ETV Bharat / bharat

Mann Ki Baat: କିଏ ଲକ୍ଷ୍ମଣ ରାଓ, ଯାହାଙ୍କୁ ଜୀବନର ମାର୍ଗଦର୍ଶକ କହିଲେ ପ୍ରଧାନମନ୍ତ୍ରୀ - 100ତମ ମନ୍ କି ବାତ୍

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 100ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମ୍ବୋଧନ କରିଛନ୍ତି । ଏହି ସମୟରେ ଲକ୍ଷ୍ମଣ ରାଓ ଇନାମଦାର ନାମକ ବ୍ୟକ୍ତିଙ୍କ ବିଷୟରେ ଚର୍ଚ୍ଚା କରିଥିଲେ । ତେବେ କିଏ ଏହି ବ୍ୟକ୍ତି ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

pm modi Mann Ki Baat
ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ
author img

By

Published : Apr 30, 2023, 2:28 PM IST

ନୂଆଦିଲ୍ଲୀ: ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ 100ତମ ଏପିସୋଡ ପୂରଣ କରିଛି । ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 100ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମ୍ବୋଧନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ସମ୍ବୋଧନ ଆରମ୍ଭରେ ପ୍ରଧାନମନ୍ତ୍ରୀ ଲକ୍ଷ୍ମଣରାଓ ଇନାମଦାର ନାମକ ବ୍ୟକ୍ତିଙ୍କ ବିଷୟରେ ଚର୍ଚ୍ଚା କରିଥିଲେ । ତାଙ୍କୁ ଜୀବନର ମାର୍ଗଦର୍ଶକ ବୋଲି କହିଥିଲେ । ଲକ୍ଷ୍ମଣରାଓ ହିଁ ତାଙ୍କୁ ସାମାଜିକ ଜୀବନରେ ମାର୍ଗଦର୍ଶନ ଦେଇଛନ୍ତି । କିଏ ଏହି ଲକ୍ଷ୍ମଣରାଓ ଯିଏ ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ମାର୍ଗଦର୍ଶକ ଥିଲେ ।

pm modi Mann Ki Baat
pm modi Mann Ki Baat

100ତମ ମନ୍ କି ବାତ୍ ସମ୍ବୋଧନ ଆରମ୍ଭରୁ ପ୍ରଧାନମନ୍ତ୍ରୀ କହିଥିଲେ, ମନ୍ କି ବାତ୍ କେବଳ ମୋ ପାଇଁ ଏକ କାର୍ଯ୍ୟକ୍ରମ ନୁହେଁ ଏହା ମୋ ପାଇଁ ପୂଜା, ବ୍ରତ ଆସ୍ଥା । ଏହି କାର୍ଯ୍ୟକ୍ରମ ଏପରି ଏକ ପ୍ଲାର୍ଟଫର୍ମ ଯେଉଁଠି ଅନ୍ୟଙ୍କ ପାଖରୁ ଶିଖିବାକୁ ମିଳେ । ମୋ ପାଇଁ ମନ୍ କି ବାତ୍ ଅନ୍ୟଙ୍କ ଗୁଣକୁ ପୂଜା କରିବାର ମାଧ୍ୟମ । ମୋର ଜଣେ ମାର୍ଗଦର୍ଶକ ଥିଲେ ଲକ୍ଷ୍ମଣରାଓ ଜୀ ଇନାମଦାର ତାଙ୍କୁ ମୁଁ ଓକିଲ ବାବୁ କୁହେ । ସେ ସବୁବେଳେ ଅନ୍ୟଙ୍କ ଗୁଣକୁ ପୂଜା କରିବାକୁ କହୁଥିଲେ । ସାମ୍ନାରେ ଯେ କେହି ବି ହେଉ ତୁମ ବିରୋଧୀ ହେଉ ବା ସମର୍ଥକ ତାଙ୍କ ଭଲ ଗୁଣରୁ ଖିଶିବାକୁ ପ୍ରୟାସ କରିବାକୁ ହେବ । ମନ୍ କି ବାତ୍ ଅନ୍ୟମାନଙ୍କ ଗୁଣରୁ କିଛି ଶିଖିବାର ମାଧ୍ୟମ ହୋଇଛି ।''

କିଏ ଲକ୍ଷ୍ମଣରାଓ ଇନାମଦାର: ମନ୍ କି ବାତ୍ 100ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ବ୍ୟକ୍ତିତ୍ବ ଲକ୍ଷ୍ମଣରାଓ ଇନାମଦାର 1917 ମସିହାରେ ପୁଣେରେ ଜନ୍ମଗ୍ରହଣ କରିଥିଲେ । ସେ 10 ଭାଇ ଭଉଣୀ ଥିଲେ । 1943ରେ ପୁଣେ ବିଶ୍ବବିଦ୍ୟାଳୟରେ ଆଇନରେ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଆରଏସଏସରେ ସାମିଲ ହୋଇଥିଲେ । ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ । ହାଇଦ୍ରାବାର ନିଜାମ ଶାସନ ବିରୋଧରେ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ପୁଣି ଗୁଜୁରାଟରେ ଜଣେ ପ୍ରଚାରକ ଆକାରରେ ସାମିଲ ହୋଇଥିଲେ । ଅବିବାହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ବି ପଢନ୍ତୁ...ମନ୍ କି ବାତ୍ ମୋ ପାଇଁ ପୂଜା ଆସ୍ଥା କହିଲେ ପ୍ରଧାନମନ୍ତ୍ରୀ, ମନେ ପକାଇଲେ ଡି.ପ୍ରକାଶ ରାଓଙ୍କ କଥା

ମୋଦିଙ୍କ ସହ ଲକ୍ଷ୍ମଣରାଓଙ୍କ ପ୍ରଥମ ଦେଖା: 1960 ମସିହାରେ ନରେନ୍ଦ୍ର ମୋଦି ପ୍ରଥମଥର ଲକ୍ଷ୍ମଣରାଓଙ୍କୁ ସାକ୍ଷାତ କରିଥିଲେ । ସେବେ ଲକ୍ଷ୍ମଣରାଓ ଯୁବବର୍ଗଙ୍କୁ ଆରଏସଏସରେ ସାମିଲ ହେବାକୁ ଆହ୍ବାନ ଦେଉଥିଲେ । ଗୁଜୁରାଟ ବଡନଗରରେ ଏକା କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ ମୋଦିଙ୍କ ସହ ତାଙ୍କର ପ୍ରଥମ ଭେଟ ହୋଇଥିଲା । 2008ରେ ମୋଦି 'ଜ୍ୟୋତିପୁଞ୍ଜ' ନାମକ ପୁସ୍ତକ ଲେଖିଥିଲେ ଯେଉଁଥିରେ ଲକ୍ଷ୍ମଣନାଥରାଓଙ୍କ କଥା ରହିଛି । 17 ବର୍ଷ ବୟସରେ ମୋଦି 1969ରେ ହାଇସ୍କୁଲ ପାଠପଢା ପରେ ଘର ଛାଡିଥିଲେ । ଲକ୍ଷ୍ମଣରାଓ ନରେନ୍ଦ୍ର ମୋଦିଙ୍କ ଜୀବନକୁ ପ୍ରଭାବିତ କରିଥିଲେ । ସାମାଜିକ ମୁଦ୍ଦା ଉପରେ ମୋଦିଙ୍କ ଚିନ୍ତା ପ୍ରକଟ, କଠୋର ଅନୁଶାସନ ଏବଂ ପରିଶ୍ରମ କରିବାର କ୍ଷମତା ଲକ୍ଷ୍ମଣରାଓ ଇନମଦାରଙ୍କଠାରୁ ଶିଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.