ETV Bharat / bharat

ପଶ୍ଚିମବଙ୍ଗ ନିର୍ବାଚନ; EVM ସିଲକୁ ନେଇ ଟିଏମସି ଓ ବିଜେପି କର୍ମୀଙ୍କ ଗଣ୍ଡଗୋଳ - Ahead of sealing of EVMs

ନିର୍ବାଚନ ଶେଷ ହେବା ପରେ ପଶ୍ଚିମବଙ୍ଗର ଦମଜୁର ବିଧାନସଭା ଆସନରେ ଗଣ୍ଡଗୋଳ । ଭୋଟଦାନ ଶେଷ ପରେ ମତଦାନ କେନ୍ଦ୍ର ନିକଟରେ ଉଭୟ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

WB polls: Ahead of sealing of EVMs, clash erupts between TMC, BJP
ନିର୍ବାଚନ ଶେଷ ହେବା ପରେ ଦମଜୁରରେ ଟିଏମସି ଓ ବିଜେପି କର୍ମୀଙ୍କ ଗଣ୍ଡଗୋଳ
author img

By

Published : Apr 11, 2021, 9:37 AM IST

କୋଲକାତା: ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଟିଏମସି ଓ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ । ଏଭଳି ଖବର ଆସିଛି ପଶ୍ଚିମବଙ୍ଗର ଦମଜୁର ବିଧାନସଭା ଆସନରୁ । ଭୋଟଦାନ ଶେଷ ପରେ ମତଦାନ କେନ୍ଦ୍ର ନିକଟରେ ଉଭୟ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଗଣ୍ଡଗୋଳ ହୋଇଛି ।

ଶନିବାର ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ କେତେକ ସ୍ଥାନର ବ୍ୟାପକ ହିଂସାକାଣ୍ଡ ସହ ନିର୍ବାଚନ ଶେଷ ହୋଇଛି । ଏ ମଧ୍ୟରେ ପଶ୍ଚିମବଙ୍ଗର ଦମଜୁର ଆସନରୁ ନିର୍ବାଚନ ଲଢୁଥିବା ପୂର୍ବତନ ମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜୀବ ବାନାର୍ଜୀଙ୍କ ଅଭିଯୋଗ ଅନୁଯାୟୀ ଶନିବାର ନିର୍ବାଚନ ଶେଷ ହେବା ପରେ ମତଦାନ କେନ୍ଦ୍ର ନିକଟରେ କେତେକ ଟିଏମସି କର୍ମୀ ବିଜେପି କର୍ମୀଙ୍କୁ ହଠାତ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ମାନେ ସମସ୍ତେ ସଂଖ୍ୟାଲଘୁ ସଂପ୍ରଦାୟର ବୋଲି ରାଜୀବ ବାନାର୍ଜୀ କହିଛନ୍ତି । ଏହାପରେ ଉଭୟ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟ ଉତ୍ତେଜନା ସହ ଗଣ୍ଡଗୋଳ ପରସ୍ଥିତି ସୃଷ୍ଟି ହୋଇଛି । ଶନିବାର ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି ଏହି ପର୍ଯ୍ୟାୟରେ 76.16 ପ୍ରତିଶତ ମତଦାନ ହୋଇଛି ।

ଶନିବାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି ହୋଇଛି । କୁଚବିହାର ଆସନରେ ଟିଏମସି କର୍ମୀ ଓ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟରେ ବ୍ୟାପକ ହିଂସା ସୃଷ୍ଟି ହୋଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଆତ୍ମରକ୍ଷା ପାଇଁ ଗୁଳି ଚଳାଇଛି । ଏହି ଗୁଳିରେ 4 ଜଣ ଟିଏମସି ସମର୍ଥକ ମୃତ୍ୟୁବରଣ କରିଛନ୍ତି । ଏହା ପରେ ଏହି ଘଟଣାକୁ ନେଇ ନିର୍ବାଚନ କମିସନ କଡା ପଦକ୍ଷେପ ନେଇଛି । ହିଂସା ସୃଷ୍ଟି ହୋଇଥିବା କୁଚବିହାରର ସୁତାକୁର୍ଚ୍ଚିର ବୁଥ ନଂ 126କୁ ନିର୍ବାଚନ ସ୍ଥିଗିତ ରଖିଛନ୍ତି ନର୍ବାଚନ କମିସନ ।ଏହା ପୂର୍ବରୁ ନିର୍ବାଚନ କମିସନ ସେହି ଅଞ୍ଚଳରେ ପରବର୍ତ୍ତୀ 72 ଘଣ୍ଟା ପାଇଁ କୌଣସି ରାଜନୈତିକ ଦଳ ବା ନେତା ପ୍ରବେଶ ଉପରେ କଟକଣା ଜାରୀ କରିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.