ଶିଲଙ୍ଗ: ଉତ୍ତରପୂର୍ବାଞ୍ଚଳ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି( PM Modi in Meghalaya ) । ଆଜି ତ୍ରିପୁରା ଓ ମେଘାଳୟ ଗସ୍ତ କରି ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମେଘାଳୟ ପ୍ରକୃତି ଓ ସଂସ୍କୃତିରେ ସମୃଦ୍ଧ ପ୍ରଦେଶ । ମେଘାଳୟର ବିକାଶ ଉତ୍ସବରେ ସାମିଲ ହେବାର ସୁଯୋଗ ମିଳିଛି । ବିକାଶରେ ବାଧା ସୃଷ୍ଟି କଲେ ତାଙ୍କୁ ରେଡ କାର୍ଡ ଦେଖାଇ ଆଉଟ କରିଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
-
In the last eight years, we have shown 'Red Card' to the obstacles in way of development in the North East. pic.twitter.com/hhUXVBMg3Z
— PMO India (@PMOIndia) December 18, 2022 " class="align-text-top noRightClick twitterSection" data="
">In the last eight years, we have shown 'Red Card' to the obstacles in way of development in the North East. pic.twitter.com/hhUXVBMg3Z
— PMO India (@PMOIndia) December 18, 2022In the last eight years, we have shown 'Red Card' to the obstacles in way of development in the North East. pic.twitter.com/hhUXVBMg3Z
— PMO India (@PMOIndia) December 18, 2022
ଫୁଟବଲ ମ୍ୟାଚରେ ଯଦି ଭାବନା ବିରୋଧୀ କିଛି କାର୍ଯ୍ୟ କରାଯାଏ ତାଙ୍କୁ ରେଡ କାର୍ଡ ଦେଖାଯାଏ । ସେହିପରି ଗତ 8 ବର୍ଷ ଭିତରେ ବିକାଶରେ ବାଧା ସୃଷ୍ଟି କରିଥିବା ସମସ୍ତଙ୍କୁ ରେଡ କାର୍ଡ ଦେଖାଯାଇ ଆଉଟ କରାଯାଇଛି । ଭଷ୍ଟ୍ରାଚାର, ଭେଦଭାବ, ହିଂସା ଓ ଭୋଟ ବ୍ୟାଙ୍କ ରାଜନୀତିକୁ ବାହାର କରିବାକୁ ଆମେ ସର୍ବଦା ପ୍ରୟାସ କରୁଛୁ । କ୍ରୀଡାକୁ ନେଇ କେନ୍ଦ୍ର ସରକାର ଆଜି ନୂଆ ଦିଗକୁ ବଢୁଛନ୍ତି ଯାହାର ଲାଭ ଉତ୍ତରପୂର୍ବାଞ୍ଚଳକୁ ହୋଇଛି । ଦେଶର ପ୍ରଥମ ସ୍ପୋର୍ଟ୍ସ ୟୁନିଭର୍ସିଟି ଉତ୍ତରପୂର୍ବାଞ୍ଚଳରେ ରହିଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,'' ବିକାଶ କେବଳ ବଜେଟ,ଟେଣ୍ଡର, ଶିଳାନ୍ୟାସ, ଉଦଘାଟନରେ ସୀମିତ ନୁହେଁ । ଏହା 2014 ମସିହାରେ ମଧ୍ୟ ହେଉଥିଲା । ଫିତା କଟା ଯାଉଥିଲା, ନେତା ମାଳ ପିନ୍ଧୁଥିଲେ, ନାରା ଦିଆଯାଉଥିଲା ତେବେ ଆଜି କଣ ବଦଳିଛି । ପରିବର୍ତ୍ତନ ଉଦ୍ଦେଶ୍ୟରେ ଆସିଛି, ସଂକଳ୍ପରେ ପ୍ରାଥମିକତାରେ କାର୍ଯ୍ୟସଂଯୁକ୍ତିରେ ପ୍ରକ୍ରିୟାରେ ପରିଣାମରେ ପରିବର୍ତ୍ତନ ଆସିଛି ।''
ଡିଜିଟାଲ ଲାଭକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଉତ୍ତରପୂର୍ବାଞ୍ଚଳର ଯୁବଶକ୍ତିଙ୍କ ପାଇଁ ଡିଜିଟାଲ ଯୋଗାଯୋଗ କ୍ଷେତ୍ରରେ ନୂଆ ଅବସର ମିଳିଛି । କେବଳ କଥାବାର୍ତ୍ତା ଉନ୍ନତ ହୋଇନାହିଁ ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିଛି ଡିଜିଟାଲ ସଂଯୋଗ । ଆଜି ଉତ୍ତରପୂର୍ବାଞ୍ଚଳ ଆମକୁ ବିବାଦର ସୀମା ନୁହେଁ ବିକାଶ କରିଡର ତିଆରି କରିବାକୁ ବଳ ଦେଉଛି । 8 ବର୍ଷରେ ଅନେକ ସଂଗଠନ ହିଂସା ରାସ୍ତା ଛାଡି ସ୍ଥାୟୀ ଶାନ୍ତିର ରାସ୍ତା ଆପଣେଇଛନ୍ତି । ସୁରକ୍ଷା ସମୃଦ୍ଧିର ଦ୍ବାର ଆମ ଉତ୍ତରପୂର୍ବାଞ୍ଚଳ ।''
ପ୍ରକାଶ ଥାଉ କି, ପ୍ରାୟ 2450 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ 4Gଜି ମୋବାଇଲ ଟାଓ୍ବାର ଉତ୍ସର୍ଗ କରିଛନ୍ତି ମୋଦି । ଉମସୱାଲିରେ ଆଇଆଇଏମ ଶିଲଙ୍ଗର ଏକ ନୂଆ କ୍ୟାମ୍ପସ, ଶିଲଙ୍ଗ-ଡିଏଙ୍ଗପାସୋ ଓ ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶରେ ଚାରୋଟି ସଡକ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ଛତୁ ଉତ୍ପାଦନକାରୀଙ୍କ ପାଇଁ ସ୍ପନ୍ ଲାବୋରେଟୋରୀ ଓ ଛତୁ ଉତ୍ପାଦନ କେନ୍ଦ୍ରର ଉଦଘାଟନ କରିଛନ୍ତି । ମିଜୋରାମ, ମଣିପୁର, ତ୍ରିପୁରା ଏବଂ ଆସାମରେ 21ଟି ହିନ୍ଦୀ ଲାଇବ୍ରେରୀକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି ।