ଚଣ୍ଡିଗଡ଼: ଭାରତର ଯବାନମାନେ ଶତ୍ରୁ କବଳରୁ ଦେଶକୁ ରକ୍ଷା କରୁଥିବା ବେଳେ କୋରୋନା ଭାଇରସ ଭଳି ମହାମାରୀ କବଳରୁ ମଧ୍ୟ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ଗ୍ରହଣ କରିଛନ୍ତି ସ୍ବାଗତଯୋଗ୍ୟ ପଦକ୍ଷେପ । ହରିୟାଣାର ଫରିଦାବାଦରେ ଯବାନଙ୍କ ପଶ୍ଚିମାଞ୍ଚଳ କମାଣ୍ଡ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଶୁକ୍ରବାର ଶୁଭାରମ୍ଭ କରିଥିବା ସରକାରୀ ସୂତ୍ରରୁ ଜଣାପଡିଛି ।
ଏହି ହସ୍ପିଟାଲ ନିକଟରେ ଯବାନମାନେ ରହିଥିବା ବେଳେ ଆବଶ୍ୟକ ହେଉଥିବା ମେଡିକାଲ ସାମଗ୍ରୀ ଏହି କୋଭିଡ ହସ୍ପିଟାଲକୁ ଯୋଗାଉଛନ୍ତି । ପଞ୍ଜାବରେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମେଡିକାଲ କର୍ମଚାରୀଙ୍କ ଅଭାବ ପଡିବାରୁ ଯବାନମାନେ ମେଡିକାଲ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ସେଠାକୁ ପଠାଉଥିବା ଜଣାପଡିଛି ।
ତେବେ ସୂଚନା ଥାଉ କି ଗତ 24 ଘଣ୍ଟାରେ ଦେଶରେ 4ଲକ୍ଷ 1 ହଜାର 78 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 4 ହଜାର 187 ଜଣଙ୍କ ମୁଣ୍ତ ନେଇଛି ମହାମାରୀ । ଏହାସହ 3 ଲକ୍ଷ 18 ହଜାର 609 ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
@ANI