରେ ଥିବା ବେଳେ ଚୀନକୁ ମାତ୍‌ ଦେବାକୁ ଏକାଧିକ ରଣନୀତିରେ ପରିବର୍ତ୍ତନ ଆଣିଥଲେ । ସିକିମରୁ ଅରୁଣାଚଳ ପ୍ରଦେଶ ସଲଗ୍ନ ଭାରତ-ଚୀନ ସୀମା ସୁରକ୍ଷାରେ ଦୀର୍ଘକାଳୀନ ରଣନୀତି ଅଭିଜ୍ଞତା ରଖିଥିବା ପାଣ୍ଡେଙ୍କୁ ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଭାବେ ପଦନ୍ନୋତି ମିଳିଥିଲା ।

କେମିତିି ଥିଲା ପ୍ରାରମ୍ଭିକ ଜୀବନ ଓ ଶିକ୍ଷା :

ଜେନେରାଲ ପାଣ୍ଡେଙ୍କର ଜନ୍ମ ମହାରାଷ୍ଟ୍ରର ନାଗପୁର ସହରରେ ହୋଇଥିଲା । ବାପା ଡକ୍ଟର ସି.ଜି ପାଣ୍ଡେ ନାଗପୁର ବିଶ୍ବବିଦ୍ୟାଳର ଜଣେ ଫିଜିଥେରାପିଷ୍ଟ ଫ୍ରଫେସର ଥିବା ବେଳେ ମା’ ପ୍ରେମା ଅଲ ଅଣ୍ଡିଆ ରେଡିଓର ଜଣେ ଉଦଘୋଷକ ଥିଲେ । ସ୍କୁଲ ଶିକ୍ଷା ପରେ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ସାମିରକ ଶିକ୍ଷା ଆରମ୍ଭ କରିଥିଲେ ମନୋଜ । ପରେ ମିଲିଟାରୀ ଏକାଡେମୀରୁ ମଧ୍ୟ ଶିକ୍ଷା ଗ୍ରହଣ କରି ଭାରତୀୟ ସେନାରେ କାର୍ଯ୍ୟ ଆରମ୍ଭ କରିଥିଲେ । କିଛି ବର୍ଷର କାର୍ଯ୍ୟ ପରେ ସେ ସାମିିରିକ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ମନୋନୀତ ହୋଇଥିଲେ । 3 ମେ’ 1987 ମସିହାରେ ସେ ବିବାହ କରିଥିଲେ ।

ଗୋଟିଏ ପରେ ଗୋଟିଏ ପ୍ରମୁଖ ନେତୃତ୍ବ

ବର୍ଷ 1982ରେ ଭାରତୀୟ ସେନାର ଜଣେ କ୍ରପ୍ସ ଇନିଞ୍ଜିନିୟର ଭାବେ ସାମରିକ କ୍ୟାରିୟର ଆରମ୍ଭ କରନ୍ତି ପାଣ୍ଡେ । ପରେ ମାତ୍ର କିଛି ବର୍ଷର କାର୍ଯ୍ୟ ପରେ ସେ ବ୍ରିଗେଡିୟର ଭାବେ ନୂଆ ଦାୟିତ୍ବକୁ ପଦନ୍ନୋତି ପାଇଥିଲେ । ନିଜର ଦକ୍ଷତା ତଥା କର୍ମ କୁଶଳତା ପାଇଁ ସେ ଇଷ୍ଟର୍ଣ୍ଣ କମାଣ୍ଡର ବ୍ରିଗେଡିୟର ଜେନେରାଲ ଷ୍ଟାଫ ଅପରେନ (Brigadier General Staff Operations (BGS-Ops) ଭାବେ ପଦନ୍ନୋତି ପାଇଥିଲେ । ଜାତିସଂଘର ମିଶନ ଏଥୋପିଆରେ ମଧ୍ୟ ଗୁରୁଦାୟିତ୍ବ ସୁଚାରୁ ରୂପେ ସମ୍ପାଦନ କରି ଭାରତୀୟ ସେନାର ଦକ୍ଷତାକୁ ପ୍ରତିପାଦିତ କରିଥିଲେ ।

ପରେ 8 ମାଉଣ୍ଟେନ ଡିଭିଜନର ମେଜର ଜେନେରାଲ ଭାବେ ଦାୟିତ୍ବ ଗ୍ରହଣ କରିବା ସହ ଆହ୍ବାନପୂର୍ଣ୍ଣ ପଶ୍ଚିମ ଲଦାଖ କ୍ଷେତ୍ର ଓ ଇଣ୍ଡୋ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତୀୟ ସେନାର ନେତୃତ୍ବ ନେଇଥିଲେ । 30 ଏପ୍ରିଲ 2020 ରେ କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ନିକୋବର କମାଣ୍ଡର ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଥିଲେ । ଏହାର ବର୍ଷେ ପରେ ସେ ପୂର୍ବ କମାଣ୍ଡର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ବ ଗ୍ରହଣ କରିଥିଲେ ।

ସେନା ଉପମୁଖ୍ୟ ଭାବେ ନିଯୁକ୍ତ

ସହିପରି ପୂର୍ବ ସୀମାନ୍ତ ସୁରକ୍ଷାରେ ଦୀର୍ଘକାଳୀନ ଅଭିଜ୍ଞତା ହାସଲ ପରେ ତାଙ୍କୁ ଚଳିତ ବର୍ଷ (2022) ଜାନୁଆରୀ 31 ତାରିଖରେ ସ୍ଥଳସେନାର ଉପମୁଖ୍ୟ ଭାବେ ନିଯୁକ୍ତି ମିଳିଥିଲା । ତତ୍କାଳୀନ ସ୍ଥଳସେନା ଉପମୁଖ୍ୟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ଠାରୁ ସେ ଏହି ଗୁରୁ ଦାୟିତ୍ବ ଗ୍ରହଣ କରିଥିଲେ । ବର୍ତ୍ତମାନ ସ୍ଥଳସେନା ମୁଖ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଭାରତୀୟ ସ୍ଥଳସେନାକୁ ସର୍ବୋଚ୍ଚ ନେତୃତ୍ବ ଦେବାରେ ପ୍ରଥମ ଇଞ୍ଜିନିୟର ଭାବେ ତାଙ୍କୁ ନିଯୁକ୍ତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.