ETV Bharat / bharat

ରାସନକାର୍ଡରେ ଦତ୍ତା ବଦଳରେ ହୋଇଥିଲା କୁତ୍ତା, ଭୋକି ଭୋକି ଜଣାଇଲେ ସମସ୍ୟା - ରାସନକାର୍ଡରେ ସାଙ୍ଗିଆ ପରିବର୍ତ୍ତନ

ଦେଶରେ ଅନେକ ଲୋକଙ୍କର ସରକାରୀ ଦଲିଲରେ ନାମ ପରିବର୍ତ୍ତନ ହୋଇଯିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ରାସନ କାର୍ଡରେ ଏଭଳି ହିଁ କିଛି ଅବହେଳା ଦେଖିବାକୁ ମିଳିଛି । ରାସନ କାର୍ଡରେ ବ୍ୟକ୍ତିଙ୍କ ସାଙ୍ଗିଆ ବଦଳି ଯାଇଥିବାରୁ(Surname Misspelt as kutta in Ration Card) କୁକୁର ଭଳି ଭୋକି ଭୋକି ପ୍ରତିବାଦ କରିଛନ୍ତି ବ୍ୟକ୍ତି । ଅଧିକ ପଢନ୍ତୁ

ଭୋକି ଭୋକି ଜଣାଇଲେ ସମସ୍ୟା
ଭୋକି ଭୋକି ଜଣାଇଲେ ସମସ୍ୟା
author img

By

Published : Nov 21, 2022, 1:18 PM IST

କୋଲକାତା: ରାସନ କାର୍ଡରେ ସାଙ୍ଗିଆ ବଦଳାଇ ଦେଲେ ସରକାରୀ କର୍ମଚାରୀ । ଜବାବରେ ଅଭିନବ ପ୍ରତିବାଦ କରିଲେ ବ୍ୟକ୍ତି । ସରକାରୀ ଅଫିସର ଗାଡିରରେ ଯାଉଥିବା କୁକୁର ଭଳି ଭୋକି ଭୋକି ଦାବି ଜଣାଇଛନ୍ତି ବ୍ୟକ୍ତି । ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ । ଶନିବାର ଦିନ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପ୍ରତିବାଦ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶ୍ରୀକାନ୍ତ ଦତ୍ତା ।

ଭୋକି ଭୋକି ଜଣାଇଲେ ସମସ୍ୟା

କେଶିକୋଲ ଗାଁର ବାସିନ୍ଦା ଶ୍ରୀକାନ୍ତ ଦତ୍ତା ନାମକ ବ୍ୟକ୍ତିଙ୍କର ରାସନ କାର୍ଡରେ ନାମ ଭୁଲ ହୋଇଥିବାରୁ ସଂଶୋଧନ ପାଇଁ ଆବେଦନ କରିଥିଲେ । କିନ୍ତୁ ଅନେକ ଦିନ ବିତିଯାଇଥିଲେ ସୁଦ୍ଧା ସଂଶୋଧନ ହୋଇନପାରିବା କାରଣରୁ ଏଭଳି ପ୍ରତିବାଦ କରିଥିବା ଜଣାପଡିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

  • This Man was seen behaving like a dog in front of local BDO trying to change his name written on Ration card as Srikant kumar ‘kutta’ instead of Dutta. Allegedly he behaved like a dog as Bankura administration has failed to change his name after several attempts. pic.twitter.com/jGfYKHkJF4

    — Anupam Mishra (@Anupammishra777) November 19, 2022 " class="align-text-top noRightClick twitterSection" data=" ">

ଏନେଇ ଶ୍ରୀକାନ୍ତ ଦତ୍ତା କହିଛନ୍ତି," ଦସ୍ତାବିଜରେ ମୋର ନାମ ଶ୍ରୀକାନ୍ତ ଦତ୍ତା ବଦଳରେ ଶ୍ରୀକାନ୍ତ କୁତ୍ତା ଲେଖାଯାଇଥିଲା । ମୁଁ ଏହା ଦେଖି ମାନସିକ ସ୍ତରରେ ବିବ୍ରତ ହୋଇଥିଲି । ଏହାପରେ ମୁଁ ମାମଲାକୁ ନିଜେ ଠିକ କରିବା ପାଇଁ ଭାବିଥିଲି । ଯୁଗ୍ମ ବ୍ଲକ ଡେଭଲପମେଣ୍ଟ ଅଫିସରଙ୍କ ଗାଡି ଯେତେବେଳେ ଆମ ଅଞ୍ଚଳ ଦେଇ ଯାଉଥିବା ମୁଁ ଜାଣିବାକୁ ପାଇଲି ସେତେବେଳେ ତାଙ୍କର ଧ୍ୟାନ ଆକର୍ଷଣ କରିବା ପାଇଁ ଝରକା ପାଖେ କୁକୁର ଭଳି ଭୋକିଥିଲି ।"

ଏହା ମଧ୍ୟ ପଢନ୍ତୁ: ଯାତ୍ରୀ ବିଶ୍ରାମଗାରକୁ ମାଡିଗଲା ମାଲବାହୀ ଟ୍ରେନ: ୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଏନେଇ ଶ୍ରୀକାନ୍ତ ଆହୁରି ମଧ୍ୟ କହିଛନ୍ତି, " ମୁଁ ରାସନ କାର୍ଡ ପାଇଁ ଆବେଦନ କରିଥିଲି । ପ୍ରଥମ ପର୍ଯ୍ୟାୟରେ ରାସନ କାର୍ଡ ମିଳିଥିଲା । ତେବେ ଏଥିରେ ମୋର ନାମ ଶ୍ରୀକାନ୍ତ ଦତ୍ତାରୁ ଶ୍ରୀକାନ୍ତ ମଣ୍ଡଳ ହୋଇଥିଲା । ସୁଧାର ପାଇଁ ପୁଣି ଏକ ଆବେଦନ କରିଥିଲି । ଏଥର ଶ୍ରୀକାନ୍ତ କୁମାର ଦତ୍ତା କରାଯାଇଥିଲା । ଏହାପରେ ପୁଣି ଏକ ଆବେଦନ କରିଥିଲି କିନ୍ତୁ ତୃତୀୟ ଥର ମୋତେ ମଣିଷ ନୁହେଁ ବରଂ କୁକୁର କରିଦେଲେ । ରାସନ କାର୍ଡରେ ଶ୍ରୀକାନ୍ତ କୁମାର କୁତ୍ତା ଲେଖାଯାଇଥିଲା । ଏହି ଘଟଣା ପରେ ମୁଁ ମାନସିକ ସ୍ତରରେ ଭାଙ୍ଗି ପଡିଥିଲି। ଏହାପରେ ମୁଁ ଯେତେବେଳେ ବିଡିଓଙ୍କ ପାଖକୁ ଗଲି ସେତେବେଳେ ମୋର କଥା ଶୁଣିବାକୁ ମନା କରିଦେଇଥିଲେ। ଏହାପରେ ମୁଁ ବିରୋଧ କରିବାକୁ ସ୍ଥିର କରିଥିଲି। "

ତେବେ ଶ୍ରୀକାନ୍ତଙ୍କ ଅଭିଯୋଗକୁ ସ୍ୱୀକାର କରିବା ସହ ତାଙ୍କ ରାସନ କାର୍ଡରେ ହୋଇଥିବା ଭୁଲ୍ 2ଦିନ ଭିତରେ ସୁଧାରିବା ପାଇଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.