ETV Bharat / bharat

କାର୍ମିକ ଓ ତାଲିମ ବିଭାଗରେ ଯୋଗ ନଦେଇପାରନ୍ତି ବନ୍ଦୋପାଧ୍ୟାୟ, ମିଳିନି ମମତାଙ୍କ ଅନୁମତି

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଳାପନ ବନ୍ଦୋପାଧ୍ୟାୟଙ୍କୁ ଆଜି(ସୋମବାର) ସକାଳ 10 ଟାରେ ନୂଆଦିଲ୍ଲୀରେ ରିପୋର୍ଟ କରିବାକୁ କୁହାଯାଇଛି । ମାତ୍ର ଏଯାଏଁ ପଶ୍ଚିମବଙ୍ଗ ସରକାର ତାଙ୍କୁ ଏଯାଏଁ ମୁକ୍ତ କରିନାହାଁନ୍ତି । ଅଧିକ ପଢନ୍ତୁ...

author img

By

Published : May 31, 2021, 9:52 AM IST

ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ
ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ

କୋଲକାତା: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଳାପନ ବନ୍ଦୋପାଧ୍ୟାୟଙ୍କୁ ଆଜି(ସୋମବାର) ସକାଳ 10 ଟାରେ ନୂଆଦିଲ୍ଲୀରେ ରିପୋର୍ଟ କରିବାକୁ କୁହାଯାଇଛି । ମାତ୍ର ଏଯାଏଁ ପଶ୍ଚିମବଙ୍ଗ ସରକାର ତାଙ୍କୁ ଏଯାଏଁ ମୁକ୍ତ କରିନାହାଁନ୍ତି, ଏହି କାରଣରୁ ସେ ଦିଲ୍ଲୀ ଯାଇପାରିବେ ନାହିଁ ।

ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଳାପନ ବନ୍ଦୋପାଧ୍ୟାୟ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇ ନ ଥିବାରୁ କାର୍ମିକ ଏବଂ ତାଲିମ ବିଭାଗରେ ରିପୋର୍ଟ କରିବାର ସମ୍ଭାବନା କମ୍। ଏହି ସୂଚନା ଏକ ଉଚ୍ଚପଦସ୍ଥ କର୍ମଚାରୀ ଦେଇଛନ୍ତି । ଅବସରର କିଛି ଦିନ ପୂର୍ବରୁ ତାଙ୍କର ହଠାତ୍ ସ୍ଥାନାନ୍ତର ଏକ ବଡ ବିବାଦ ସୃଷ୍ଟି କରିଛି ।

ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ରାଜନୈତିକ ପ୍ରତିଶୋଧ ନେବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି । ଏହାସହ ବନ୍ଦୋପାଧ୍ୟାୟଙ୍କ ସ୍ଥାନାନ୍ତର ନିର୍ଦ୍ଦେଶକୁ ଫେରାଇ ନେବାକୁ କହିଛନ୍ତି । ବନ୍ଦୋପାଧ୍ୟାୟ 60 ବର୍ଷ ପୂରଣ କରିବା ପରେ ମେ 31 ରେ ଅବସର ନେଇଥାନ୍ତେ। ତେବେ କୋଭିଡ-19 ର ପରିଚାଳନାକୁ ଧ୍ୟାନରେ ରଖି ତାଙ୍କୁ 3 ମାସର ସେବା ବୃଦ୍ଧି କରାଯାଇଥିଲା।

ଅଲ ଇଣ୍ଡିଆ ସର୍ଭିସେସର ଅଧିକାରୀଙ୍କ ନିଯୁକ୍ତି ନିୟମ 6 (1) ଅନୁଯାୟୀ, କେନ୍ଦ୍ର କିମ୍ବା ଅନ୍ୟାନ୍ୟ ରାଜ୍ୟରେ କୌଣସି ଅଧିକାରୀ ପରିବର୍ତ୍ତନ ପାଇଁ ହେଲେ ଯେଉଁ ରାଜ୍ୟରେ କ୍ୟାଡର ଅଧିକାରୀ ଭାବେ କାର୍ଯ୍ୟରତ ଥିବେ, ସେହି ରାଜ୍ୟର ସହମତିରେ ହିଁ ବଦଳି କରାଯାଇପାରିବ । ଭାରତୀୟ ପ୍ରଶାସନିକ ସେନା (କ୍ୟାଡର) ନିୟମ, 1944 ଅନୁଯାୟୀ, କୌଣସି ମତଭେଦ ହେଲେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇପାରନ୍ତି କିମ୍ବା ସଂପୃକ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିପାରନ୍ତି।

ତେବେ ବନ୍ଦୋପାଧ୍ୟାୟ ସେବା ସମ୍ପ୍ରସାରଣ ଗ୍ରହଣ କରିବା ପରିବର୍ତ୍ତେ ଅବସର ନେବାକୁ ବାଛିପାରନ୍ତି, କାରଣ ସେ ମେ 31 ରେ ଅବସର ନେବାର ଥିଲା। ତାଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇପାରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.