ETV Bharat / bharat

PM Address ISRO: ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସ୍ଥାନର ନାଁ ଏଣିକି ଶିବଶକ୍ତି ଭାବେ ଜାଣିବ ବିଶ୍ବ - ବୈଜ୍ଞାନିକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଇସ୍ରୋରେ ପହଞ୍ଚି ବୈଜ୍ଞାନିକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି । ଚନ୍ଦ୍ରଯାନ-3 ଅବତରଣ କରିଥିବା ସ୍ଥାନର ନାମକୁ ଶିବଶକ୍ତି ନାମକରଣ କଲେ । ଅଧିକ ପଢନ୍ତୁ

Prime Minister Narendra Modi at ISRO
Prime Minister Narendra Modi at ISRO
author img

By ETV Bharat Odisha Team

Published : Aug 26, 2023, 9:32 AM IST

Updated : Aug 26, 2023, 4:58 PM IST

ଚନ୍ଦ୍ରଯାନ-3 ଲ୍ୟାଣ୍ଡିଂ ସ୍ଥାନର ନାଁ ଏଣିକି ଶିବଶକ୍ତି ଭାବେ ଜାଣିବ ବିଶ୍ବ

ବେଙ୍ଗାଲୁରୁ: ବିଦେଶ ଗସ୍ତରୁ ଫେରି ଇସ୍ରୋ ବୈଜ୍ଞାନିକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ଶନିବାର) ସକାଳେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-3ର ସଫଳ ଅବତରଣ ପାଇଁ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚନ୍ଦ୍ରଯାନ-3 ମିଶନ ସହ ଜଡିତ ସମସ୍ତ ବୈଜ୍ଞାନିକଙ୍କ ପ୍ରଶଂସା କରି କହିଛନ୍ତି, ''ମୁଁ ଆପଣଙ୍କର ଯେତେ ଗୁଣଗାନ କଲେ, ତାହା କମ୍ ହେବ । ଆମେ ସେଠି ପହଞ୍ଚିଛୁ ଯେଉଁଠି ଅନ୍ୟ କେଉଁ ଦେଶ ପହଞ୍ଚି ପାରିନାହିଁ ଏବଂ ଯାହା ହାସଲ କରିଛୁ ଅନ୍ୟ କେହିବି ହାସଲ କରିନାହାନ୍ତି ।''

ବୈଜ୍ଞାନିକଙ୍କୁ ସମ୍ବୋଧନ ସମୟରେ ଚନ୍ଦ୍ରଯାନ-3ର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଆଜିର ଭାରତ, ନୂତନ ଭାରତ, ଯାହା ଭିନ୍ନ ଭିନ୍ନ ଉପାୟରେ ଚିନ୍ତା କରେ । ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ବର ଅନେକ ସମସ୍ୟାର ସମାଧାନ କରିବ । ମୁଁ ଆପଣଙ୍କ ଗହଣରେ ଥିବାରୁ ବହୁତ ଖୁସି ଅନୁଭବ କରୁଛି । ଏହି ଖୁସି ବିରଳ ଅଟେ । ମୁଁ ଦକ୍ଷିଣ ଆଫ୍ରିକାରେ ଥିଲି ଏବଂ ପରେ ଗ୍ରୀସ ଯାଇଥିଲି, କିନ୍ତୁ ମୋର ମନ ଆପଣଙ୍କ ପାଖରେ ଥିଲା । ମୁଁ ଆପଣଙ୍କ ଆଗରେ ମୁଣ୍ଡ ନୁଆଁଇବାକୁ ଚାହୁଁଛି ।

ଚନ୍ଦ୍ରଯାନ ଅବତରଣ ସ୍ଥାନର ନାଁ ଶିବଶକ୍ତି: ଭାରତ ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଛି । ଚନ୍ଦ୍ରଯାନ-3 ଅବତରଣ କରିଥିବା ସ୍ଥାନର ଆଜି ନୂଆ ନାଁ ଦେଇଛନ୍ତି ମୋଦି । ଚନ୍ଦ୍ରଯାନ-3 ଯେଉଁଠି ଅବତରଣ କରିଥିଲା ସେହି ସ୍ଥାନର ନାମ ଶିବଶକ୍ତି ଓ ଚନ୍ଦ୍ରଯାନ-2ର ପଦଚିହ୍ନ ସ୍ଥଳକୁ ତ୍ରିରଙ୍ଗା ନାମ ରଖିଛନ୍ତି ।

ଅଗଷ୍ଟ 23 ଜାତୀୟ ମହାକାଶ ଦିବସ: ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁଦିନ ଭାରତର ଚନ୍ଦ୍ରଯାନ-3 ଚନ୍ଦ୍ରରେ ଅବତରଣ କରିଥିଲା ଅର୍ଥାତ ଅଗଷ୍ଟ 23 ତାରିଖକୁ ପ୍ରତିବର୍ଷ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Chandrayaan-3 Success: ବେଙ୍ଗାଲୁରୁରେ ମୋଦି, ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଜଣାଇବେ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଇସ୍ରୋ ମୁଖ୍ୟ ସୋମନାଥଙ୍କୁ କହିଛନ୍ତି ଯେ, ମୁଁ ଆପଣଙ୍କୁ ସଲାମ କରିବାକୁ ଚାହୁଁଥିଲି । ଆପଣଙ୍କ ପରିଶ୍ରମ ଏବଂ ଉତ୍ସାହକୁ ସଲାମ କରୁଛି । ମୋତେ ଅଗଷ୍ଟ 23 ତାରିଖର ପ୍ରତିଟି ମୁହୁର୍ତ୍ତ ମନେ ଅଛି, ଯେତେବେଳେ ଚନ୍ଦ୍ରୟାନ -3 ଚନ୍ଦ୍ରରେ ପହଞ୍ଚିଥିଲା । ଯେତେବେଳେ ଚନ୍ଦ୍ରଯାନ 3 ସଫ୍ଟ ଲ୍ୟାଣ୍ଡିଂ କରିଥିଲା ସେହି ସମୟରେ ISROରେ ଖୁସିର ଉତ୍ସବ ଆରମ୍ଭ ହୋଇଯାଇଥିଲା । ପୁରା ଦେଶ ଖୁସିରେ ଝୁମି ଉଠିଥିଲା । ଏହା ମୁଁ ଭୁଲି ପାରିବି ନାହିଁ । ପ୍ରତ୍ୟେକ ଭାରତୀୟ ଅନୁଭବ କରିଥିଲେ ଯେ ଏକ ବଡ ପରୀକ୍ଷା ପାସ ହୋଇଯାଇଛନ୍ତି । ଏହା ଆପଣଙ୍କ କଠିନ ପରିଶ୍ରମ ଓ ଉଦ୍ୟମ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Last Updated : Aug 26, 2023, 4:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.