କୋଲକାତା: ପଶ୍ଚିମବଙ୍ଗରେ ଶେଷ ହୋଇଛି 5ମ ପର୍ଯ୍ୟାୟ ମତଦାନ । ଭୋଟିଂ ଶେଷ ସୁଦ୍ଧା ମୋଟ 78.36 ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବା ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତେତେ ଆଜି ଅର୍ଥାତ 5ମ ପର୍ଯ୍ୟାୟରେ 45 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏଥିରେ 39 ମହିଳା ପ୍ରାର୍ଥୀଙ୍କ ସମେତ 319 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ମୈଦାନରେ ମୁଖ୍ୟ ପ୍ରତିଦ୍ବନ୍ଦି ଭାବେ ବିଜେପି ଓ ଟିଏମସି ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି ।
45 ବିଧାନସଭା କ୍ଷେତ୍ର ମଧ୍ୟରେ ମୟାନଗୁଡିରେ ସର୍ବାଧିକ 85.65 ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ରହିଛି ।ସେହିପରି ଦ୍ବିତୀୟ ସର୍ବାଧିକ ନିର୍ବାଚନ ମଣ୍ଡଳୀ ଭାବେ ମାଟିଗର ଓ ନକ୍ସଲବାଡିରେ 81. 65%, ବରାସାତରେ 77.71% ବିଧାନନଗରରେ 61.10% ଓ ସିଲିଗୁଡି ଜିଲ୍ଲାରେ 74.83 % ଭୋଟିଂ ରେକର୍ଡ ହୋଇଛି ।
ତେବେ 5ମ ପର୍ଯ୍ୟାୟ ମତଦାନରେ ରାଜ୍ୟରେ ସେପରି କିଛି ବଡ ଧରଣର ହିଂସାକାଣ୍ଡ ଘଟିନଥିବା ସୂଚନା ମିଳିଛି । କିଛି ସ୍ଥାନରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । କିଛି ସ୍ଥାନରେ ସ୍ଥିତି ଅଣାୟତ ଆଡକୁ ଯାଉଥିବାବେଳେ କେନ୍ଦ୍ରୀୟ ସୁରକ୍ଷା ବଳ ସ୍ଥିତି ଉପରେ ନିୟନ୍ତ୍ରଣ ପାଇବା ପାଇଁ ଫାଙ୍କା ଗୁଳି ଚଳାଇଥିବା ମଧ୍ୟ ସୂଚନା ରହିଛି । ତେବେ ମୁଖ୍ୟତଃ କାଁ ଭାଁ ବିଶୃଙ୍ଖଳାକୁ ଛାଡି ଦେଲେ ଶାନ୍ତିପୂର୍ଣ୍ଣ ଭାବେ 5ମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ