ETV Bharat / bharat

କଣ DMCA ? ଯାହାପାଇଁ ଲକ୍‌ହେଲା IT ମନ୍ତ୍ରୀଙ୍କ ଟ୍ବିଟର ଆକାଉଣ୍ଟ - IT Minister RS Prasad

ଡିଜିଟାଲ ମିଲେନିୟମ କପିରାଇଟ ଆକ୍ଟ(DMCA)ର ଉଲ୍ଲଂଘନକୁ ଆକାଉଣ୍ଟ ବନ୍ଦର କାରଣ ବୋଲି ଆଇଟି ମନ୍ତ୍ରୀଙ୍କୁ ଅବଗତ କରାଇଛି ମାଇକ୍ରୋ ବ୍ଲଗିଂ ସାଇଟ । ତେବେ କଣ ଏହି DMCA ? ଅଧିକ ପଢନ୍ତୁ...

କଣ DMCA ? ଯାହାପାଇଁ ଲକ୍‌ହେଲା IT ମନ୍ତ୍ରୀଙ୍କ ଟ୍ବିଟର ଆକାଉଣ୍ଟ

author img

By

Published : Jun 25, 2021, 9:32 PM IST

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ପ୍ରସାରଣ ଓ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟ ହ୍ୟାଣ୍ଡେଲକୁ 1 ଘଣ୍ଟା ପାଇଁ ଲକ୍‌ କରିଥିଲା ଟ୍ବିଟର । ଡିଜିଟାଲ ମିଲେନିୟମ କପିରାଇଟ ଆକ୍ଟ(DMCA)ର ଉଲ୍ଲଂଘନକୁ ଆକାଉଣ୍ଟ ବନ୍ଦର କାରଣ ବୋଲି ଆଇଟି ମନ୍ତ୍ରୀଙ୍କୁ ଅବଗତ କରାଇଛି ମାଇକ୍ରୋ ବ୍ଲଗିଂ ସାଇଟ ।

କଣ ଏହି DMCA ?

DMCA ଆମେରିକାର ଏକ କପିରାଇଟ ଆକ୍ଟ । 1998ରେ ଏହାକୁ ଲାଗୁ କରିଥିଲେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ କ୍ଲିଣ୍ଟନ । କୌଣସି କନଟେଣ୍ଟର ଚୋରି ହେବାରୁ ବଞ୍ଚିବା ପାଇଁ ଏହି ଆଇନ ଗଠନ ହୋଇଥିଲା ।

ସମସ୍ତ ପ୍ରକାରର ଡିଜିଟାଲ କନଟେଣ୍ଟ ଯଥା ଅଡିଓ, ଭିଡିଓ ଆଦି ଏହି ଆକ୍ଟ ଅଧିନରେ ଆସିଥାଏ । ଅଧିକାଂଶ କନଟେଣ୍ଟ କ୍ରିଏଟର ନିଜ କନଟେଣ୍ଟର ସୁରକ୍ଷା ପାଇଁ ଏହି ଆଇନର ସାହାରା ନିଅନ୍ତି ।

ଏଭଳିସ୍ଥିତିରେ ଯଦି କେହି ବିନା ଅନୁମତିରେ କାହାର କନଟେଣ୍ଟ କପି କରିଥାଏ, ତେବେ ଡିଏମସିଏ ଆଧାରରେ ଏହାର ଅଭିଯୋଗ କରାଯାଇପାରେ । ଅର୍ଥାତ ସିଧା ଭାବରେ କହିବାକୁ ଗଲେ ଡିଏମସିଏ ଏକ କପିରାଇଟ ଲ' । ଏହାର ଉପଯୋଗ ସେବେ ହୁଏ, ଯେବେ କାହାରି କପିରାଇଟ ଇମେଜ, ସର୍ଭିସ ତଥା ପ୍ରୋପର୍ଟିର ଅପବ୍ୟବହାର ।

ଟ୍ବିଟର ନିଜ ହେଲ୍ପ ସେଣ୍ଟରରେ ଡିଏମସିଏ ଅଭିଯୋଗ ଆଧାରରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ କହିଛି । ଏଥିରେ ଲେଖାଯାଇଛି ଯେ ଟ୍ବିଟର କଥିତ କପିରାଇଟ ଉଲ୍ଲଂଘନ ରିପୋର୍ଟର ଜବାବ ଦେବ ।

ପ୍ରୋଫାଇଲ କିମ୍ବା ହେଡର ଫଟୋ ରୂପେ କପିରାଇଟ କରାଯାଇଥିବା ମେସେଜର ଅନଅଥରାଇଜ୍‌ଡ ସମ୍ବନ୍ଧିତ ଅଭିଯୋଗ, ଅପଲୋଡ କରାଯାଇଥିବା କପିରାଇଟ ଭିଡିଓ କିମ୍ବା ଇମେଜର ଅନଅଥରାଇଜଡ ନ୍ୟୁଜ ସହ ସମ୍ବନ୍ଧିତ ଅଭିଯୋଗ ରୂପେ ଉଲ୍ଲଂଘନକାରୀ ସାମଗ୍ରୀ ଲିଙ୍କ ହୋଇଥିବା ଟ୍ବିଟକୁ ବ୍ଲକ କରାଯାଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.