ETV Bharat / bharat

ଚତୁର୍ଥ ପର୍ଯ୍ୟାୟ ମତଦାନ; ବଙ୍ଗ ମୈଦାନର ବିରାଟ ଟକ୍କର ଉପରେ ପକାନ୍ତୁ ନଜର

author img

By

Published : Apr 10, 2021, 6:16 AM IST

ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ପଶ୍ଚିମବଙ୍ଗ ନିର୍ବାଚନୀ ମୈଦାନ । ଆଜି ପ୍ରାୟ 373 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ଅଧିକ ପଢନ୍ତୁ...

ଚତୁର୍ଥ ପର୍ଯ୍ୟାୟ ମତଦାନ; ବଙ୍ଗ ମୈଦାନର ବିରାଟ ଟକ୍କର ଉପରେ ପକାନ୍ତୁ ନଜର
ଚତୁର୍ଥ ପର୍ଯ୍ୟାୟ ମତଦାନ; ବଙ୍ଗ ମୈଦାନର ବିରାଟ ଟକ୍କର ଉପରେ ପକାନ୍ତୁ ନଜର

କୋଲକାତା: ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ପଶ୍ଚିମବଙ୍ଗ ନିର୍ବାଚନୀ ମୈଦାନ । ଆଜି ପ୍ରାୟ 373 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ବଙ୍ଗ ଗଡରେ ବିଜୟ ଧ୍ବଜା ଉଡାଇବାକୁ କୌଣସି ସୁଯୋଗ ହାତ ଛଡା କରୁନାହିଁ ଭାରତୀୟ ଜନତା ପାର୍ଟି । ଆଉ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସକୁ ବିଜେପି କରୁଛି କଡା ଚ୍ୟାଲେଞ୍ଜ ।

ଟିଏମସିକୁ ବ୍ୟାକଫୁଟରେ ରଖିବା ପାଇଁ ବିଜେପି ବିଭିନ୍ନ ବର୍ଗର ସଦସ୍ୟ ବିଶେଷ କରି ସେଲିବ୍ରିଟିମାନଙ୍କୁ ନେଇ ଗୋଟି ଚଳାଇବାକୁ କରୁଛି । ଅନ୍ୟପକ୍ଷେ ଦୁଇଥର ମୁଖ୍ୟମନ୍ତ୍ରୀ କ୍ଷମତାର ଗାଦି ଅକ୍ତିଆର କରିଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସି ପଶ୍ଚିମବଙ୍ଗରେ ବିଜେପିକୁ ରୋକିବା ଚଳାଇଛି ଭରପୁର ପ୍ରୟାସ ।

10ଟି ରାଜନୈତିକ ଦଳର ମୋଟ 373 ଜଣ ପ୍ରାର୍ଥୀ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାଜ୍ୟ ନିର୍ବାଚନ ଆଠଟି ପର୍ଯ୍ୟାୟରେ ଶେଷ ହେବ ଏବଂ ଚତୁର୍ଥ ପର୍ଯ୍ୟାୟ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି । ଶନିବାର ମତଦାତାମାନେ 323 ପୁରୁଷ ଏବଂ 50 ମହିଳା ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ।

ADR ତଥ୍ୟ ତଥ୍ୟ ଅନୁଯାୟୀ, 44 ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ 12 (27%) ହେଉଛି ରେଡ୍ ଆଲର୍ଟ ନିର୍ବାଚନମଣ୍ଡଳୀ ଯେଉଁଠାରେ ତିନି କିମ୍ବା ଅଧିକ ପ୍ରାର୍ଥୀ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି।

ସେହିପରି 373 ପ୍ରାର୍ଥୀଙ୍କ ମଧ୍ୟରୁ 81 (22%) ଅପରାଧିକ ମାମଲା ଘୋଷଣା କରିଥିବାବେଳେ 65 (17%) ନିଜ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଛନ୍ତି ।

ରାଜ୍ୟରେ ସୁରକ୍ଷା ସହିତ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସମୁଦାୟ 944 ଟି କେନ୍ଦ୍ରୀୟ ସପରକ୍ଷା ବାହିନୀଙ୍କୁ ବଙ୍ଗରେ ମୁତୟନ କରାଯିବ ।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, 2019 ଲୋକସଭା ନିର୍ବାଚନରେ ଆଜି ପର୍ଯ୍ୟନ୍ତ ବଙ୍ଗରେ କେନ୍ଦ୍ରୀୟ ସୁରକ୍ଷାବାହିନୀର ସର୍ବାଧିକ ଫୋର୍ସ ମୁତୟନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.