ETV Bharat / bharat

ପାହାଡରୁ ଝରୁଛି କ୍ଷୀର ଭଳି ତରଳ ପଦାର୍ଥ, ଲୋକେ କରୁଛନ୍ତି ପୂଜାର୍ଚ୍ଚନା

author img

By

Published : Aug 22, 2021, 8:51 PM IST

ଦେବଭୂମି ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲାରେ ପାହାଡରୁ ଝରୁଛି କ୍ଷୀର । ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଅଧିକ ପଢନ୍ତୁ...

unique miracle in chauhar valley
ପାହାଡରୁ ଝରୁଛି କ୍ଷୀର ଭଳି ତରଳ ପଦାର୍ଥ, ଲୋକେ କରୁଛନ୍ତି ପୂଜାର୍ଚ୍ଚନା

ସିମଲା : ପାହାଡରୁ ଝରୁଛି କ୍ଷୀର । ଏଭଳି ଅଲୌକିକ ଘଟଣା ଘଟିଛି ଦେବଭୂମି ହିମାଚଳପ୍ରଦେଶରେ ମଣ୍ଡି ଜିଲ୍ଲାରେ । ପାହାଡର ବିଭିନ୍ନ ସ୍ଥାନରେ ଧଳା ତରଳ ପଦାର୍ଥ ଝରୁଛି, ଦେଖିବାକୁ ଯାହା କ୍ଷୀର ଭଳି ଝରୁଛି । ଏଭଳି ଅଲୌକିକ ଘଟଣା ଦେଖିବାକୁ ଲୋକଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି ।

ହିମାଚଳ ପ୍ରଦେଶକୁ କୁହାଯାଏ ଦେବଭୂମି । ଏଠାରେ ଦେବାଦେବୀଙ୍କ ଉପରେ ଲୋକେ ପ୍ରବଳ ଆସ୍ଥା ପ୍ରକଟ କରନ୍ତି । ମଣ୍ଡି ଜିଲ୍ଲାର ଚୌହାର ଘାଟିର ଲୋକମାନେ ସବୁବେଳେ ନିଜର ଆସ୍ଥା ଘାଟିର ଆରାଧ୍ୟ ଦେବତା ହୁରଙ୍ଗୁ ନାରାୟଣ ସହ ଅନ୍ୟଦେବାଦେବୀଙ୍କୁ ମଧ୍ୟ ବିଶ୍ବାସ କରନ୍ତି । ହିମାଚଳର ମଣ୍ଡି ଜିଲ୍ଲାରେ ଡ୍ରୋଙ୍ଗ ବିଧାନସଭା କ୍ଷେତ୍ରରେ ରୌପା ପଞ୍ଚାୟତର ଦାଡୁ ଗାଁର ପାହାଡିଆ ଅଞ୍ଚଳରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ପାହାଡର ୬ ରୁ ୭ ଟି ସ୍ଥାନରେ ଧଳା ତରଳ ପଦାର୍ଥ ଝରୁଛି, ଯାହା ଦେଖିବାକୁ କ୍ଷୀର ଭଳି ଝରୁଛି । ଏହି କ୍ଷୀର ସଫା ରହୁଛି ଏବଂ ଏହା କେତେଦୂର ଗଲା ପରେ ଦହି ଭଳି ଛିଣ୍ଡୁଥିବା ଦେଖାଯାଉଛି । ଏହାକୁ ନେଇ ଲୋକମାନେ ମଧ୍ୟ ଭଗବାନଙ୍କ ଚମତ୍କାରିତା ବୋଲି କହୁଛନ୍ତି । ଲୋକେ ପୂଜାର୍ଚ୍ଚନା କରିବା ମଧ୍ୟ ଆରମ୍ଭ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ କିଛି ଦୂରରେ ମହାଦେବଙ୍କ ସ୍ଥାନ ରହିଛି। ଏହା ନିକଟରେ ମଧ୍ୟ ଛୋଟ ଛୋଟ ପାହାଡ ରହିଛି । ସେଠାରେ ଲୋକେ ପୂଜାର୍ଚ୍ଚନା କରୁଛନ୍ତି ଏବଂ ବିଭିନ୍ନ ସମୟରେ କ୍ଷୀର ମଧ୍ୟ ପ୍ରଦାନ କରନ୍ତି । ପାହାଡରୁ କ୍ଷୀର ବାହାରୁ ଥିବା ଦୃଶ୍ୟ ପାଞ୍ଚ ବର୍ଷ ପୂର୍ବରୁ ମଧ୍ୟ ଜଣେ ବ୍ୟକ୍ତି ଦେଖିଥିଲେ। ସେହି ସମୟରେ ବ୍ୟକ୍ତ ଜଣକ ବିଶ୍ବାସକୁ ନେଇ ନଥିଲେ । ଏଥର ରୋପ ଖଡ୍ଡରେ ବର୍ଷା ହେବା ପରେ ଦୁଇ ଜଣ ବ୍ୟକ୍ତି ମାଛ ଧରିବା ପାଇଁ ଜାଲ ଧରି ବାହାରିଥିଲେ । ମାଛ ଧରିବା ପାଇଁ ଯାଇଥିବା ବ୍ୟକ୍ତିମାନେ କ୍ଷୀର ଝରୁଥିବା ନେଇ ଦେଖିବାକୁ ପାଇଥିଲେ । ଏହା ପରେ ଦୁଇଜଣ ବ୍ୟକ୍ତି କ୍ଷୀର ବାହାରୁଥିବା ଦେଖିଥିଲେ। ଏହା ପରେ ସେମାନେ ଗ୍ରାମବାସୀଙ୍କୁ ଅଦଭୂତ ଚମତ୍କାରିତା ଦେଖିବାକୁ ଲୋକଙ୍କ ଭିଡ ଜମିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.