ETV Bharat / bharat

ମଥୁରାର ରାଧା ଦାମୋଦର ମନ୍ଦିରରେ ଛୋଟ ପୋଷାକରେ ପ୍ରବେଶ ନିଷେଧ - ମନ୍ଦିରରେ ଛୋଟ ପୋଷାକରେ ପ୍ରବେଶ ନିଷେଧ

ମଥୁରାର ରାଧା ଦାମୋଦର ମନ୍ଦିରରେ ଛୋଟ ପୋଷାକରେ ପ୍ରବେଶ ନିଷେଧ । ନୋଟିସ ମାରି ଭକ୍ତଙ୍କୁ ପାରମ୍ପରିକ ପରିଧାନରେ ଆସିବାକୁ ନିବେଦନ କଲା ମନ୍ଦିର ପ୍ରଶାସନ । ଅଧିକ ପଢନ୍ତୁ

ମଥୁରାର ରାଧା ଦାମୋଦର ମନ୍ଦିରରେ ଛୋଟ ପୋଷାକରେ ପ୍ରବେଶ ନିଷେଧ

author img

By

Published : May 21, 2023, 10:58 PM IST

ଲକ୍ଷ୍ନୌ: ଛୋଟ କିମ୍ବା ପାଶ୍ଚାତ୍ୟ ଶୈଳୀରେ ପୋଷାକ ପିନ୍ଧିଥିବା ଶ୍ରଦ୍ଧାଳୁଙ୍କୁ ମିଳିବନି ମନ୍ଦିରରେ ପ୍ରବେଶ ଅନୁମତି । କେବଳ ପାରମ୍ପରିକ କିମ୍ବା ଶୃଙ୍ଖଳିତ ପୋଷାକରେ ଆସିଥିବା ଶ୍ରଦ୍ଧାଳୁ ମନ୍ଦିର ଭିତରକୁ ଯାଇ ଦର୍ଶନ କରିବାର ଅନୁମତି ପାଇବେ । ମଥୁରାର ପ୍ରସିଦ୍ଧ ରାଧା ଦାମୋଦର ମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ଗ୍ରହଣ କରିଛି । ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଭକ୍ତଙ୍କୁ ଅବଗତ କରାଇବା ପାଇଁ ମନ୍ଦିର ବାହାରେ ନୋଟିସ ସହ ଏକ ବଡ ବ୍ୟାନର ମଧ୍ୟ ଲଗାଯାଇଛି ।

ଉତ୍ତର ପ୍ରଦେଶରେ ଏହା ପ୍ରଥମ ଘଟଣା ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ବୃନ୍ଦାବନରେ ଥିବା ଏକାଧିକ ମନ୍ଦିର ପରିସରରେ ଏପରି ନୋଟିସ ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନର ପରାମର୍ଶ ଅନୁସାରେ, ହିନ୍ଦୁ ସଂସ୍କୃତି ମହାନ ଏବଂ ହିନ୍ଦୁ ସଂସ୍କୃତି ଅନୁଯାୟୀ ପିନ୍ଧାଯାଇଥିବା ପୋଷାକ ମନ୍ଦିର ପରି ଉପାସନା ପୀଠରେ ସର୍ବୋତ୍ତମ ଗ୍ରହଣୀୟ । ଯେଉଁଥିରେ କୁର୍ତ୍ତା-ପାଇଜାମା, ଧୋତି, ପଞ୍ଜାବୀ ଓ ମହିଳାଙ୍କ କ୍ଷେତ୍ରରେ ଶାଢୀ ଇତ୍ୟାଦି । ଆଜିକାଲି ବିଦେଶୀ ଭକ୍ତମାନେ ମଧ୍ୟ ଭାରତର ସଂସ୍କୃତିକୁ ଆଦର ଓ ଗ୍ରହଣ କରୁଛନ୍ତି । ହେଲେ ଭାରତୀୟମାନେ ନିଜ ସଂସ୍କୃତିଠାରୁ ଦୂରେଇ ଯାଉଛନ୍ତି । ତେଣୁ ଏହି କ୍ଷେତ୍ରରେ ମନ୍ଦିର ପ୍ରଶାସନ ଭକ୍ତ ସମାଜକୁ ଏହି ଛୋଟ ନିବେଦନ କରିଛି ବୋଲି ମଧ୍ୟ ନୋଟିସରେ ଉଲ୍ଲେଖ ରହିଛି ।

ମନ୍ଦିରର ପୂଜକ ପୂର୍ଣ୍ଣଚାନ୍ଦ ଗୋସ୍ୱାମୀ କହିଛନ୍ତି ଯେ ‘‘ସନାତନ ଧର୍ମର ଏକ ପୁରାତନ ସଭ୍ୟତାର ଅଂଶ । ପ୍ରାଚୀନ ପରମ୍ପରା ଅନୁଯାୟୀ, ପ୍ରାଚୀନ କାଳରୁ ଲୋକେ ଧୋତି, କୁର୍ତ୍ତା ଏବଂ ପାଇଜାମା ଇତ୍ୟାଦି ପିନ୍ଧୁଥିଲେ । ସେହିପରି ମହିଳାମାନେ ଶାଢୀ ପିନ୍ଧୁଥିଲେ, କିନ୍ତୁ ଧୀରେଧୀରେ ତାହା ବିଲୁପ୍ତ ହେବାକୁ ଲାଗିଲାଣି । ଆଜିକାଲି ସାଧାରଣ ଲୋକେ ଯେଉଁ ପୋଷାକ ପିନ୍ଧୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପାଶ୍ଚାତ୍ୟ ସଂସ୍କୃତିର ପ୍ରତିଫଳନ, ଯାହା ଆମର ସନାତନ ସଂସ୍କୃତି ଉପରେ କୁପ୍ରଭାବ ପକାଉଛି ।’’

ଭକ୍ତଙ୍କ ପାଇଁ ଏପରି ଶୃଙ୍ଖଳିତ ପରିଧାନ ଗାଇଡଲାଇନ କେବଳ ଉତ୍ତର ଭାରତ ନୁହେଁ ବରଂ ଦକ୍ଷିଣ ଭାରତର କେତେକ ପ୍ରସିଦ୍ଧ ମନ୍ଦିରରେ ମଧ୍ୟ ପ୍ରଚଳିତ ରହିଛି । ଦକ୍ଷିଣର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ତିରୁପତିରେ ପ୍ରଭୁ ବାଲାଜୀଙ୍କ ଦର୍ଶନ ସମୟରେ ସେଠାରେ ସେପରି କିଛି ବାଧ୍ୟତାମୂଳକ ନିୟମ ନଥିଲେ ମଧ୍ୟ ଅଧିକାଂଶ ଶ୍ରଦ୍ଧାଳୁ ଧୋତି ପରିଧାନ କରିଥିବା ଦେଖିବାକୁ ମିଳେ । ସେହିପରି କେରଳର ଥିରୁଅନନ୍ତପୁରମରେ ଥିବା ପ୍ରସିଦ୍ଧ ପଦ୍ମନାଭ ସ୍ବାମୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଧୋତି ପିନ୍ଧି ମନ୍ଦିରରେ ପ୍ରବେଶ କରିବା ବାଧ୍ୟତାମୂଳକ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.