ମୁମ୍ବାଇ:ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି କେବେ ହେବାର ପ୍ରଶ୍ନ । ଆଜ୍ଞା ହଁ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ଜଣେ କୁନି ପ୍ରଶଂସକ ଏପରି ପ୍ରଶ୍ନ କରିଛନ୍ତି, ଯେ ଆପଣ କେବେ ଭାରତର ରାଷ୍ଟ୍ରପତି ହେବେ । କୁନି ଝିଅ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ସମୟର ଫଟୋ ଯେତିକି ଭାଇରାଲ୍ ନ ହେଉଛି, ତାଙ୍କର ଏହଂ ପ୍ରଶ୍ନ ସମସ୍ତଙ୍କୁ ଚକିତ କରିଛି ।
ସୂଚନା ଅନୁଯାୟୀ, ମୁମ୍ବାଇ ଅହମ୍ମଦନଗର ନିର୍ବାଚନମଣ୍ଡଳୀରୁ ବିଜେପି ଲୋକସଭା ସାଂସଦ ତଥା ବରିଷ୍ଠ ନେତା ରାଧାକୃଷ୍ଣ ବିକାଶ ପାଟିଲଙ୍କ ନାତୁଣୀ ସୁଜୟ ଭିଖେ ପାଟିଲଙ୍କ ଝିଅ ଅନିଶା ପାଟିଲ (10) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ବହୁତ ବଡ ପ୍ରଶଂସକ ଏବଂ ସେ ସର୍ବଦା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଚାହୁଁଥିଲେ ।
କିଛି ସପ୍ତାହ ପୂର୍ବରୁ ଯେତେବେଳେ ଅନିଶା ପିତାଙ୍କୁ ତାଙ୍କ ଇଚ୍ଛା ବାବଦରେ ଜଣାଇଥିଲେ ସେତେବେଳେ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ସର୍ବଦା ବ୍ୟସ୍ତ ଥିବାରୁ ସାକ୍ଷାତ କରିପାରିବେ ନାହିଁ । ଅନ୍ୟ କୌଣସି ଉପାୟ ନପାଇ ନିଜେ ଅନିଶା ପ୍ରଧାନମନ୍ତ୍ରୀଙ୍କ ଏକ ମେଲ୍ ପଠାଇଥିଲେ, ଯେଉଁଥିରେ ମୋଦି ତାଙ୍କୁ ଦେଖା କରିବେ ବୋଲି ଜଣାଇଥିଲେ।
ଗତକାଲି(ଗୁରୁବାର) ଅନିଶା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି ତାଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହି ସମୟରେ ଅନିଶା ମୋଦିଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ ପଚାରିଥିଲେ ଯେ 'ଆପଣ ଗୁଜରାଟର, ତେବେ ଆପଣ କେବେ ଭାରତର ରାଷ୍ଟ୍ରପତି ହେବେ ?' ଏହା ଶୁଣି ପ୍ରଧାନମନ୍ତ୍ରୀଙ୍କ ସମେତ ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଜୋରରେ ହସିବାକୁ ଲାଗିଥିଲେ । ଅନ୍ୟପଟେ ଅନିଶାଙ୍କୁ ଭେଟିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ