ETV Bharat / bharat

ନନ୍ଦିଗ୍ରାମରୁ ମାତ୍‌ ଖାଇବା ପରେ ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରିବେ ମମତା

author img

By

Published : May 21, 2021, 3:53 PM IST

ନନ୍ଦିଗ୍ରାମରୁ ମାତ୍‌ ଖାଇବା ପରେ ଏବେ ନିଜ ପାରମ୍ପରିକ ଆସନ ଭବାନୀପୁରରୁ ଉପନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ନନ୍ଦିଗ୍ରାମରୁ ମାତ୍‌ ଖାଇବା ପରେ ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରିବେ ମମତା
ନନ୍ଦିଗ୍ରାମରୁ ମାତ୍‌ ଖାଇବା ପରେ ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରିବେ ମମତା

କୋଲକାତା: ପଶ୍ଚିମବଙ୍ଗରେ ନୂଆ ସରକାରର ଗଠନ ହେବା ପରେ ପୁଣି ସରଗରମ ହୋଇଉଠୁଛି ରାଜ୍ୟ ରାଜନୀତି । ନନ୍ଦିଗ୍ରାମରୁ ମାତ୍‌ ଖାଇବା ପରେ ଏବେ ନିଜ ପାରମ୍ପରିକ ଆସନ ଭବାନୀପୁରରୁ ଲଢିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ସୂଚନା ଅନୁଯାୟୀ, ଭବାନୀପୁର ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ ଇସ୍ତଫା ଦେଇସାରିଛନ୍ତି । ଆଉ ଏହି ଆସନରୁ ପୁଣି ଉପନିର୍ବାଚନ ଲଢିବେ ମମତା । ବିଧାନସଭା ନିର୍ବାଚନରେ ମମତା ନିଜ ପାରମ୍ପରିକ ଆସନ ଭବାନୀପୁର ଛାଡି ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ନନ୍ଦିଗ୍ରାମରୁ ନିର୍ବାଚନ ଲଢିଥିଲେ । ହେଲେ ଏହି ଆସନରୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଏପଟେ ନଭବାନୀପୁରରୁ ଇସ୍ତଫା ଦେଇସାରିଥିବା ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ରାଜ୍ୟସଭା ପଠାଇପାରେ ତୃଣମୂଳ କଂଗ୍ରେସ ।

ବିଧାନସଭା ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ । 2016 ନିର୍ବାଚନରେ ​​ଶୁଭେନ୍ଦୁ ଅଧିକାରୀ ନନ୍ଦିଗ୍ରାମ ଆସନରେ ବାମପନ୍ଥୀ ପ୍ରାର୍ଥୀଙ୍କୁ ଏକ ବଡ଼ ବ୍ୟବଧାନରେ କରିଥିଲେ ପରାସ୍ତ । ତେବେ 2021ରେ ମଧ୍ୟ ଶୁଭେନ୍ଦୁ ଅଧିକାରୀ ଟିଏମସି ମୁଖିଆ ମମତା ବାନାର୍ଜୀଙ୍କୁ 1953 ଭୋଟରେ ପରାସ୍ତ କରିଛନ୍ତି ।

ଧାରା 164 ଅନୁଯାୟୀ, ଜଣେ ମୁଖ୍ୟମନ୍ତ୍ରୀ ଯଦି 6 ମାସ ଧରି ବିଧାନସଭା କିମ୍ବା ବିଧାନପରିଷଦର ସଦସ୍ୟ ନହୁଅନ୍ତି ତେବେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ରଦ୍ଧ ହୋଇଯିବ । ପଶ୍ଚିମବଙ୍ଗରେ କୌଣସି ବିଧାନ ପରିଷଦ ନାହିଁ । ତେଣୁ 6 ମାସ ମଧ୍ୟରେ ମମତା ବାନାର୍ଜୀଙ୍କୁ ନିର୍ବାଚନରେ ​​ବିଜୟୀ ହେବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.