ETV Bharat / bharat

ରାଜ୍ୟରେ ପରାଜିତ ହେଲେ CBI, ED ଲଗାଏ BJP କହିଲେ ତେଜସ୍ୱୀ - ବିହାରରେ ସିବିଆଇ

BJP ଉପରେ ବର୍ଷିଲେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ବିଧାନସଭାରେ କହିଲେ ରାଜ୍ୟରେ ପରାଜିତ ହେଲେ ବିଜେପି ନିୟୋଜିତ କରେ କେନ୍ଦ୍ରୀୟ ସଂସ୍ଥା (Tejashwi Yadav on CBI, ED) । ଆମକୁ ଭୟଭୀତ କରିପାରିବେ ନାହିଁ । ଆଜି ସକାଳେ ଆରଜେଡି ନେତାଙ୍କ ଘରେ ଚଢାଉ କରିଥିଲା CBI । ଅଧିକ ପଢନ୍ତୁ

ରାଜ୍ୟରେ ପରାଜିତ ହେଲେ CBI, ED ଲଗାଏ BJP କହିଲେ ତେଜସ୍ବୀ

author img

By

Published : Aug 24, 2022, 5:52 PM IST

Updated : Aug 24, 2022, 6:31 PM IST

ପାଟନା: ବିହାରରେ ନବଗଠିତ ମହାମେଣ୍ଟ ସମର୍ଥିତ ନୀତିଶ ସରକାରଙ୍କ ଗୃହରେ ଆସ୍ଥା ଭୋଟ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳର ବିଧାୟକଙ୍କ ଘରେ ସିବିଆଇ ଚଢାଉ ପରେ ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ (Bihar deputy cm Tejashwi Yadav) ଭାରତୀୟ ଜନତା ପାର୍ଟିକୁ ଶାଣିତ ଟାର୍ଗେଟ କରିଛନ୍ତି । ଆଜି (ବୁଧବାର) ଏନେଇ ତେଜସ୍ବୀ ଯାଦବ ବିଧାନସଭାରେ ବିଜେପି ବିରୋଧରେ ବର୍ଷିଛନ୍ତି । ତେଜସ୍ବୀ କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆୟକର ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ CBI ହେଉଛି ବିଜେପି ପାଇଁ କାର୍ଯ୍ୟ କରୁଛନ୍ତି ।

ବିଜେପିକୁ କଲେ ଟାର୍ଗେଟ:-

ତେଜସ୍ବୀ (Bihar deputy cm Tejashwi Yadav)କହିଛନ୍ତି, ‘‘ଆମ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଲାଗୁ ହୋଇଥିବାବେଳେ ନିରବ ମୋଦି ଏବଂ ମେହୁଲ ଚୋକସି ହଜାର ହଜାର କୋଟି ଟଙ୍କା ଆତ୍ମସାତ କରି ଦେଶ ଛାଡି ଚାଲିଯାଇଛନ୍ତି । ଦେଶରେ ପୁଞ୍ଜିପତିଙ୍କ 10 ଲକ୍ଷ କୋଟି ଋଣ ଛାଡ କରାଯାଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନାହିଁ । ଆମକୁ ଭୟଭୀତ କରିବାକୁ ବିଜେପି ଚେଷ୍ଟା ଜାରି ରଖିଛି, କିନ୍ତୁ ଆମେ ଭୟଭୀତ ହେବା ଲୋକ ନୁହଁ । ଆମେ ରାଜ୍ୟରେ ଗରିବ ଏବଂ ସାଧାରଣ ଲୋକଙ୍କ ସହିତ ରହିଛୁ, ତେଣୁ ଆମ ପରେ ଏପରି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଆମେ ଦେଶକୁ ଧ୍ୱଂସ କରିବାକୁ ଦେବୁ ନାହିଁ, ଦେଶକୁ ଭାଙ୍ଗିବାକୁ ମଧ୍ୟ ଦେବୁ ନାହିଁ ।’’

ଏହା ମଧ୍ୟ ପଢନ୍ତୁ:-ଫ୍ଲୋର ଟେଷ୍ଟ ପୂର୍ବରୁ RJD ନେତାଙ୍କ ଘରେ ପଶିଲା ସିବିଆଇ

ଆଜି ବିହାର ବିଧାନସଭାରେ ମହାମେଣ୍ଟ ସମର୍ଥିତ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବାବେଳେ ଏହା ପୂର୍ବରୁ RJD ନେତାଙ୍କ ଘରେ ଚଢାଉ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBI। ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ କାର୍ଯ୍ୟକାଳରେ 'ଜମି ବଦଳରେ ଚାକିରି ଦୁର୍ନୀତି’ (land-for-job scam) ମାମଲାରେ RJD ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂହ, RJD ନେତା ଅଶଫକ କରିମ (Ashfaque Karim) ଏବଂ ଫୈୟାଜ ଅହମ୍ମଦଙ୍କ(Faiyaz Ahmad ) ବାସଭବନରେ ଏହି ଚଢାଉ କରିଥିଲା ସଂସ୍ଥା । କେନ୍ଦ୍ରୀୟ ଏଜେନ୍ସି ଆଜି(ବୁଧବାର) ପାଟନା, ଦିଲ୍ଲୀ, ଗୋପାଳଗଞ୍ଜ ସମେତ ୧୬ଟି ସ୍ଥାନରେ ଚଢାଉ କରୁଥିବା ସୂଚନା ମିିଳିଛି ।

ଲାଲୁ ପ୍ରସାଦ ରେଳମନ୍ତ୍ରୀ ଥିବା ସମୟରେ ଏହି ଦୁର୍ନୀତି ହୋଇଥିଲା । ଏହି ଘଟଣାର ତଦନ୍ତରୁ ସିବିଆଇ ଜାଣିବାକୁ ପାଇଥିଲା ଯେ, ରେଲୱେ ଚାକିରି ଆଶାୟୀ ଲାଲୁଙ୍କ ପତ୍ନୀ ରାବଡି ଦେବୀ ଏବଂ ଝିଅ ହେମା ଯାଦବଙ୍କୁ ଉପହାର ଭାବେ ଜମି ଦେବା ପରେ ରେଳବାଇରେ ଆଶାୟୀଙ୍କୁ ନିଯୁକ୍ତି ମିଳିଥିଲା । ୨୦୦୪ ରୁ ୨୦୦୯ ମଧ୍ୟରେ ରେଲୱେର ବିଭିନ୍ନ ଜୋନରେ ୪ର୍ଥ ବର୍ଗ (ଗ୍ରୁପ-ଡି) ପଦବୀରେ ନିଯୁକ୍ତି ବଦଳରେ ଲାଲୁଙ୍କ ପରିବାର ସଦସ୍ୟଙ୍କ ନାମରେ ବ୍ୟାପକ ପରିମାଣର ଜମି ହସ୍ତାନ୍ତର ହୋଇଥିବା ଅଭିଯୋଗ ହୋଇଥିଲା । ତେବେ କିଛି ବର୍ଷର ବ୍ୟବଧାନ ପରେ କେନ୍ଦ୍ରୀୟ ସଂସ୍ଥା ଏହି ଘୋଟାଲାର ତାର ତଦନ୍ତ ବ୍ୟାପକ କରିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 24, 2022, 6:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.