ETV Bharat / bharat

Cow Slaughter Prohibition Act: କ୍ୟାବିନେଟ ବୈଠକରେ ହେବ ଗୋ ହତ୍ୟା ନିଷେଧ ନିୟମ ଚର୍ଚ୍ଚା

କର୍ଣ୍ଣାଟକରେ ଲାଗୁ ହୋଇପାରେ 1964 ଗୋହତ୍ୟା ନିଷେଧ ନିୟମ । କ୍ୟାବିନେଟରେ ଚର୍ଚ୍ଚା ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଅଧିକ ପଢନ୍ତୁ

Karnataka: ଗୋହତ୍ୟା ନିଷେଧ ନିୟମ ନେଇ କ୍ୟାବିନେଟ ମିଟିଂରେ ହେବ ଚର୍ଚ୍ଚା

author img

By

Published : Jun 5, 2023, 9:40 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଲାଗୁ ହୋଇପାରେ ଗୋହତ୍ୟା ନିଷେଧ ଆଇନ । ଆଜି ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସୂଚନା ଦେଇଛନ୍ତି । ଦେବନଗରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇ କହିଛନ୍ତି, ରାଜ୍ୟରେ ଗୋହତ୍ୟା ନିଷେଧ ଆଇନ ଲାଗୁ କରାଯିବା ଉପରେ କ୍ୟାବିନେଟ ବୈଠକରେ ଚର୍ଚ୍ଚା କରାଯାଇପାରେ । 1964 ଗୋହତ୍ୟା ଅଧିନିୟମ ଅନୁସାରେ, 12 ବର୍ଷରୁ ଅଧିକ ବୟସ୍କ ଗୋରୁ, ଜନ୍ମ କରୁନଥିବା ଗୋରୁ ଓ ଅଣଚାଷଯୋଗ୍ୟ ଗୋରୁଙ୍କୁ ବଦ୍ଧ କରାଯିବା ଉପରେ କୌଣସି ପ୍ରତିବନ୍ଧକ ନାହିଁ । ସରକାର କ୍ୟାବିନେଟ ବୈଠକରେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବେ । ଆବଶ୍ୟକ ପଡିଲେ ଏହା ରାଜ୍ୟରେ ଲାଗୁ କରାଯିବା ନେଇ ମଧ୍ୟ ବିଚାର କରାଯାଇପାରେ ।

ଗଣମାଧ୍ୟମକୁ ସୂଚନା ଦେଇ ସିଦ୍ଧରମୈୟା କହିଛନ୍ତି, ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ । ଏହି ପ୍ରସଙ୍ଗ କ୍ୟାବିନେଟ ବୈଠକରେ ଚର୍ଚ୍ଚା ହେବ । ରାଜ୍ୟ ପଶୁପାଳନ ମନ୍ତ୍ରୀ ଭେଙ୍କଟେଶ ଏହା ଉପରେ କିଛ ସ୍ପଷ୍ଟ କରିନାହାନ୍ତି । ତେଣୁ ଏହା ଏପର୍ଯ୍ୟନ୍ତ ଆଲୋଚନା ହୋଇନାହିଁ । କ୍ୟାବିନେଟ ବୈଠକରେ ରାଜ୍ୟରେ ଏହି ଲାଗୁ କରିବା ପାଇଁ ବିଚାର ବିମର୍ଶ କରାଯାଇପାରେ । ତା ପରେ ସରକାର କୌଣସି ନିଷ୍କର୍ସରେ ପହଞ୍ଚିପାରନ୍ତି ।

ଜୁଲାଇ 7 ତାରିଖରୁ ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସିଦ୍ଧରମୈୟାଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରର ଏହା ପ୍ରଥମ ବଜେଟ ହେବ । ତେବେ ନିର୍ବାଚନ ପୂର୍ବରୁ ଦଳ କରିଥିବା ପ୍ରତିଶୃତି ପୂରଣ କରିବା ଦିଗରେ ଏକାଧିକ ଘୋଷଣା ଏହି ବଜେଟ ଅଧିବେଶନ ଜରିଆରେ ହୋଇପାରେ । ଉପସ୍ଥାପିତ ହେବାକୁ ଥିବା ବଜେଟରେ କଂଗ୍ରେସ ସରକାର କରିଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଓ ଏକ ବିକାଶଉନ୍ମୁଖୀ ବଜେଟ ଉପସ୍ଥାପନ କରିବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି । କ୍ଷମତାକୁ ଆସିବା ପରେ କଂଗ୍ରେସ ସରକାରର ଏହା ପ୍ରଥମ ବଜେଟ ହୋଇଥିବାରୁ ସମଗ୍ର ରାଜ୍ୟବାସୀଙ୍କ ନଜର ଏହି ବଜେଟ ଉପରେ ରହିଛି ।

ଚଳିତ ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ଓ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ସିଦ୍ଧରମୈୟା ପ୍ରଥମ ଥର ଦେବନଗରୀ ଗସ୍ତ କରିଛନ୍ତି । ସେ ସେଠାରେ ଜିଲ୍ଲା ପଞ୍ଚାୟତ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି । ସ୍ଥାନୀୟ ପ୍ରସଙ୍ଗ ଓ ସମସ୍ୟା ନେଇ ସେ ସ୍ଥାନୀୟ ଜନପ୍ରତିନିଧି ଓ ସାଧାରଣ ଜନତାଙ୍କ ସହ ମଧ୍ୟ ଆଲୋଚନା କରିବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.