ନୂଆଦିଲ୍ଲୀ: Twitter ବୋର୍ଡରେ ସାମିଲ ହେଲେ ସ୍ପେସଏକ୍ସ ମୁଖ୍ୟ ଏଲନ ମସ୍କ । ଟ୍ୱିଟରରେ 9.2% ଅଂଶଧନ କିଣିବାର ଗୋଟିଏ ଦିନ ପରେ ଏହି ବୋର୍ଡରେ ସାମିଲ ହୋଇଛନ୍ତି । ମକ୍ସଙ୍କ ସାମିଲ ହେବା ସମ୍ପର୍କରେ ଟ୍ବିଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (CEO) ପରାଗ ଅଗ୍ରୱାଲ ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି ।
-
I’m excited to share that we’re appointing @elonmusk to our board! Through conversations with Elon in recent weeks, it became clear to us that he would bring great value to our Board.
— Parag Agrawal (@paraga) April 5, 2022 " class="align-text-top noRightClick twitterSection" data="
">I’m excited to share that we’re appointing @elonmusk to our board! Through conversations with Elon in recent weeks, it became clear to us that he would bring great value to our Board.
— Parag Agrawal (@paraga) April 5, 2022I’m excited to share that we’re appointing @elonmusk to our board! Through conversations with Elon in recent weeks, it became clear to us that he would bring great value to our Board.
— Parag Agrawal (@paraga) April 5, 2022
ଆମେ ଟ୍ବିଟର ବୋର୍ଡରେ ଏଲନଙ୍କୁ ନିଯୁକ୍ତି ଦେଇଛୁ । ଏପରି ନିଷ୍ପତ୍ତି ପାଇଁ ଆମେ ଖୁସି । ଆମେ ଗତ ସପ୍ତାହର ଏଲନଙ୍କ ସହ ଆଲୋଚନା କରିଥିଲୁ । ତାଙ୍କର ସାମିଲ ହେବା ଆମ ସଂସ୍ଥା ପାଇଁ ଲାଭଦାୟକ ହେବ ବୋଲି ଦର୍ଶାଇ ପରାଗ ଏକ ଟ୍ବିଟ ମାଧ୍ୟମରେ ଏଲନଙ୍କୁ ସ୍ବାଗତ ମଧ୍ୟ କରିଛନ୍ତି ।
ଅଂଶଧନ କିଣିବା ପରେ ଏଲନ ମସ୍କ ଟ୍ବିଟର ବୋର୍ଡରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । ଯାହା ଆଜି ସ୍ପଷ୍ଟ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ