ETV Bharat / bharat

ତୃତୀୟ ପର୍ଯ୍ୟାୟ ମତଦାନ; ପ୍ରସ୍ତୁତ ବଙ୍ଗ ମୈଦାନ

author img

By

Published : Apr 6, 2021, 6:13 AM IST

ଗତ 2ଟି ପର୍ଯ୍ୟାୟରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର । ଆଉ ଏଥର ତୃତୀୟ ପର୍ଯ୍ୟାୟ ଉପରେ ରହିଛି ସମସ୍ତଙ୍କ ନଜର । ଅଧିକ ପଢନ୍ତୁ...

ତୃତୀୟ ପର୍ଯ୍ୟାୟ ମତଦାନ; ପ୍ରସ୍ତୁତ ବଙ୍ଗ ମୈଦାନ
ତୃତୀୟ ପର୍ଯ୍ୟାୟ ମତଦାନ; ପ୍ରସ୍ତୁତ ବଙ୍ଗ ମୈଦାନ

କୋଲକାତା: ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ ପ୍ରସ୍ତୁତ ପଶ୍ଚିମବଙ୍ଗ ରଣକ୍ଷେତ୍ର । ଗତ 2ଟି ପର୍ଯ୍ୟାୟରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର । ଆଉ ଏଥର ତୃତୀୟ ପର୍ଯ୍ୟାୟ ଉପରେ ରହିଛି ସମସ୍ତଙ୍କ ନଜର ।

ଆଜି ଅର୍ଥାତ ଏପ୍ରିଲ 6 ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନରେ ପାଞ୍ଚଟିରୁ ଅଧିକ ପ୍ରମୁଖ ଜାତୀୟ ତଥା ଆଞ୍ଚଳିକ ଦଳର ମୋଟ 205 ଜଣ ପ୍ରାର୍ଥୀ 31ଟି ନିର୍ବାଚନମଣ୍ଡଳୀରେ ଲଢେଇ କରୁଛନ୍ତି ।

205 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 193 ଜଣ ପୁରୁଷ ଏବଂ 12 ଜଣ ମହିଳା ପ୍ରତିଯୋଗୀ ନିଜ ଭାଗ୍ୟ ପରୀକ୍ଷା କରିବେ ।

ପ୍ରାର୍ଥୀଙ୍କ ମଧ୍ୟରୁ 50 ପ୍ରତିଶତ (102)ଙ୍କର ଦ୍ୱାଦଶ ଶ୍ରେଣୀର 'ସର୍ବୋଚ୍ଚ' ଶିକ୍ଷାଗତ ଯୋଗ୍ୟତା ରହିଛି ।

ପ୍ରାର୍ଥୀ ଚୟନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପଛରେ ପକାଇ ରାଜନୈତିକ ଦଳଗୁଡିକ ମତଦାନର ତୃତୀୟ ପର୍ଯ୍ୟାୟରେ ଅପରାଧିକ ମାମଲା ଥିବା ପ୍ରାୟ 26% ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି ।

31ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଆଠଟି (26%) ରେଡ୍ ଆଲର୍ଟ ନିର୍ବାଚନମଣ୍ଡଳୀ ଭାବରେ ଘୋଷିତ ହୋଇଛି ଯେଉଁଥିରେ ତିନି କିମ୍ବା ଅଧିକ ପ୍ରତିଯୋଗୀ ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।

ହିଂସା ମୁକ୍ତ ନିର୍ବାଚନକୁ ସୁନିଶ୍ଚିତ କରିବା ଏବଂ ଭୋଟରଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ CAPFର 125 ରୁ ଅଧିକ କମ୍ପାନୀ ରାଜ୍ୟରେ ମୁତୟନ ହୋଇଛନ୍ତି।

ଏପ୍ରିଲ 1ରେ 30 ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ବଙ୍ଗରେ 80%ରୁ ଅଧିକ ମତଦାନ ହୋଇଥିବାବେଳେ ମାର୍ଚ୍ଚ 27ରେ 30ଟି ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ 79.79 ପ୍ରତିଶତ ଭୋଟରଙ୍କ ସଂଖ୍ୟା ରେକର୍ଡ କରାଯାଇଥିଲା ।

294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆଠଟି ପର୍ଯ୍ୟାୟରେ ହେବ । ମାର୍ଚ୍ଚ 27, ଏପ୍ରିଲ 1, ଏପ୍ରିଲ 6, ଏପ୍ରିଲ 10, ଏପ୍ରିଲ 17, ଏପ୍ରିଲ 22, ଏପ୍ରିଲ 26 ଏବଂ ଏପ୍ରିଲ 29ରେ ମତଦାନ ତାରିଖ ଧାର୍ଯ୍ୟ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.