ETV Bharat / bharat

ବିଶ୍ବ ମହାମାରୀ ତାଲିକାରୁ ହଟିଲା COVID-19 - ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

କୋଭିଡ-୧୯କୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ WHOର ବଡ଼ ଘୋଷଣା । ବିଶ୍ବ ମହାମାରୀ ତାଲିକାରୁ ହଟିଲା COVID-19 । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 5, 2023, 8:37 PM IST

ଜେନେଭା: କୋରୋନାକୁ ନେଇ ବଡ଼ ଘୋଷଣା କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କୋଭିଡ-୧୯କୁ ବିଶ୍ବ ମହାମାରୀ ତାଲିକାରୁ ହଟାଇଛି WHO । ଶୁକ୍ରବାର କୋଭିଡ-୧୯ ଓ ବିଶ୍ବ ସ୍ବାସ୍ଥ୍ୟ ସମସ୍ୟା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ WHOର ଡିରେକ୍ଟର ଜେନେରାଲ ଡକ୍ଟର ଟେଡ୍ରସ ଆଧାନୋମ ଏନେଇ ସୂଚନା ଦେଇଛନ୍ତି । ତେବେ ଏହାକୁ ବିଶ୍ବ ମହାମାରୀ ତାଲିକାରୁ ହଟାଇ ଦିଆଯାଇଛି ସତ, ହେଲେ ଏହାର ଅର୍ଥ ନୁହେଁ ଯେ ମହାମାରୀ ସ୍ବାସ୍ଥ୍ୟ ଲାଗି ବିପଦ ସୃଷ୍ଟି କରିବ ନାହିଁ । ଏବେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, "କୋଭିଡ -୧୯କୁ ବିଶ୍ବ ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟାରୁ ହଟାଯାଉଛି । ଏହାର ଅର୍ଥ ଏହା ନୁହେଁ ଯେ କୋଭିଡ-୧୯ ବିଶ୍ବ ହେଲ୍‌ଥ ଥ୍ରେଟରୁ ହଟିଯାଇଛି । ଗତ ସପ୍ତାହରେ କୋଭିଡ-୧୯ ପ୍ରତି ୩ ମିନିଟରେ ଜମେ ବ୍ୟକ୍ତିଙ୍କ ଜୀବନ ନେଇଛି । ଅନ୍ୟପଟେ ବିଶ୍ବରେ ପ୍ରାୟ ହଜାର ହଜାର ଲୋକ ଇଣ୍ଟେନସିଭ କେୟାର ୟୁନିଟରେ ନିଜ ଜୀବନ ସହିତ ସଂଘର୍ଷ କରୁଛନ୍ତି । ସେହିପରି କୋଭିଡ ମହାମାରୀରେ ଆକ୍ରାନ୍ତ ହେବା ପରେ ଅନେକ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ଏଥିଲାଗି କୋଭିଡ-୧୯ ବିଶ୍ବ ମହାମାରୀ ତାଲିକାରୁ ହଟିଥିଲେ ମଧ୍ୟ ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।"

ଏହା ବି ପଢନ୍ତୁ- India Corona Update: ଦିନକରେ ୩୬୧୧ ନୂଆ ସଂକ୍ରମିତ

ଗତ ୨୦୨୦ ମସିହା ଜାନୁଆରୀ ମାସରେ କୋଭିଡ-୧୯କୁ ବିଶ୍ବ ମହାମାରୀ ଭାବେ ଘୋଷଣା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ୧୨୨୧ ଦିନ ପୂର୍ବରୁ ଚୀନର ଉହାନ ସହରରେ ନିମୋନିଆ ରୋଗରେ ଅନେକ ପୀଡି଼ତ ହୋଇଥିଲେ । ଏହାପରେ ଜାନୁଆରୀ ୩୦ ତାରିଖ ବେଳକୁ ଏମରଜେନ୍ସି କମିଟି ସହ ଆଲୋଚନା କରିବା ପରେ କୋଭିଡ-୧୯କୁ ବିଶ୍ବ ମହାମାରୀ ଭାବେ ଘୋଷଣା କରାଯାଇଥିଲା । ସେହି ସମୟରେ ଚୀନ ବାହାରେ ୧୦୦ କୋଭିଡ ମାମଲା ଦେଖିବାକୁ ମିଳୁଥିଲା । ୩ବର୍ଷ ପର୍ଯ୍ୟନ୍ତ ବିଶ୍ବରେ ଆତଙ୍କ ଖେଳାଇଥିଲା କୋଭିଡ ।

WHOର ରିପୋର୍ଟ ଅନୁସାରେ ୩ବର୍ଷ ମଧ୍ୟରେ ବିଶ୍ବରେ ମୋଟ ୭ ମିଲିୟନ ବା ୭୦ ଲକ୍ଷ ଲୋକ କୋଭିଡ ମହାମାରୀ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି । ହେଲେ ବାସ୍ତବରେ ପ୍ରାୟ ୨୦ ମିଲିୟନ ଲୋକ ପ୍ରାଣ ହରାଇଥିବା ଟେଡ୍ରସ କହିଛନ୍ତି । ବିଶ୍ବରେ ଏବେ କୋଭିଡ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଛି । ଏଣୁ କୋଭିଡ-୧୯କୁ ଏମରଜେନ୍ସି ମୋଡରେ ରଖି ପରିଚାଳନା କରିବା ଆବଶ୍ୟକ ନାହିଁ । ଏଣୁ ଏହାକୁ ବିଶ୍ବ ମହାମାରୀ ତାଲିକାରୁ ହଟାଯାଇଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.