ଭୁବନେଶ୍ବର: ଶେଷରେ ବିଦାୟ ନେଇଛି 2020 । କୋଭିଡ ମହାମାରୀ ମଧ୍ୟରେ ବର୍ଷ କୋଡିଏ ଅନେକ କୋହ ଦେଇଛି । ସମଗ୍ର ବିଶ୍ବବାସୀଙ୍କ ପାଇଁ ପାଲଟିଥିଲା ଅଭିଶପ୍ତ । ଭୁଶୁଡି ଯାଇଥିଲା ସ୍ବାସ୍ଥ୍ୟବସ୍ଥା, ଭାଙ୍ଗିଦେଇଥିଲା ଆର୍ଥିକ ମେରୁଦଣ୍ଡ ଆଉ ଦୋହଲ୍ଲାଇ ଦେଇଥିଲା ବଞ୍ଚିବା ପାଇଁ ଜୀବିକାର ସଂଘର୍ଷ । ବିପର୍ଯ୍ୟୟ ଓ ବିପତ୍ତିର ମହାସମର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ 2021 ନୂଆ ବର୍ଷ ସହିତ ନୂଆ ସକାଳର ଉଦୟମାନ ହୋଇଛି । କୋଭିଡ ଟିକା ସହ ଅନେକ ଆଶା, ଅସୁମାରି ,ସ୍ବପ୍ନ, ସମ୍ଭାବନା ସହ ସମସ୍ତେ 2021କୁ ସ୍ବାଗତ କରିଛନ୍ତି ।
ବିଶ୍ବରୁ ସମ୍ପୂର୍ଣ୍ଣ ଭାବେ କୋରୋନା ଯାଇନଥିବାରୁ ଏବେ ବି ମାନବଜାତି ଏହାର ମୁକାବିଲା ଜାରି ରଖିଛି । ଅନେକ ଦେଶରେ କୋଭିଡ ଟିକା ଆଶାପ୍ରଦ ହେବା ସହ ସଫଳ ହେବ ବୋଲି ବର୍ଷ 2021କୁ ସମସ୍ତେ ଅପେକ୍ଷା କରିଛନ୍ତି । ଫଳରେ ସଂକ୍ରମଣକୁ ଦେଖି କଟକଣା ସହ ସମସ୍ତେ ନୂଆବର୍ଷକୁ ସ୍ବାଗତ କରିଛନ୍ତି ।
ଆମେରିକାରେ ଫାଇଜର ଓ ବାୟୋଏନଟେକ୍ କୋଭିଡ ଟିକାକୁ ଅନୁମତି ଦେଇଛି । ଏହି ଦୁଇ ଦେଶରେ ଟିକାକରଣର ପ୍ରକ୍ରିୟାକରଣ ଆରମ୍ଭ ହୋଇଯାଇଛି । ଆମେରିକା ଦ୍ବାରା ପ୍ରସ୍ତୁତ ଏହି ଟିକାକୁ ଅନେକ ଦେଶରେ ମଧ୍ୟ ଜରୁରୀକାଳିନ ଭାବେ ଅନୁମତି ଦେଇଛି । ସେହିପରି ଗତ ବୁଧବାର ମଧ୍ୟ ବ୍ରିଟେନ ଅକ୍ସଫୋର୍ଡ -ଅଷ୍ଟ୍ରେଜେନିଆକା ଟିକାକୁ ଗ୍ରୀନ ସିଗନାଲ ପରେ ସେଠାରେ ଟିକାକରଣ ଆରମ୍ଭ ହେବ । ତେବେ ଅକ୍ସଫୋର୍ଡକୁ ବ୍ରିଟେନର ଅନୁମତି ପରେ ଭାରତରେ ମଧ୍ୟରେ ଏହି ଭ୍ୟାକସିନକୁ ଖୁବଶୀଘ୍ର ଅନୁମୋଦନ ମିଳିପାରେ ବୋଲି ଆଶା ବଢିଛି ।
ତେବେ ନୂଆବର୍ଷ ସେଲିବ୍ରେସନ ସନ୍ଧ୍ୟା 6 ଟାରୁ ଆରମ୍ଭ ହୋଇଯାଇଥିଲା। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଭଳି ସବୁ ସହରରେ ଡିଜିଟାଲ ମାଧ୍ୟମରେ ସେଲିବ୍ରେସନ କରାଯାଇଥିଲା । ସଂକ୍ରମଣକୁ ଅନେକ ସ୍ଥାନରେ କଟକଣା ଲାଗୁ ହୋଇଥିଲା । କେଉଁଠି କର୍ଫ୍ୟୁ ତ ଆଉ କେଉଁଠି 144 ଧାରା ମଧ୍ୟରେ ସଭିଁଏ ନବବର୍ଷକୁ ସ୍ବାଗତ କରିଥିଲେ । ଓଡିଶାରେ ରାତି 10 ଟାରୁ ସକାଳ 5ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିଲା । ଏହା ସହ ଜିରୋ ନାଇଟ ସେଲିବ୍ରେସନ ରେ ମଧ୍ୟ ରୋକ ଲଗାଯାଇଥିଲା।
ବିଶ୍ବର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡ ନବବର୍ଷକୁ ସ୍ବାଗତ କରିବା ପରେ ଏହାର ଦୁଇ ଘଣ୍ଟା ପରେ ଅଷ୍ଟ୍ରେଲିଆ, ଆମେରିକାର ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ନୂଆବର୍ଷକୁ ସ୍ବାଗତ କରାଯାଇଛି । ତେବେ ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନ ଘାତକ ହେଉଥିବାରୁ ସେଠାରେ ସେଲିବ୍ରେସନ କରିବାକୁ ମନା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ