ETV Bharat / bharat

Modi Cabinet Reshuffle: ଛୋଟିଆ ପରିବର୍ତ୍ତନ ଜରିଆରେ କଣ ସଙ୍କେତ?

author img

By

Published : May 20, 2023, 6:06 PM IST

କୁହାଯାଉଛି ସାଧାରଣ ନିର୍ବାଚନ 2024କୁ ନେଇ ବଡ ଯୋଜନା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭିନ୍ନ ଢଙ୍ଗରେ ଲଢିବେ ନିର୍ବାଚନ । ଶକ୍ତ ସମରସଜ୍ଜା ସହ ସଫଳ ରଣନୀତି ନେଇ ମୈଦାନକୁ ଓହ୍ଲାଇବେ ମୋଦି । ଏଥିପାଇଁ ପ୍ରଥମେ କ୍ୟାବିନେଟ ସ୍ତରରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତନର କାରଣ ଯାହା ବି ଥାଉ, ଏହା ସିଧାସଳଖ ସାଧାରଣ ନିର୍ବାଚନ ସହ ସଂଯୋଗ ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଗୋଟିଏ ବର୍ଷରୁ କମ ସମୟ ରହିଛି । ନିର୍ବାଚନ ଅଳ୍ପ ଦିନ ଥିଲେ ମଧ୍ୟ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ନେଇ ଚର୍ଚ୍ଚା ଚାଲିଥିଲା । ଯାହା ଗତ ଗୁରୁବାର ସତ ହୋଇଛି । ପ୍ରଧାନମନ୍ତ୍ରୀ ନିଜ ଆଇନ ମନ୍ତ୍ରୀଙ୍କୁ ପଦରୁ ହଟାଇଛନ୍ତି । ଆଇନ ମନ୍ତ୍ରୀ ଥିବା କିରଣ ରିଜିଜୁଙ୍କ ସ୍ଥାନରେ ରାଜସ୍ଥାନ ବିକାନେର ସାଂସଦ ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କୁ ଆଇନ ମନ୍ତ୍ରଣାଳୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କିରଣ ରିଜିଜୁଙ୍କୁ ବିଜ୍ଞାନ ଓ ଭୂପୃଷ୍ଠ ମନ୍ତ୍ରଣାଳୟ ମିଳିଛି । କିରଣଙ୍କ ଡେପୁଟି ଥିବା ସତ୍ୟପାଲ ସିଂ ବାଘେଲଙ୍କୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରାଷ୍ଟ୍ର ପାହ୍ୟା ମିଳିଛି । ପ୍ରଶ୍ନ ଉଠୁଛି କାହିଁକି ପ୍ରଧାନମନ୍ତ୍ରୀ ଏହି ଛୋଟିଆ ଅଦଳ ବଦଳ କଲେ? କଣ ଆବଶ୍ୟକତା ପଡିଲା ପରିବର୍ତ୍ତନ? ନିର୍ବାଚନ ଅଳ୍ପ ଦିନ ଥିବା ବେଳେ ଏହି ପରିବର୍ତ୍ତନ କାହିଁକି?

ଏହାବି ପଢନ୍ତୁ- Modi Zelensky Talks: ଯୁଦ୍ଧ ଶେଷ ପାଇଁ ଯାହା ଆବଶ୍ୟକତା ଭାରତ କରିବ: ମୋଦି

କୁହାଯାଉଛି ସାଧାରଣ ନିର୍ବାଚନ 2024କୁ ନେଇ ବଡ ଯୋଜନା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭିନ୍ନ ଢଙ୍ଗରେ ଲଢିବେ ନିର୍ବାଚନ । ଶକ୍ତ ସମରସଜ୍ଜା ସହ ସଫଳ ରଣନୀତି ନେଇ ମୈଦାନକୁ ଓହ୍ଲାଇବେ ମୋଦି । ଏଥିପାଇଁ ପ୍ରଥମେ କ୍ୟାବିନେଟ ସ୍ତରରେ ଆବଶ୍ୟକ ପରିବର୍ତ୍ତନ କରାଯାଇଛି । ପରିବର୍ତ୍ତନର କାରଣ ଯାହା ବି ଥାଉ, ଏହା ସିଧାସଳଖ ସାଧାରଣ ନିର୍ବାଚନ ସହ ସଂଯୋଗ ରହିଛି । ସାଧାରଣ ନିର୍ବାଚନରେ ଯେମିତି କ୍ଷେତ୍ରୀୟ ସମୀକରଣ ସ୍ଥିତି ଠିକ ରହିବ ତାହାକୁ ନିଶ୍ଟିତ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ 5 ଟି ରାଜ୍ୟର ବିଧାନସଭା ନିର୍ବାଚନ ହେବ । ସେପଟେ ବିଜେପି ମଧ୍ୟ ବିଭିନ୍ନ ବିଧାନସଭା ନିର୍ବାଚନର ଫଳାଫଳ ଯେଭଳି ଆଗାମୀ ସାଧାରଣ ନିର୍ବାଚନରେ ନପଡେ ତାହାକୁ ସୁନିଶ୍ଚିତ କରିବା ପାଇଁ ଷ୍ଟ୍ରାଟେଜୀ କରୁଛି ।

ଚଳିତ ବର୍ଷ ଶେଷ ସୁଦ୍ଧା 5 ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଓ ମିଜୋରାମରେ ନିର୍ବାଚନ ଅଛି । ଡିସେମ୍ବର ସୁଦ୍ଧା ଏହି ସବୁ ରାଜ୍ୟରେ ସରିବ ନିର୍ବାଚନ । ମୋଦିଙ୍କ କ୍ୟାବିନେଟରେ ବର୍ତ୍ତମାନ ଏହି ରାଜ୍ୟ ଗୁଡିକରୁ ପ୍ରତିନିଧିତ୍ବ ରହିଛି । ମଧ୍ୟ ପ୍ରଦେଶରୁ ନରେନ୍ଦ୍ର ସିଂ ତୋମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିରେନ୍ଦ୍ର ସିଂ ମୋଦିଙ୍କ କ୍ୟାବିନେଟରେ ଅଛନ୍ତି । ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରହଲ୍ଲାଦ ପଟେଲ ଓ ଫଗ୍ଗନ ସିଂ କୁଲସ୍ତେ ଅଛନ୍ତି ।

ରାଜସ୍ଥାନରୁ ଭୂପେନ୍ଦ୍ର ଯାଦବ ଗଜେନ୍ଦ୍ର ସିଂ ଶେଖାୱତ ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ, ଅର୍ଜୁନ ରାମ ମେଘାୱାଲ ଓ କୈଳାଶ ଚୌଧୁରୀ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । କିନ୍ତୁ ଏବେ ଅର୍ଜୁନ ରାମ ମେଘାୱାଲଙ୍କୁ ପଦନ୍ନୋତି ଦେଇ ଆଇନ ମନ୍ତ୍ରଣାଳୟର ସ୍ବାଧୀନ ଦାୟିତ୍ବ ମିଳିଛି । ତେଲେଙ୍ଗାନାରୁ ଏକମାତ୍ର ମନ୍ତ୍ରୀ ଭାବେ ମୋଦି କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଜି. କିଶାନ ରେଡ୍ଡୀ । ଛତିଶଗଡରୁ ରେଣୁକା ସିଂ ମନ୍ତ୍ରୀ ଅଛନ୍ତି । ବିଜେପି ସୂତ୍ର ଅନୁସାରେ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ପ୍ରଧାନମନ୍ତ୍ରୀ କରିଥିବା ଛୋଟିଆ ପରିବର୍ତ୍ତନ ଏହା ନିର୍ବାଚନ ସହ ସମ୍ପୃକ୍ତ ନୁହେଁ । ଏହା ଆବଶ୍ୟକତା ଅନୁସାରେ ଆବଣ୍ଟନ ହୋଇଛି ।

ଆଗାମୀ 2024 ସାଧାରଣ ନିର୍ବାଚନକୁ ନେଇ ବିଜେପିର ରଣନୀତି ସ୍ପଷ୍ଟ । 2019 ନିର୍ବାଚନ ଫଳାଫଳକୁ ଦୋହରାଇବା ଲକ୍ଷ୍ୟରେ ଦଳ । 2019 ରେ ଫଳାଫଳ ଯାହା ଥିଲା ତାହା ଠାରୁ ଆହୁରି ଅଧିକ ଚାହୁଁଛି ବିଜେପି। ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ରାଜ୍ୟକୁ ଟାର୍ଗେଟ କରିଛି ଦଳ । ଯେଉଁଠାରେ ଦଳର ସଂଗଠନ ସୁଦୃଢ ନଥିବା ସତ୍ବେ 2019ରେ ଦଳକୁ ଆଶା ଜନକ ସଫଳତା ମିଳିଥିଲା । ସେହି ନିର୍ଦ୍ଦିଷ୍ଟ ରାଜ୍ୟ ଭିତରେ ରହିଛି ତେଲଙ୍ଗାନା, ଆନ୍ଧ୍ର, ଓଡିଶା, ପଶ୍ଚିମବଙ୍ଗ ଭଳି ରାଜ୍ୟ । 2019 ସାଧାରଣ ନିର୍ବାଚନରେ ଆନ୍ଧ୍ର ପ୍ରଦେଶକୁ ଛାଡି ଅବଶିଷ୍ଟ ରାଜ୍ୟରେ ବିଜେପିର ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା । ସେହି ଦୃଷ୍ଟିରୁ ବିଜେପି ଏହି ସଫଳତାକୁ ବଜାୟ ରଖିବାକୁ ଯୋଜନା କରୁଛି ।

ଏହାବି ପଢନ୍ତୁ- RathaKhala Halchal: ଶେଷ ହେଲା ତିନି ରଥର ଅଖ ଚକ ସଂଯୋଗ

ଗତ ୟୁପିଏ2 ସରକାରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂ 2012 ରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଥିଲେ । ଯେଉଁଥିରେ 22 ଜଣ ନୂଆ ମନ୍ତ୍ରୀଙ୍କୁ ସ୍ଥାନ ମିଳିଥିଲା । ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ କରି କଂଗ୍ରେସ ଆଶା କରିଥିଲା ଯେ ଏହାଦ୍ବାରା 2014 ନିର୍ବାଚନରେ ଦଳ ପାର ହୋଇଯିବ । ଏହା ବ୍ୟତୀତ ଦଳ ଭିତରେ ଥିବା ଅସନ୍ତୋଷକୁ ପ୍ରତିହତ ହେବ । କିନ୍ତୁ ହୋଇଥିଲା ପୁରା ଓଲଟା । ନା ଦଳ ନିର୍ବାଚନରେ ପାର ପାଇଥିଲା ନା ଦଳୀୟ ନେତାଙ୍କ ସନ୍ତୋଷ ପ୍ରଶମିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଭିନ୍ନ ଢଙ୍ଗରେ ସରକାର ପରିଚାଳନ କରୁଛନ୍ତି । ତାଙ୍କ ଟିମରେ ସାମିଲ ହେବାକୁ ହେଲେ, ଦକ୍ଷତା ହିଁ ଏକମାତ୍ର ମାପକାଠି । ଯାହା 2014 ରୁ ଚାଲିଛି । ଦକ୍ଷତା ନଥିଲେ ମନ୍ତ୍ରୀ ହେବାର ସୁଯୋଗ ନାହିଁ । ପ୍ରଧାନମନ୍ତ୍ରୀ ପ୍ରାୟତଃ ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ଚାହାଁନ୍ତି ନାହିଁ । ଅତି ଆବଶ୍ୟକତା ନହେଲେ କ୍ୟାବିନେଟରେ ଅଦଳ ବଦଳ ହୁଏ ନାହିଁ । ନିର୍ବାଚନ ବର୍ଷରେ ପ୍ରଧାନମନ୍ତ୍ରୀ ଏବେ ପ୍ରଦର୍ଶନକୁ ଗୁରୁତ୍ବ ଦେଉଛନ୍ତି । ଆଉ କୌଣସି ପରିବର୍ତ୍ତନ ବିନା ଏହି ଟିମ ହିଁ 2024 ସାଧାରଣ ନିର୍ବାଚନ ସାମନା କରିବ । ଏଥିପାଇଁ ମନ୍ତ୍ରୀ ମାନଙ୍କୁ ନିଜ ନିଜ ମନ୍ତ୍ରଣାଳୟର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ସପ୍ତାହରେ ହୋଇଥିବା ଛୋଟିଆ ଅଦଳ ବଦଳ କେବଳ ଏକ ସାମନ୍ୟ ପରିବର୍ତ୍ତନ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.