ETV Bharat / bharat

WhatsApp New Feature: ଗ୍ରୁପ ଆଡମିନ କରିପାରିବେ Delete For Everyone

author img

By

Published : Aug 4, 2022, 4:23 PM IST

Updated : Aug 4, 2022, 4:36 PM IST

ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ ହ୍ବାଟ୍ସଆପରେ ଆସିବାକୁ ଯାଉଛି ନୂଆ ଫିଚର । କୌଣସି ମେସେଜକୁ ଡିଲିଟ ଫର ଏଭ୍ରିୱାନ କରିପାରିବେ ଗ୍ରୁପ ଆଡମିନ । ଅଧିକ ପଢନ୍ତୁ

WhatsApp new feature: ଗ୍ରୁପ ଆଡମିନ କରିପାରିବେ ଡିଲିଟ ଫର ଏଭ୍ରିଓ୍ବାନ

ଓ୍ବାଶିଂଟନ: ଲୋକପ୍ରିୟ ବୈଶ୍ବିକ ସୋସିଆଲ ମଡିଆ ଆପ ହ୍ବାଟ୍ସଆପ (WhatsApp) ଆଣିବାକୁ ଯାଉଛି ନୂଆ ଫିଚର । ନୂଆ ଫିଚର ଅନୁସାରେ, ଗ୍ରୁପ ଉପରେ ପୂର୍ବାପେକ୍ଷା ଅଧିକ ନିୟନ୍ତ୍ରଣ କ୍ଷମତା ପାଇବେ ଆଡମିନ । ସମ୍ପୃକ୍ତ ଆଡମିନ ଗ୍ରୁପର ଯେକୌଣି ମେସେଜକୁ ସମସ୍ତଙ୍କ ପାଇଁ ଡିଲିଟ (Delete Messages for Everyone) କରିପାରିବେ । ଗୁଗୁଲ ପ୍ଲେ ବେଟା ପ୍ରୋଗ୍ରାମକୁ ଅପଡେଟ କରି ସଂସ୍ଥା ନୂଆ ଫିଚରକୁ କାର୍ଯ୍ୟକ୍ଷମ କରିବାକୁ ଯାଉଛି ।

ବର୍ତ୍ତମାନ ସମୟରେ ବିଶ୍ବବ୍ୟାପୀ ବିଭିନ୍ନ କ୍ଷେତ୍ରରେ ଗଣ ଯୋଗାଯୋଗର ଲୋକପ୍ରିୟ ମାଧ୍ୟମ ଭାବେ ବହୁଳ ବ୍ୟବହାର ହେବାରେ ଲାଗିଛି ହ୍ବାଟ୍ସଆପ୍‌ । ଏଥିରେ ଗ୍ରୁପ କ୍ରିଏଟ କରି ବିଭିନ୍ନ କାର୍ଯ୍ୟ ପାଇଁ ଏହାକୁ ପ୍ରଭାବୀ ଭାବେ ମଧ୍ୟ ବ୍ୟବହାର କରାଯାଉଛି । ତେବେ ପୂର୍ବରୁ ଗ୍ରୁପର ଆଡମିନଙ୍କ ନିକଟରେ ସୀମିତ କ୍ଷମତା ରହୁଥିଲା । ସଦସ୍ୟଙ୍କୁ ଗ୍ରୁପରୁ ବାହାର କରିବା କିମ୍ବା ନୂତନ ସଦସ୍ୟଙ୍କୁ ଗ୍ରୁପରେ ସାମିଲ କରିବା ଓ ଗ୍ରୁପରେ କିଏ ବାର୍ତ୍ତା ପୋଷ୍ଟ କରିପାରିବ ସେନେଇ ଆଡମିନ ନିଷ୍ପତ୍ତି କରି ପାରୁଥିଲେ ।

ଏପରି ସ୍ଥିତିରେ ଆଡମିନଙ୍କ ଅପେକ୍ଷାକୃତ କମ ନିୟନ୍ତ୍ରଣ କ୍ଷମତା କେତେକାଂଶରେ ସମସ୍ୟା ସୃଷ୍ଟି କରୁଥିଲା । କେତେକ ମିଥ୍ୟା, ଭିତ୍ତିହୀନ ଓ ସ୍ପାମ ମେସେଜ ମଧ୍ୟ ଅତି ସହଜରେ ପୋଷ୍ଟ ହେବା ସହ ଗ୍ରୁପରୁ ଗ୍ରୁପକୁ ଭାଇରାଲ ମଧ୍ୟ ହେବା ସମ୍ଭବ ହେଉଥଲା । ଏପରି ନୂଆ ଫିଚର ଫଳରେ ଗ୍ରୁପ ଉପରେ ଅଧିକ ନିୟନ୍ତ୍ରଣ ହାସଲ କରିବା ସହ ଯେକୌଣସି ବାର୍ତ୍ତାଙ୍କୁ ଗ୍ରୁପରୁ ସମ୍ପୂର୍ଣ୍ଣ ଡିଲିଟ୍‌ କରିପାରିବାର କ୍ଷମତା ପାଇବେ ଆଡମିନ । ତେବେ ଏହି ଫିଚର ଖୁବ୍‌ଶୀଘ୍ର ହ୍ବାଟ୍ସଆପରେ ଉପଲବ୍ଧ ହେବାକୁ ଯାଉଛି ।

ନିକଟରେ, ହ୍ବାଟ୍ସଆପ ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ-୨୦୨୧ ଅନୁଯାୟୀ ଜୁନ୍‌ ମାସରେ ଦେଶରେ ପ୍ରାୟ ୨୨ ଲକ୍ଷରୁ ଅଧିକ ଫେକ ଆକାଉଣ୍ଟକୁ ଓ ମେ’ ମାସାରେ ୧୯ ଲକ୍ଷରୁ ଅଧିକ ଫେକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ଜୁନ୍ ମାସରେ ସମଗ୍ର ଦେଶରୁ ପ୍ରାୟ ୬୩୨ ଅଭିଯୋଗ ରିପୋର୍ଟ ଗ୍ରହଣ କରିଛି ଓ ଏହା ଉପରେ କାର୍ଯ୍ୟ ଜାରି ରଖିଥିବା ମଧ୍ୟ ସୂଚନା ରହିଛି ।

Last Updated : Aug 4, 2022, 4:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.