ETV Bharat / bharat

ପେଗାସସ ଜାସୁସିରେ ଯାଞ୍ଚ ଆୟୋଗ ଗଠନ କଲେ ପଶ୍ଚିମବଙ୍ଗ ସରକାର

author img

By

Published : Jul 26, 2021, 5:03 PM IST

ପେଗାସସ ଜାସୁସି ମାମଲାରେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ବରେ ଯାଞ୍ଚ ଆୟୋଗ ଗଠନର ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ପେଗାସସ ଜାସୁସିରେ ଯାଞ୍ଚ ଆୟୋଗ ଗଠନ କଲେ ପଶ୍ଚିମବଙ୍ଗ ସରକାର
ପେଗାସସ ଜାସୁସିରେ ଯାଞ୍ଚ ଆୟୋଗ ଗଠନ କଲେ ପଶ୍ଚିମବଙ୍ଗ ସରକାର

କୋଲକାତା: ପେଗାସସ ଜାସୁସି ମାମଲାରେ ଯାଞ୍ଚ କମିଶନ ଗଠନ ପାଇଁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଯାଞ୍ଚ ଆୟୋଗରେ ସାମିଲ ଅଛନ୍ତି ୨ ଜଣ ଅବସରପ୍ରାପ୍ତ ବିଚାରପତି । ଏମାନେ ପଶ୍ଚିମବଙ୍ଗରେ ଫୋନ ଟ୍ୟାପିଂ ଓ ରେକର୍ଡିଂ ଅଭିଯୋଗକୁ ଯାଞ୍ଚ କରିବେ ।

ଦିଲ୍ଲୀ ଗସ୍ତ ପୂର୍ବରୁ କ୍ୟାବିନେଟ ବୈଠକ ନେଇ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପେଗାସସ ଜାସୁସି କାଣ୍ଡ ପାଇଁ କେନ୍ଦ୍ରୀୟ ଆୟୋଗ ଗଠନ ଚାହୁଁଥିବାବେଳେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି ମମତା ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ଲୋକୁର ଏହି ଆୟୋଗର ଅଧ୍ୟକ୍ଷ ହେବେ । ସେହିପରି କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଜ୍ୟୋତିର୍ମୟ ଏହାର ଅନ୍ୟଜଣେ ସଦସ୍ୟ ରହିବେ । ପେଗାସସ ମାଧ୍ୟମରେ ନ୍ୟାୟପାଳିକା ଓ ନାଗରିକ ସମାଜ ସହିତ ସମସ୍ତେ ସର୍ଭିଲାନ୍ସରେ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମମତା କହିଛନ୍ତି, ହ୍ୟାକିଂ କିଏ କରିଛି, କେମିତି ହୋଇଛି ଆଉ ଲୋକଙ୍କ ସ୍ବର କାହିଁକି ଚପାଇଦେବାକୁ ପ୍ରୟାସ ହେଉଛି ଏହା ଉପରେ ଆୟୋଗ ଯାଞ୍ଚ କରିବ ବୋଲି କହିଛନ୍ତି ମମତା । ଅଧିନିୟମ ଅନ୍ତର୍ଗତ ପ୍ୟାନେଲ ଗଠନ ହୋଇଛି । ଦିଲ୍ଲୀ ଯିବା ପୂର୍ବରୁ କ୍ୟାବିନେଟ ବୈଠକରେ ଏନେଇ ନିର୍ଣ୍ଣୟ ନିଆଯାଇଥିବା ସୂଚନା ଦେଇଛନ୍ତି ବାନାର୍ଜୀ । ଛତିଶଗଡ ପରେ ପଶ୍ଚିମବଙ୍ଗ ଦ୍ବିତୀୟ ରାଜ୍ୟ ଭାବେ ପେଗାସସ ମାମଲାରେ ତଦନ୍ତ କମିଶନ ଗଠନ କରିଛି ।

ରାଜଧାନୀ ଦିଲ୍ଲୀ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୮ ଜୁଲାଇରେ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ଗସ୍ତ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀମଣ୍ଡଳ ବୈଠକ ଡକାଇଥିଲେ । ୨୯ ଜୁଲାଇ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ ମମତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.