ETV Bharat / bharat

ପ୍ରତ୍ୟେକ ଦୁର୍ଗାପୂଜା କମିଟିକୁ ୫୦ ହଜାର ଦେବେ ପଶ୍ଚିମବଙ୍ଗ ସରକାର - West Bengal Govt

ପ୍ରତ୍ୟେକ ଦୁର୍ଗାପୂଜା କମିଟିକୁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟଶାସନ ସଚିବ । ଅଧିକ ପଢନ୍ତୁ...

ପ୍ରତ୍ୟେକ ଦୁର୍ଗାପୂଜା କମିଟିକୁ ୫୦ ହଜାର ଦେବେ ପଶ୍ଚିମବଙ୍ଗ ସରକାର

author img

By

Published : Sep 7, 2021, 7:44 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ କ୍ଷମତାକୁ ଫେରିଥିବା ମମତା ବାନାର୍ଜୀ ସରକାରଙ୍କ ବଡ ଘୋଷଣା । ପ୍ରତ୍ୟେକ ଦୁର୍ଗାପୂଜା କମିଟିକୁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟଶାସନ ସଚିବ ।

ପଶ୍ଚିମବଙ୍ଗରେ ବେଶ ଧୂମଧାମରେ ପାଳନ ହୁଏ ଦୁର୍ଗାପୂଜା ପର୍ବ । ମମତା ସରକାର ଏହି ନିଷ୍ପତ୍ତି ଜରିଆରେ ବଡସ୍ତରରେ ଧାର୍ମିକ ଭାବନା ସହ ଜଡିତ ଜନସାଧାରଣଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି । ଏହାପୂର୍ବରୁ ଗତବର୍ଷ ମମତା ବାନାର୍ଜୀଙ୍କ ସରକାର ଦୁର୍ଗପୂଜା କମିଟିକୁ ନେଇ ବଡ ଘୋଷଣା କରିଥିଲେ ।

ଗତବର୍ଷ ମମତା ବାନାର୍ଜୀ ଦୁର୍ଗପୂଜା କମିଟିକୁ ୫୦ ହଜାର କୋଟି ଟଙ୍କା ଅନୁଦାନ ଦେଇଥିଲେ । ସେବେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମମତା ସରକାର ଏହି ଘୋଷଣା କରିଥିବା କୁହାଯାଉଥିଲା । ଏବେ ମମତା ନିର୍ବାଚନରେ ବିଜୟ ହାସଲ କରି ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି । ଆଗକୁ ପୁଣି ଉପନିର୍ବାଚନ ଥିବାରୁ ତୃଣମୂଳ କଂଗ୍ରେସ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.