ETV Bharat / bharat

ଗେହେଲଟଙ୍କୁ ମୋଦିଙ୍କ ପ୍ରଶଂସା ପରେ ସଚିନଙ୍କ ତେରଚ୍ଛା ବାଣ : କହିଲେ ଗୁଲାମ ନବୀଙ୍କ କ୍ଷେତ୍ରରେ କଣ ଘଟିଥିଲା ତାହା ସମସ୍ତେ ଜାଣନ୍ତି

ଗେହେଲଟଙ୍କୁ ମୋଦିଙ୍କ ପ୍ରଶଂସା ପରେ ପାଇଲଟଙ୍କ କଟାକ୍ଷ । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କୁ ପରୋକ୍ଷରେ କଟାକ୍ଷ କଲେ ସଚିନ ପାଇଲଟ (Pilots dig at Gehlot over Modi praise)। କହିଲେ ଗୁଲାମ ନବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶାଂସା ପରେ ଯାହା ଘଟିଥିଲା ସମସ୍ତେ ଜାଣନ୍ତି । ଅଧିକ ପଢନ୍ତୁ

author img

By

Published : Nov 2, 2022, 7:53 PM IST

ଗେହେଲଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା ପରେ କଟାକ୍ଷ କଲେ ପାଇଲଟ: କହିଲେ ଗୁଲାମ ନବୀଙ୍କ କ୍ଷେତ୍ରରେ କଣ ହେଲା ତାହା ସମସ୍ତେ ଜାଣନ୍ତି

ଜୟପୁର: ଗେହେଲଟଙ୍କୁ ମୋଦିଙ୍କ ପ୍ରଶଂସା ପରେ ସଚିନଙ୍କ ତେରଚ୍ଛା ବାଣ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ଗେହେଲଟଙ୍କୁ ପରୋକ୍ଷ ଟାର୍ଗେଟ କରିଛନ୍ତି ଦଳର ଅନ୍ୟତମ ଚର୍ଚ୍ଚିତ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଟଲ (Pilots dig at Gehlot over Modi praise)। ସଚିନ ପାଇଲଟ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସାକୁ ସମାଲୋଚନା କରିବାକୁ ଯାଇ ଦଳରୁ ନିକଟରେ ଇସ୍ତଫା ଦେଇଥିବା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ଉଦାହରଣ ଦେବାକୁ ଭୁଲି ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆଜାଦଙ୍କୁ ପ୍ରଶଂସା କରିବା ପରେ କ’ଣ ଘଟିଥିଲା ତାହା ସମସ୍ତେ ଦେଖିଛନ୍ତି ବୋଲି ପାଇଲଟ କହିଛନ୍ତି ।

ଜୟପୁରରେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ରଖି ପାଇଲଟ କହିଛନ୍ତି,‘‘ରାଜ୍ୟସଭାରୁ କାର୍ଯ୍ୟକାଳ ସରିବା ବେଳେ ତତ୍କାଳୀନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପୁଳ ପ୍ରଶଂସା କରିଥିଲେ । ତେବେ ପ୍ରଶଂସା ପରେ ଗୁଲାମ ନବୀ ଆଜାଦଙ୍କ କ୍ଷେତ୍ରରେ କ’ଣ ହେଲା ତାହା ଆମେ ସମସ୍ତେ ଦେଖିଛନ୍ତି । ତେବେ ଗତକାଲି ଯେଉଁ ଘଟଣା ଘଟିଛି, ତାହା ମଧ୍ୟ ଉତ୍ସାହଜନକ, ଏହାକୁ ହାଲୁକା ଭାବେ ନେବା ଆଦୌ ଉଚିତ ନୁହେଁ ।’’

ଗତକାଲି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ମୋଦି, ରାଜସ୍ଥାନର ମଙ୍ଗଗଢ ଧାମ ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ସହ ଗୋଟିଏ ମଞ୍ଚରେ ନଜର ଆସିଥିଲେ । ମୁଖ୍ୟମନ୍ତ୍ରୀ ଗେହେଲଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିବା ବେଳେ ମୋଦି ମଧ୍ୟ ଅନୁରୂପ ଭାବେ ଗେହେଲଟଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା । ଗେହେଲଟ କହିଥିଲେ,‘‘ ଯେତେବେଳେ ପ୍ରଧାନମନ୍ତ୍ରୀ ବିଦେଶ ଯାତ୍ରାରେ ଯାଆନ୍ତି, ସେତେବେଳେ ତାଙ୍କୁ ଭବ୍ୟତାର ସହ ସ୍ବାଗତ କରାଯାଏ । କାରଣ ସେ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ, ଯେଉଁଠି ତୃଣମୂଳ ସ୍ତରରେ ମଧ୍ୟ ଲୋକତନ୍ତ୍ରର ଅସ୍ଥିତ୍ବ ରହିଛି । ପ୍ରଧାନମନ୍ତ୍ରୀଙ୍କୁ ବିଦେଶରେ ଏପରି ସ୍ବାଗତ ଓ ସମ୍ବର୍ଦ୍ଧନା ଦେଶବାସୀଙ୍କୁ ଗର୍ବିତ ଅନୁଭବ କରାଏ ।’’

ସେହିପରି ଗେହେଲଟଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦି ଜନସଭାକୁ ସମ୍ବୋଧିତ କରିବା ବେଳେ ସେ ଗୁଜୁରାଟ ମୁଖ୍ଯମନ୍ତ୍ରୀ ଥିବା ସମୟର କିଛି ଘଟଣାବଳୀକୁ ମନେ ପକାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ‘‘ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅଶୋକ ଜୀ ଓ ମୁଁ ଏକାଠି କାମ କରିଛୁ । ତତ୍କାଳୀନ ସମୟରେ ଆମ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସେ ବେଶ ବରିଷ୍ଠ ଓ ଅନୁଭବୀ ନେତା ଥିଲେ । ବର୍ତ୍ତମାନ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସେ ଜଣେ ବରିଷ୍ଠ ମୁଖ୍ଯମନ୍ତ୍ରୀ ।’’

ତେବେ କଂଗ୍ରେସ ହାଇକମାଣ୍ଡ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ଅଶୋକ ଗେହେଲଟଙ୍କୁ ରାଜ୍ୟରେ ଦଳର ଅନ୍ତକନ୍ଦଳ ପାଇଁ ନୀରବ ରହିବାକୁ ପଡିଥିଲା । ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ମନା କରିବା ପରେ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ପଦବୀ ପାଇଁ ଲଢେଇରୁ ଓହରିବାକୁ ପଡିଲା ବୋଲି ମଧ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହୁଏ । ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାକୁ ଗେହେଲଟଙ୍କ ପାରମ୍ପାରିକ ଦଳୀୟ ବିରୋଧୀ କୁହାଯାଉଥିବା ସଚିନ ପାଇଲଟ ଏହାକୁ ସ୍ବାଭାବିକ ଭାବେ ଗ୍ରହଣ କରିପାରି ନାହାନ୍ତି । ଗୁଲାମ ନବୀଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାକୁ କଟାକ୍ଷ କରିଛନ୍ତି ପାଇଲଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.