ETV Bharat / bharat

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ବିଜେପି ପ୍ରାର୍ଥୀଙ୍କ ଗାଡି ଉପରେ ଆକ୍ରମଣ

ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା । ବିଜେପି ପ୍ରାର୍ଥୀଙ୍କ ଗାଡି ଉପରେ ଆକ୍ରମଣ । ଅଧିକ ପଢନ୍ତୁ...

author img

By

Published : Apr 12, 2021, 8:24 AM IST

West Bengal polls: Vehicle of BJP candidate vandalised in Birbhum
ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ବିଜେପି ପ୍ରାର୍ଥୀଙ୍କ ଗାଡି ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗରେ ଆରମ୍ଭ ହୋଇଯାଇଛି ନିର୍ବାଚନର ମହାପର୍ବ । ହେଲେ ଏହାରି ଭିତରେ ଘଟି ଚାଲିଛି ନିର୍ବାଚନୀ ହିଂସା । ବିଜେପି ପ୍ରାର୍ଥୀ ଅନୁପ ସାହାଙ୍କ ଗାଡି ଉପରେ ବୀରଭୂମ ଜିଲ୍ଲାର ଟିଏମସି ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ତାଙ୍କ ଗାଡିଟି ଭାଙ୍ଗି ଯାଇଛି । ରବିବାର ଦିନ ପଶ୍ଚିମବଙ୍ଗର ଖାଇରାସୋଲ ଅଞ୍ଚଳର ଏକ ଗ୍ରାମରେ ଏଭଳି ଘଟଣା ଘଟିଛି।

ଅନୁପ ସାହା ବୀରଭୂମ ଜିଲ୍ଲାର ଦୁବରାଜପୁର ନିର୍ବାଚନମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ କୋଚ ବେହେରାସ୍ଥିତ ଏକ ମତଦାନ କେନ୍ଦ୍ରରେ ହିଂସା ହୋଇଥିଲା । ପଶ୍ଚିମବଙ୍ଗରେ ପ୍ରଥମ ଚାରିଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ପଞ୍ଚମ ପର୍ଯ୍ଯାୟ 17 ତାରିଖରେ ହେବାକୁ ଥିବା ବେଳେ ଷଷ୍ଠ ପର୍ଯ୍ୟାୟ ଏପ୍ରିଲ 22ରେ ହେବ। ଭୋଟ ଗଣନା ମେ 2 ରେ ହେବ ବୋଲି ଜଣାପଡିଛି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.