ETV Bharat / bharat

Davos Summit 2022: ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ - ଡାଭସ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାମମନ୍ତ୍ରୀ ମୋଦି

ଆଜ(ସୋମବାର) ବିଶ୍ୱ ଅର୍ଥନୈତିକ ଫୋରମ (WEF)ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ସନ୍ଧ୍ୟା ୮.୩୦ରେ ଭର୍ଚୁଆଲି ସମ୍ବୋଧିତ କରିବା ନେଇ PMO ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

Davos Summit 2022: ସଂନ୍ଧ୍ୟାରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

author img

By

Published : Jan 16, 2022, 10:14 PM IST

Updated : Jan 17, 2022, 6:54 AM IST

ନୂଆଦିଲ୍ଲୀ: ଆଜି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଅର୍ଥନୈତିକ ଫୋରମ (WEF)ର ଡାଭୋସ ସମ୍ମିଳନୀକୁ ସମ୍ବୋଧିତ କରିବେ । ଏହି ସମ୍ବୋଧନ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସିଂ ଜରିଆରେ ହେବ । ସନ୍ଧ୍ୟା ପ୍ରାୟ ୮.୩୦ରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି ।

ଚଳିତ ମାସ 17 ତାରିଖରୁ 21 ପର୍ଯ୍ୟନ୍ତ ଭର୍ଚୁଆଲ ମୋଡରେ ଏହି ଇଭେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଜାପାନର ପ୍ରଧାନମନ୍ତ୍ରୀ କିଶିଡା ଫୁମିଓ, ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍, ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ଟ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂEU କମିଶନ ମୁଖ୍ୟ ଉର୍ସୁଆ ଭନ୍ ଡେର୍ ଲେଏନଙ୍କ ସମେତ ଅନ୍ୟ କିଛି ରାଷ୍ଟ୍ରମୁଖ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

ଏହା ଏକ ବିଶ୍ବସ୍ତରୀୟ ଅର୍ଥନୈତିକ ସମ୍ମିଳନୀ ହୋଇଥିବା କାରଣରୁ ଏଥିରେ ବିଶ୍ବବ୍ୟାପୀ ବରିଷ୍ଠ ଶିଳ୍ପପତି, ଆନ୍ତର୍ଜାତୀୟ ସଂଗଠନ ଏବଂ ସିଭିଲ ସୋସାଇଟି ମଧ୍ୟ ଅଂଶଗ୍ରହଣ କରିବେ । ସାମ୍ପ୍ରତିକ ସମୟରେ ବିଶ୍ୱ ସମ୍ମୁଖୀନ ହେଉଥିବା ଜଟିଳ ଆହ୍ବାନପୂର୍ଣ୍ଣ ସ୍ଥିତି ଉପରେ ଆଲୋଚନା କରିବେ ରାଷ୍ଟ୍ରମୁଖ୍ୟ ।

ANI

Last Updated : Jan 17, 2022, 6:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.