ETV Bharat / bharat

Bengal Legislative Council: ପଶ୍ଚିମବଙ୍ଗ ବିଧାନ ପରିଷଦ ଗଠନ ପ୍ରସ୍ତାବ ପାରିତ

author img

By

Published : Jul 6, 2021, 8:46 PM IST

ମଙ୍ଗଳବାର ସମ୍ବିଧାନର ଧାରା 169 ଆଧାରରେ ପଶ୍ଚିମବଙ୍ଗ ବିଧାନ ପରିଷଦ(Bengal Legislative Council) ଗଠନ ପାଇଁ ପ୍ରସ୍ତାବ ପାରିତ କରିଦିଆଯାଇଛି । ଅଧିକ ପଢନ୍ତୁ...

Bengal  Legislative Council: ପଶ୍ଚିମବଙ୍ଗ ବିଧାନ ପରିଷଦ ଗଠନ ପ୍ରସ୍ତାବ ପାରିତ
Bengal Legislative Council: ପଶ୍ଚିମବଙ୍ଗ ବିଧାନ ପରିଷଦ ଗଠନ ପ୍ରସ୍ତାବ ପାରିତ

କୋଲକାତା: ପଶ୍ଚିମବଙ୍ଗ ବିଧାନ ପରିଷଦ(Bengal Legislative Council) ଗଠନକୁ ମିଳିଛି ମଞ୍ଜୁରୀ । ବଙ୍ଗ ବିଧାନସଭାରେ ମଙ୍ଗଳବାର ସମ୍ବିଧାନର ଧାରା 169 ଆଧାରରେ ରାଜ୍ୟ ବିଧାନ ପରିଷଦ ଗଠନ ପାଇଁ ପ୍ରସ୍ତାବ ପାରିତ କରିଦିଆଯାଇଛି । ଏବେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଂସଦର ଦୁଇଟି ଗୃହରେ ପାରିତ କରିବାକୁ ପଡିବ ।

ବିଧାନ ପରିଷଦ ଗଠନକୁ ନେଇ ବିଧାନସଭାରେ ପ୍ରସ୍ତାବ ପକ୍ଷରେ 196 ଭୋଟ ପଡିଥିବାବେଳେ ବିରୋଧରେ ପଡିଥିଲା 69 ଭୋଟ । ମତଦାନ ସମୟରେ 265 ସଦସ୍ୟ ଉପସ୍ଥିତ ଥିଲେ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଙ୍ଗ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ବିଧାନ ପରିଷଦ ଗଠନର ଦାବି କରିଥିଲେ । ପଶ୍ଚିମବଙ୍ଗରେ 2 ଜୁଲାଇରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି ।

ପଶ୍ଚିମବଙ୍ଗ ବିଧାନସଭାରେ ମୋଟ 294 ଆସନ ରହିଛି । ଯଦି ବିଧାନ ପରିଷଦ ଗଠନ ହୁଏ, ତେବେ 98 ସିଟ ହୋଇପାରେ । କାରଣ ବିଧାନ ପରିଷଦ ଆସନ ସଂଖ୍ୟା ବିଧାନସଭାର ମୋଟ ସିଟ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହୋଇପାରିବ ନାହିଁ ।

5 ଦଶନ୍ଧି ପୂର୍ବରୁ ପଶ୍ଚିମବଙ୍ଗରେ ବିଧାନ ପରିଷଦ ବ୍ୟବସ୍ଥା ରହିଥିଲା । ହେଲେ ପରେ ଏହାକୁ ସମାପ୍ତ କରିଦିଆଯାଇଥିଲା । ସ୍ବାଧୀନତା ପରେ 5 ଜୁନ 1952 ରାଜ୍ୟରେ 51 ସଦସ୍ୟ ବିଶିଷ୍ଟ ବିଧାନ ପରିଷଦର ଗଠନ କରାଯାଇଥିଲା । ହେଲେ 21 ମାର୍ଚ୍ଚ 1969ରେ ଏହାକୁ ଶେଷ କରିଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.