ETV Bharat / bharat

ଭାରତ ସୀମାରୁ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଜବତ

ଗତ ଦିନ ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଜନତା ଏବଂ ରାଜନେତା ମହଲରେ ଉତ୍ସାହ ଭରିଥିବା ବେଳେ ଭାରତ ସୀମା ନିକଟତ ସୁସତର ଉପକୂଳରେ ପାକିସ୍ତାନର ଅସ୍ତ୍ରଶସ୍ତ୍ର ରପ୍ତନି ଦେଖାଦେଇଥିଲା । ଅଧିକ ପଢନ୍ତୁ

ଭାରତ ସୀମାରେ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଜବତ
ଭାରତ ସୀମାରେ ପାକିସ୍ତାନୀ ଅସ୍ତ୍ରଶସ୍ତ୍ର ଜବତ
author img

By

Published : Mar 12, 2022, 9:14 AM IST

ଚଣ୍ଡିଗଡ: ସୀମାରେ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଚାଲାଣ ଯୋଜନାକୁ ପଣ୍ଡ କଲେ BSF ଯବାନ । ବିଏସଏଫ ଯବାନ ଓ ଲୁଧିଆନା STF ମିଳିତ ଚଢାଉ କରି ଭାରତ-ପାକିସ୍ତାନ ସୀମାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଭାରତ-ପାକିସ୍ତାନ ସୀମା ଫିରୋଜପୁରରେ ଅସ୍ତ୍ରଶସ୍ତ୍ର ଚାଲାଣ ହେଉଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଏସଟିଏଫ ଲୁଧିଆନା ଏବଂ ବିଏସ୍ଏଫ୍ ତରଫରୁ ମିଳିତ ଅପରେସନ୍ କରି ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଏହି ଅପରେସନ ସମୟରେ ୪୭ଟି ବିଏସଏଫ ରାଇଫଲ, ଏ ୧୦ ମାଗାଜିନ, ୮ ଟି ରାଇଫଲ, ୬ଟି ମାଗାଜିନ, ୫ଟି ପିସ୍ତଲ ଏବଂ ୧୦ଟି ମାଗାଜିନ ଜବତ କରାଯାଇଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଅନେକ ଥର ସୀମାରେ ପାକିସ୍ତାନ ପାର୍ଶ୍ୱରୁ ବହୁ ପରିମାଣର ହିରୋଇନ୍ ଏବଂ ଅନେକ ଡ୍ରୋନ୍ ବିଏସ୍ଏଫ୍ ଦ୍ୱାରା ଜବତ ହୋଇଛି । ତେବେ ପାକିସ୍ତାନ ସବୁବେଳେ ଏମିତି ଘୃଣ୍ୟ କାର୍ଯ୍ୟ କରି ବିଶୃଙ୍ଖଳା କରିବାକୁ ଚେଷ୍ଟା କରିଥାଏ , କିନ୍ତୁ ସୀମାରେ ନିୟୋଜିତ ବିଏସଏଫ ପାକିସ୍ତାନର ସମସ୍ତ ଉଦ୍ୟମକୁ ଫେଲ କରିବାରେ ସଫଳ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.