ETV Bharat / bharat

ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟ ଗଲା Whatsapp - ଦିଲ୍ଲୀ ହାଇକୋର୍ଟ

ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ହ୍ବାଟ୍ସଆପ ମାମଲା ଦାଏର କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଭାରତ ସରକାରଙ୍କ ବିରୋଧରେ ମାମଲା ଦାଏର କଲା Whatsapp

author img

By

Published : May 26, 2021, 12:10 PM IST

Updated : May 26, 2021, 12:27 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହୋଇକୋର୍ଟରେ ମାମଲା ଦାଏର କରିଛି ଫେସବୁକ ଦ୍ବାରା ପରିଚାଳିତ ହେଉଥିବା ହ୍ବାଟ୍ସଆପ । ଏହି ମକଦ୍ଦମା ବ୍ୟକ୍ତିଗତ ଗୋପନୀୟତା ପାଇଁ ଦାଏର କରାଯାଇଛି । ତେବେ ହ୍ବାଟ୍ସଆପ ବ୍ୟବହାରକାରୀଙ୍କ କୌଣସି ବ୍ୟକ୍ତିଗତ ତଥ୍ୟ ଭାରତ ସରକାର କିମ୍ବା ଅନ୍ୟ କୌଣସି ରାଷ୍ଟ୍ରର ସରକାରଙ୍କ ସହିତ ସେୟାର କରିବ ନାହିଁ ବୋଲି କହିଥିବା ସୂଚନା ମିଳିଛି ।

ଭାରତ ସରକାରଙ୍କ ଦ୍ବାରା ଜାରି କରାଯାଉଥିବା ନୂତନ ନିୟମ ବ୍ୟବହାରକାରୀଙ୍କ ଗୋପନୀୟତାକୁ ଲିକ୍‌ କରିବ ବୋଲି ହ୍ବାଟ୍ସଆପ୍ ଅଧିକାରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ରଥମ ଦିନରୁ ବନ୍ଧୁମାନଙ୍କ ସହ ସମ୍ପର୍କ ରଖିବା, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ବାଣ୍ଟିବା ଓ ଅଲଗା ହୋଇଯାଇଥିବା ପରିବାର ମଧ୍ୟରେ ପୁନଃ ସଂଯୋଗ ସ୍ଥାପନ କରିବା ପାଇଁ ହ୍ବାଟ୍ସଆପ୍ ପ୍ରସ୍ତୁତ କରାଯାଇଛି । ଏଥିରେ ଅତ୍ୟନ୍ତ ବ୍ୟକ୍ତିଗତ ତଥ୍ୟଗୁଡିକ ସେୟାର ହୋଇଥାଏ । ଏଥିଲାଗି ଏହି ଆପରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡର ବ୍ୟବସ୍ଥା ରହିଛି । ଫଳରେ ଏହି ଆପ ମାଧ୍ୟମରେ ସେୟାର ହେଉଥିବା ସନ୍ଦେଶ, ଫଟୋ, ଭିଡିଓ, ଭଏସ ମେସେଜ, ଦସ୍ତାବିଜ ଆଦି ସାଇବର ଠକଙ୍କ ହାତରୁ ସୁରକ୍ଷିତ ରହିଥାଏ ।

ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ ଅନୁଯାୟୀ ମେ 15 ତାରିଖଠାରୁ ହ୍ବାଟ୍ସଆପ କାର୍ଯ୍ୟ କରୁଛି । ତେବେ ଭାରତ ସରକାରଙ୍କ ନୂଆ ଆଇଟି ନିୟମ ସହମତି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଥିଲା । ନଚେତ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ନୂଆ ନିୟମ ମୁତାବକ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ସରକାରୀ ନିର୍ଦ୍ଦେଶ କିମ୍ବା ଆଇନଗତ ଆଦେଶ ପରେ 36 ଘଣ୍ଟା ମଧ୍ୟରେ ଆପତ୍ତିଜନକ ବିଷୟବସ୍ତୁ ହଟାଇବାକୁ ପଡିବ ବୋଲି ନୂଆ ନିୟମରେ ଉଲ୍ଲେଖ କରାଯାଇଛି । ଏହାଦ୍ବାରା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହେବାର ସମ୍ଭାବନା ରହିଛି ।

ଭାରତ ସରକାର ହ୍ବାଟ୍ସଆପକୁ ନୂଆ ଆଇଟି ନିୟମ ମାନିବାକୁ ସମୟ ଦେଇଥିଲେ । ଏହି ସମୟସୀମା ମଙ୍ଗଳବାର ଶେଷ ହେବା ପରେ ଭାରତ ସରକାରଙ୍କ ବିରୋଧରେ ହ୍ବାଟ୍ସଆପ ମାମଲା ଦାଏର କରିଛି । ଏଥିରେ ଦର୍ଶାଯାଇଛି ଯେ କମ୍ପାନୀ ସୂଚନାର ପ୍ରଥମ ଉତ୍ପାଦକ ସମ୍ବନ୍ଧୀୟ ସୂଚନା ଭାରତ ସମେତ କୌଣସି ସରକାର ସହିତ ଅଂଶୀଦାର କରିବ ନାହିଁ ଏବଂ ବ୍ୟବହାରକାରୀଙ୍କ ଗୋପନୀୟତା ବଜାୟ ରଖିବ ।

@IANS

Last Updated : May 26, 2021, 12:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.