ETV Bharat / bharat

ଝିଅକୁ ବିବାହରେ ଦେଇଥିବା ଉପହାର ଯୌତୁକ ନୁହେଁ: Kerla High Court - କେରଳ ଅଦାଲତଙ୍କ ଯୌତୁକ ରାୟ

ବିବାହ ସମୟରେ ବାପଘରୁ ଝିଅକୁ ଦିଆଯାଉଥିବା ଉପହାର ଯୌତୁକ(Kerla Dowry Case) ନୁହେଁ କହିଲେ କେରଳ ହାଇକୋର୍ଟ(Kerla High Court) । ଅଧିକ ପଢନ୍ତୁ

ଝିଅକୁ ବିବାହରେ ଦେଇଥିବା ଉପହାର ଯୌତୁକ ନୁହେଁ: Kerla High Court

author img

By

Published : Dec 16, 2021, 12:40 PM IST

ଥିରୁଅନନ୍ତପୁରମ: ବିବାହ ସମୟରେ ବାପଘରୁ ଝିଅକୁ ଦିଆଯାଉଥିବା ଉପହାର ଯୌତୁକ(Kerla Dowry Case) ନୁହେଁ । ବଂର ପରିବାର ଯଦି ଦାବି ନକରନ୍ତି ତେବେ ବିବାହରେ ପିତାମାତା ସେମାନଙ୍କ ଝିଅମାନଙ୍କୁ ଦେଉଥିବା ଉପହାର ଯୌତୁକ ଅଧୀନରେ ଆସିବ ନାହିଁ ବୋଲି କେରଳ ହାଇକୋର୍ଟ(Kerla High Court) କହିଛନ୍ତି ।

କେରଳ ହାଇକୋର୍ଟ ବିଚାରପତି ଏମ.ଆର ଅନୀତା କହିଛନ୍ତି ଯେ, କନିଆଁକୁ ବିବାହ ସମୟରେ ବାପଘରୁ ଦିଆଯାଇଥିବା ଉପହାର ଯୌତୁକ ଅଧିନରେ ଆସିବ ନାହିଁ । ଏହାକୁ ମଧ୍ୟ ଯୌତୁକ ନିଷେଧ ଆଇନ ବିଭାଗ 3 (1)ରେ ଗଣନା କରାଯିବ ନାହିଁ, ଯାହା ନିଷିଦ୍ଧ ଅଟେ । କେରଳର ଏକ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି ଏପରି ରାୟ ଦେଇଛନ୍ତି ଅଦାଲତ ।

ସୂଚନା ଅନୁଯାୟୀ, ବରକୁ କନ୍ୟା ପିତା ଦେଇଥିବା ଅଳଙ୍କାର ଫେରାଇବାକୁ ଜିଲ୍ଲା ଯୌତୁକ ନିରୋଧ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶକୁ ଜଣେ ବ୍ୟକ୍ତି ହାଇକୋର୍ଟରେ ଚାଲେଞ୍ଜ କରିଥିଲେ । ସେ ଯୁକ୍ତି କରିଥିଲେ ଯେ, ବିବାହରେ ଦିଆଯାଉଥିବା ସୁନା ଅଳଙ୍କାରଗୁଡିକ ଯୌତୁକ ଶ୍ରେଣୀରେ ଆସେନାହିଁ । ମାମଲାର ଶୁଣାଣି କରି ଅଦାଲତ ମଧ୍ୟ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

ଅଦାଲତ କହିଛନ୍ତି ଯେ, ବିବାହରେ ଦିଆଯାଇଥିବା ଅଳଙ୍କାର ଯୌତୁକ ଭାବେ ପ୍ରଦାନ କରାଯାଇଛି କି ନାହିଁ ସେ ବାବଦରେ ଅଧିକାରୀଙ୍କ ନିକଟରେ କୌଣସି ସଠିକ୍ ତଥ୍ୟ ନାହିଁ । ଏହାଛଡା ଉପହାରକୁ ମଧ୍ୟ ଯୌତୁକ ଭାବେ ଗ୍ରହଣ କରାଯିବ ନାହିଁ । ଯଦି ଅଳଙ୍କାର କିମ୍ବା ଅନ୍ୟାନ୍ୟ ସାମଗ୍ରୀ କନିଆଁଙ୍କ ପିତାମାତା ଯୌତୁକ ଆଧାରରେ ଦେଇଥିବେ ତେବେ, ଯୌତୁକ ନିଷେଧ ଅଧିକାରୀ ଏହାକୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇପାରିବେ ।

ତେବେ କୋର୍ଟରେ ଆବେଦନ କରିଥିବା ବ୍ୟକ୍ତି ଅଳଙ୍କାର ଫେରାଇବାକୁ ରାଜି ହେବା ପରେ ଅଦାଲତ ମାମଲାର ଶୁଣାଣି କରିଥିଲେ ।

ଅନ୍ୟପଟେ 2021 ମସିହାରେ, କେରଳ ସରକାର ଯୌତୁକ ନିଷେଧ ଆଇନରେ ସଂଶୋଧନ କରିଥିଲେ ଏବଂ ରାଜ୍ୟରେ ଯୌତୁକ ନିର୍ଯାତନା ତଥା ଅପରାଧକୁ ରୋକିବା ପାଇଁ ଜିଲ୍ଲାରେ ଯୌତୁକ ନିଷେଧ ଅଧିକାରୀ ନିଯୁକ୍ତ କରିଥିଲେ ।

ଏକ ବିବାହ ସମାରୋହରେ ଦିଆଯାଇଥିବା ମୂଲ୍ୟବାନ ଜିନିଷକୁ ତିନିମାସ ମଧ୍ୟରେ ମହିଳାଙ୍କୁ ହସ୍ତାନ୍ତର କରାଯିବାର ନିୟମ ରହିଛି କେରଳରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.