ETV Bharat / bharat

ପଶ୍ଚିମବଙ୍ଗରେ ସଙ୍କୁଚିତ ହେଲା ରାଜ୍ୟପାଳଙ୍କ କ୍ଷମତା, ମମତା ହେବେ ବିଶ୍ୱବିଦ୍ୟାଳୟ କୁଳାଧିପତି - ମମତା ସରକାରଙ୍କ ନୂଆ ବିଶ୍ବବିଦ୍ୟାଳୟ ନିୟମ

ପଶ୍ଚିମବଙ୍ଗରେ ଶିକ୍ଷା କ୍ଷେତ୍ରରେ ସଙ୍କୁଚିତ ହେଲା ରାଜ୍ୟପାଳଙ୍କ କ୍ଷମତା । ଏଣିକି ରାଜ୍ୟ ବିଶ୍ବବିଦ୍ୟାଳୟରେ ରାଜ୍ୟପାଳ ନୁହେଁ, ମୁଖ୍ୟମନ୍ତ୍ରୀ ରହିବେ ଚାନସେଲର । କ୍ୟାବିନେଟ ବୈଠକରେ ପାରିତ ହେଲା ପ୍ରସ୍ତାବ । ଖୁବ ଶୀଘ୍ର ଗୃହରେ ଆଗତ ହେବ ବିଲ । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗରେ ସଙ୍କୁଚିତ ହେଲା ରାଜ୍ୟପାଳଙ୍କ କ୍ଷମତା, ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟ ବିଶ୍ବବିଦ୍ୟାଳୟ ଚାନସେଲର

author img

By

Published : May 26, 2022, 9:12 PM IST

କୋଲକାତା: ପଶ୍ଚିମବଙ୍ଗରେ ଏଣିକି ରାଜ୍ୟ ବିଶ୍ବବିଦ୍ୟାଳୟର କୁଳାଧିପତି ପଦରୁ ହଟିବେ ରାଜ୍ୟପାଳ । ରାଜ୍ୟ ବିଶ୍ବବିଦ୍ୟାଳୟରେ ରାଜ୍ୟପାଳ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀ କୁଳାଧିପତି (Chancellor of the State Universities) ରହିବେ । ଆଜି (ଗୁରୁବାର) ମମତା କ୍ୟାବିନେଟରେ ଏସମ୍ପର୍କିିତ ଏକ ପ୍ରସ୍ତାବ ପାରିତ ହେବା ପରେ ଖୁବ ଶୀଘ୍ର ଏହି ବିଧେୟକ ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେବାକୁ ଯାଉଥିବା ରାଜ୍ୟ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆଜି ଏସମ୍ପର୍କିକ କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବାସୁ କହିଛନ୍ତି, ରାଜ୍ୟ ବିଶ୍ବବିଦ୍ୟାଳୟରେ କୁଳାଧିପତି ଭାବେ ରଜ୍ୟପାଳଙ୍କ କ୍ଷମତା ଆଉ ରହିବ ନାହିଁ । ଏହି କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଅଧୀନକୁ ଆସିବାକୁ ଯାଉଛି । ଆଜି କ୍ୟାବିନେଟରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଖୁବଶୀଘ୍ର ଏହି ପ୍ରସ୍ତାବ ବିଧାନସଭା ଗୃହରେ ମଧ୍ୟ ସରକାରୀ ଦଳ ଆଗତ କରିବାକୁ ଯାଉଥିବା ସେ ସୂଚନା ଦେଇଛନ୍ତି ।

ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟାପାଳଙ୍କ ମଧ୍ୟରେ ବିବାଦ ଗତ କିଛି ମାସ ମଧ୍ୟରେ ଚରମ ସୀମାରେ ପହଞ୍ଚିଛି । ରାଜ୍ୟପାଳ ଜଗଦ୍ବୀପ ଧନଖର ଓ ମୁଖ୍ୟମନ୍ତ୍ରୀ ତଥା TMC ମୁଖ୍ୟ ମମତା ବାନାର୍ଜୀ ଏକାଧିକ ପ୍ରସଙ୍ଗରେ ମୁହାଁମୁହିଁ ସ୍ଥିତିରେ ମଧ୍ୟ ପହଞ୍ଚିଥିବାର ନଜିର ରହିଛି । ଏପରିକି ଦୁହିଁଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଓ ଅଚଳାବସ୍ଥା ମଧ୍ୟ ସୃଷ୍ଟି କରିସାରିଛି ।

ରାଜ୍ୟପାଳ କ୍ଷମତାର ଅପବ୍ୟବହାର କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରି ଆସୁଥିବା ବେଳେ ପଶ୍ଚିମବଙ୍ଗ ସରକାର ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଥିବା ରାଜ୍ୟପାଳ ଧନଖର ଅଭିଯୋଗ କରିଆସୁଛନ୍ତି । ଏହାରି ମଧ୍ୟରେ ଶିକ୍ଷା କ୍ଷେତ୍ରରେ ରାଜ୍ୟପାଳଙ୍କର ଥିବା ସାମ୍ବିଧାନିକ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମମତା ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.