ବେଙ୍ଗାଲୁରୁ: ନିଜ ଅନ୍ତରର ପ୍ରେମର ଭାବକୁ ପ୍ରକାଶ କରିବା ପାଇଁ ପ୍ରେମୀ ଯୁଗଳମାନେ ପାଳନ କରୁଛନ୍ତି ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ । ତେବେ ଏହି ଦିନ ଯଦି ବର କନ୍ୟାଙ୍କର ଯଦି ବିବାହର ସଂଯୋଗ ହୋଇଥାଏ, ତେବେ ଭାଲେଣ୍ଟାଇନ୍ସ ଡେ ହୋଇଯାଏ ବେଶ ଖାସ । ଭାଲେନଟାଇନ୍ସ ଡେ ଅବସରରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ଏକ ଚର୍ଚ୍ଚିତ ବିବାହ । ଏଥିରେ କନ୍ୟା କର୍ଣ୍ଣାଟକ କଂଗ୍ରେସର ମୁଖ୍ୟ ଡିକେ ଶିବକୁମାରଙ୍କ ଝିଅ ଐଶ୍ବର୍ଯ୍ୟା ହୋଇଥିବା ବେଳେ ବର ହେଉଛନ୍ତି କାଫେ କଫି ଡେ(CCD)ର ପ୍ରତିଷ୍ଠାତା ଦିବଙ୍ଗତ ଭିଜି ସିଦ୍ଧାର୍ଥଙ୍କ ପୁଅ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏସଏମ କୃଷ୍ଣାଙ୍କ ନାତି ଅମର୍ତ୍ତ୍ୟ ହେଗଡେ ।
ବେଙ୍ଗାଲୁରୁର ତାଜ ହୋଇଟେଲରେ ଐଶ୍ବର୍ଯ୍ୟା ଓ ଅମୃତଙ୍କ ହାତଗଣ୍ଠି ପଡିଛି । ବାହାଘରରେ ଉଭୟ ପରିବାରର ଅନେକ ଲୋକ ଉପସ୍ଥିତ ରହିଥିଲେ । ଐଶ୍ବର୍ଯ୍ୟା ଓ ଅମର୍ତ୍ତ୍ୟଙ୍କ ବାହାଘର ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହୋଇଛି । ଏଥିରେ ଅନେକ ପଣ୍ଡିତ ଉପସ୍ଥିତ ଥିଲେ । 2020ରେ ହୋଇଥିଲା ଐଶ୍ବର୍ଯ୍ୟା ଓ ଅମର୍ତ୍ତ୍ୟଙ୍କ ନିର୍ବନ୍ଧ । ସେବେ ହିଁ ବାହାଘରର ତାରିଖ ସ୍ଥିର ହୋଇଯାଇଥିଲା ।
2019ରେ ନଦୀରୁ ଐଶ୍ବର୍ଯ୍ୟାଙ୍କ ବାପା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ମିଳିଥିଲା । ତେବେ ପରେ ସେ ଆତ୍ମହତ୍ୟା କରିଥିବା ନେଇ ସ୍ପଷ୍ଟ ହୋଇଥିଲା । 1996ରେ ସିସିଡି ପ୍ରତିଷ୍ଠା କରିଥିଲେ ସିଦ୍ଧାର୍ଥ । ତାଙ୍କ ବ୍ୟବସାୟ 209 ସହରରେ ପରିବ୍ୟାପ୍ତ । ତେବେ ସିଦ୍ଧାର୍ଥ ପୂର୍ବତନ ବୈଦେଶିକମମନ୍ତ୍ରୀ ଏମଏମ କୃଷ୍ଣାଙ୍କ ଝିଅଙ୍କୁ ବିବାହ କରିଥିଲେ ।
କଂଗ୍ରେସର ସଙ୍କଟମୋଚକ ଭାବେ ପରିଚିତ କର୍ଣ୍ଣାଟକ ପିସିସି ସଭାପତି ଡିକେ ଶିବକୁମାର ନିକଟରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କ ଘରେ ଚଢାଉ କରିଥିଲା ସିବିଆଇ । ଦୁର୍ନୀତି ମାମଲାରେ ହୋଇଥିବା ଏହି ଚଢାଉରେ ଶିବକୁମାରଙ୍କ ଘରୁ ପାଖାପାଖି 57 ଲକ୍ଷ ଟଙ୍କା ଓ କିଛି ଜରୁରୀ କାଗଜପତ୍ର ସିବିଆଇ ଜବତ ହୋଇଥିଲା ।