ETV Bharat / bharat

ଆମେ ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିବୁ, ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରିବୁ: ସଞ୍ଜୟ ସିଂ - ଭାରତୀୟ କୁସ୍ତି ମହାସଂଘ

Sanjay Singh Reaction on WFI Suspension: ସରକାରଙ୍କ ସହ ଆଲୋଚନା କରିବେ ସଞ୍ଜୟ ସିଂ ଓ ତାଙ୍କ ଟିମ୍‌ । ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ କରିବେ ଦାବି । ଅଧିକ ପଢ଼ନ୍ତୁ

ଆମେ ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କୁ ସହ ଆଲୋଚନା କରିବୁ, ପିଲାଙ୍କ ଭବିଷ୍ୟତ ଖରାପ ହେଉଛି : ସଂଞ୍ଜୟ ସିଂ

author img

By ETV Bharat Odisha Team

Published : Dec 24, 2023, 10:00 PM IST

ନୂଆଦିଲ୍ଲୀ: ନବନିର୍ବାଚିତ କୁସ୍ତି ମହାସଂଘକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବିତ କରିବା ପରେ ଏହାର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂ କହିଛନ୍ତି ସେ ସରକାରଙ୍କ ସହ ଏପ୍ରସଙ୍ଗରେ ଆଲୋଚନା କରିବାକୁ ଯାଉଛନ୍ତି । ସେ ଓ କାର୍ଯ୍ୟକାରୀ କମିଟିର କିଛି ସଦସ୍ୟ ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବେ । ପିଲାଙ୍କ ଭବିଷ୍ୟତ ଖରାପ ହେଉଛି । ତେଣୁ ସେମାନେ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବି ରଖିବେ ବୋଲି ସଞ୍ଜୟ କହିଛନ୍ତି ।

  • #WATCH | On suspension of newly elected body of Wrestling Federation of India (WFI) by Union Sports Ministry, Sanjay Singh (who was elected as new WFI president) says, " We will speak to the Central govt, we will speak to PM Modi and Sports Minister. The future of children is… pic.twitter.com/6CmDBHvylL

    — ANI (@ANI) December 24, 2023 " class="align-text-top noRightClick twitterSection" data=" ">

ଏହି ପ୍ରସଙ୍ଗରେ ଗଣମାଧ୍ୟମ ସଂସ୍ଥା ଏଏନଆଇରେ ପ୍ରତିକ୍ରିୟା ରଖି ସଞ୍ଜୟ ତାଙ୍କର ସମ୍ପର୍କ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ସହ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଉଭୟ ଭିନ୍ନ ସମ୍ପ୍ରଦାୟରୁ ଆସନ୍ତି । ସେ କୁସ୍ତି ମହାସଂଘ ଯୁଗ୍ମ-ସମ୍ପାଦକ ଥିବା ସମୟରେ ବ୍ରିଜଭୂଷଣ ସିଂ ସଭାପତି ଥିଲେ । ତେଣୁ କାମକୁ ନେଇ ଉଭୟଙ୍କ ମଧ୍ୟରେ ସହଯୋଗ ରହିବା ସ୍ବାଭାବିକ କଥା । ଏହା ବ୍ୟତୀତ ବ୍ରିଜଭୂଷଣଙ୍କ ସହ ଅନ୍ୟ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ସଞ୍ଜୟ ।

ସେହିପରି ଆହୁରି ମଧ୍ୟ ସଞ୍ଜୟ କହିଛନ୍ତି, ବ୍ରିଜଭୂଷଣ ସଭାପତି ପଦରୁ ହଟିବା ପରେ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିସାରିଛନ୍ତି । ତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ମଧ୍ୟ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରି ସାରିଛନ୍ତି । ଯଦି ଉଭୟ ସନ୍ନ୍ୟାସ ଘୋଷଣା କରିସାରିଛନ୍ତି, ତେବେ ଉଭୟ ନୂଆ ସଂଘକୁ କାମ କରିବାକୁ ଦିଅନ୍ତୁ । ଯେତେବେଳେ କୌଣସି ଜାତୀୟ ଇଭେଣ୍ଟ୍‌ ଆରମ୍ଭ ହେବାକୁ ଯାଉଛି, ସେତେବେଳେ ଏପରି ଘଟଣା ପିଲାଙ୍କ ଭବିଷ୍ୟତକୁ ଖରାପ କରିବ । ସେମାନେ ଏହି ପ୍ରସଙ୍ଗ ସରକାରଙ୍କ ନିକଟରେ ରଖିବେ ଓ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଦାବି କରିବେ ବୋଲି ସଞ୍ଜୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ‘ଫେରସ୍ତ ନେବିନି ପଦ୍ମଶ୍ରୀ, କୌଣସି ଆଓ୍ବାର୍ଡ ଆମ ଭଉଣୀଙ୍କ ସମ୍ମାନଠାରୁ ବଡ଼ ନହେଁ ’

ତେବେ ସରକାରଙ୍କ ଏହି ନିଷ୍ପତ୍ତି ଆସିବା ପରେ ନବ ନିର୍ବାଚିତ ସଂଘର କାର୍ଯ୍ୟକର୍ତ୍ତା ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ କୋର୍ଟଙ୍କ ଦ୍ବାରସ୍ଥ ହେବା ସମ୍ପର୍କରେ କେହି କାର୍ଯ୍ୟକର୍ତ୍ତା କିଛି ପ୍ରତିକ୍ରିୟା ରଖିନଥିଲେ । ବ୍ରିଜଭୂଷଣ ମଧ୍ୟ ପ୍ରେସମିଟ କରି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିସାରିଛନ୍ତି ।

ବ୍ରିଜଭୂଷଣ କହିଥିଲେ କୋର୍ଟ ଯିବା ସମ୍ପର୍କରେ ସେମାନେ (ନିର୍ବାଚିତ କାର୍ଯ୍ୟକର୍ତ୍ତା) ନିଷ୍ପତ୍ତି ନେଇପାରନ୍ତି । କିନ୍ତୁ ତାଙ୍କର କୁସ୍ତି ସହିତ କୌଣସି ସମ୍ପର୍କ ନାହିଁ । ସେ ହେଉଥିବା ଅଭିଯୋଗ ଅନୁସାରେ, ସଞ୍ଜୟଙ୍କ ସହ ତାଙ୍କ ସମ୍ପର୍କକୁ ଖଣ୍ଡନ କରିଥିବା ବେଳେ ସଞ୍ଜୟ ମଧ୍ୟ ବ୍ରିଜଭୂଷଣଙ୍କ ସହ ତାଙ୍କ ସମ୍ପର୍କ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହାରି ମଧ୍ୟରେ ଏବେ କୁସ୍ତି ସଂଘର ପରିଚାଳନା ଦାୟିତ୍ବ ଭାରତୀୟ ଅଲମ୍ପିକ୍ସ ସଂଘ କାନ୍ଧରେ ନ୍ୟସ୍ତ କରିଛି କ୍ରୀଡା ମନ୍ତ୍ରଣାଳୟ । ଅଲମ୍ପିକ୍ସ ସଂଘ ଏବେ ଏକ ଅନ୍ତରୀଣ କମିଟି ଗଠନ କରି କୁସ୍ତିର ସମସ୍ତ ପରିଚାଳନା ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.