ETV Bharat / bharat

ପୋଲିସ କ୍ୟାମ୍ପ କରୁଥିବାରୁ ସ୍କୁଲ ଜାଳିଦେଲୁ: ମାଓନେତା ପ୍ରମୋଦ ମିଶ୍ରା - ଭାକପା ମାଓବାଦୀ ସଂଗଠନ

ମୋଷ୍ଟ ୱାଣ୍ଟେଡ ମାଓ ନେତା ପ୍ରମୋଦ ମିଶ୍ରା ଗିରଫ ହୋଇଛି । ଭାକପା ମାଓବାଦୀ ସଂଗଠନର ଟପ୍ ଲିଡର ଭାବେ ଜଣାଶୁଣା ପ୍ରମୋଦର ମୁଣ୍ଡ ପିଛା 1 କୋଟି ଅର୍ଥରାଶିର ପୁରସ୍କାର ରହିଥିଲା । ଅଧିକ ପଢନ୍ତୁ

ମୋଷ୍ଟ ୱାଣ୍ଟେଡ ମାଓ ନେତା ପ୍ରମୋଦ ମିଶ୍ରା ଗିରଫ

author img

By

Published : Aug 12, 2023, 9:56 PM IST

ପାଟଣା: ଗୟା ପୋଲିସକୁ ମିଳିଛି ବଡ଼ ସଫଳତା। ଗତ 2 ଦିନ ପୂର୍ବେ ପୋଲିସ ଓ ଯବାନଙ୍କ କୁମ୍ବିଂ ଅପରେସନରେ ଟପ୍ ମାଓନେତା ପ୍ରମୋଦ ମିଶ୍ରାକୁ ଗିରଫ କରାଯାଇଛି । ପ୍ରମୋଦ ମିଶ୍ରା ସମେତ ଆଉ ଜଣେ ସହଯୋଗୀକୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ପରେ ଅନ୍ୟ ସ୍ଥାନମାନଙ୍କରେ ଚଢାଉ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗିରଫ ହେବା ପରେ କୁଖ୍ୟାତ ମାଓ ନେତା ପ୍ରମୋଦ ମିଶ୍ରାର ବୟାନ ସାମନାକୁ ଆସିଛି। ସିଧାସଳଖ ସରକାରଙ୍କୁ ଟାର୍ଗେଟ କରି ବର୍ଷିଛି ପ୍ରମୋଦ।

ସୂଚନା ଅନୁସାରେ, ଭାକପା ମାଓବାଦୀ ସଂଗଠନର ଟପ୍ ଲିଡର ଭାବେ ଜଣାଶୁଣା ପ୍ରମୋଦ ମିଶ୍ରାର ମୁଣ୍ଡ ପିଛା 1 କୋଟି ଅର୍ଥ ରାଶିର ପୁରସ୍କାର ରହିଥିଲା। ପୂର୍ବରୁ ବିହାରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଘଟାଇ ସ୍କାନରକୁ ଆସିଥିଲା ପ୍ରମୋଦ। ତେବେ ଗିରଫ ହେବା ପରେ ପ୍ରତିକ୍ରିୟା ରଖି ପ୍ରମୋଦ କହିଛି, 'ସେହି ସ୍କୁଲ ସୁରକ୍ଷାବଳ ଓ ପୋଲିସମାନଙ୍କ ଆଶ୍ରୟସ୍ଥଳୀ ଥିଲା। ଯେଉଁଠାରେ କ୍ୟାମ୍ପ କରି ଯବାନମାନେ କୁମ୍ବିଂ ଅପରେସନ କରୁଥିଲେ। ସେଥିପାଇଁ ସ୍କୁଲକୁ ଜାଳିଥିଲେ ମାଓବାଦୀ ।"

ସେପଟେ ପପଚରାଉଚରା ସମୟରେ ମଣିପୁର ହିଂସା ପ୍ରସଙ୍ଗ ଉଠାଇଛି ଟପ୍ ମାଓନେତା ପ୍ରମୋଦ ମିଶ୍ରା। ପ୍ରମୋଦ ପ୍ରଶ୍ନ କରିଛି, "ମଣିପୁରରେ ଭୟଙ୍କର ହିଂସା ଜାରି ରହିଥିବାବେଳେ ବିରୋଧୀଙ୍କର ଆଖି ଦୃଶିଆ ପ୍ରତିବାଦ ନାହିଁ କାହିଁକି?" ଏହାସହ ସେ କହିଛି, "ଏସବୁ ଦେଖିଲେ ଏମିତି ଲାଗୁଛି, ଯେ ବିରୋଧୀ ମଧ୍ୟ ବିଜେପି ସରକାରକୁ ସମର୍ଥନ ଦେବାରେ ଲାଗିଛନ୍ତି।"

ଏହା ବି ପଢନ୍ତୁ...ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ ହୋଇଛି: ଅମିତ ଶାହ

ଏହାସହ ଇଷ୍ଟର୍ଣ୍ଣ ଜୋନାଲ କମାଣ୍ଡ ମାଓ ନେତା ସନ୍ଦୀପ ଯାଦବଙ୍କ ବିୟୋଗ କଥା ମଧ୍ୟ କହିଛି କୁଖ୍ୟାତ ମାଓନେତା ପ୍ରମୋଦ ମିଶ୍ରା। ବିହାର, ଝାଡଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ ରୁ ଆରମ୍ଭ କରି ଉତ୍ତର-ପୂର୍ବ ରାଜ୍ୟ ଗୁଡିକରେ ପତିଆରା ଜାହିର କରିଥିଲା ସନ୍ଦୀପ ଯାଦବ। ଯାହାକୁ ବିହାରରେ ନକ୍ସଲ ମାନେ "ବଡ଼ ସର୍ଦ୍ଦାର" ର ଆଖ୍ୟା ଦେଇଥିଲେ। ତେଣୁ ସନ୍ଦୀପର ଦେହନ୍ତ ପରେ ମାଓ ସଂଗଠନ ଦୁର୍ବଳ ହୋଇପଡିଥିବା ପ୍ରକାଶ କରିଛି ପ୍ରମୋଦ ମିଶ୍ରା।

ଖାଲି ସେତିକି ନୁହେଁ, କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବିଜେପି ଉପରେ ବର୍ଷଛି ମାଓ ନେତା ପ୍ରମୋଦ। ବର୍ତ୍ତମାନର ସରକାର ଜନସାଧାରଣଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ କରିଛି । ସେ କହିଛି, "ବଡ଼ ବଡ଼ ଶିଳ୍ପପତିଙ୍କ ସହ ସରକାର ହାତ ମିଳାଇଛନ୍ତି। ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି। ତେଣୁ ଏସବରୁ ମୁକ୍ତି ପାଇଁ ଏକମାତ୍ରା ରାସ୍ତା ହେଉଛି ମାର୍କ୍ସବାଦ । ଯାହାକି ନୂତନ ଗଣତନ୍ତ୍ରର ମୂଳଦୂଆ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.