ETV Bharat / bharat

Train Tragedy: ମୃତକ ସଂଖ୍ୟା କେତେ ? ଦୁର୍ଘଟଣାସ୍ଥଳରେ ମମତା-ଅଶ୍ବିନୀଙ୍କ କଥା କଟାକଟି - ଦୁର୍ଘଟଣା ସ୍ଥଳରେ ମମତା ବାନାର୍ଜୀ

ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗର ମୃତକଙ୍କ ପାଇଁ 5 ଲକ୍ଷ ଅନୁକମ୍ପା ଘୋଷଣା । ମୃତ୍ୟୁସଂଖ୍ୟାକୁ ନେଇ ରେଳ ମନ୍ତ୍ରୀ ବୈଷ୍ଣବଙ୍କ ସହ ଦିଦିଙ୍କ କଥା କଟାକଟି । ଅଧିକ ପଢନ୍ତୁ

Train tragedy: ଦୁର୍ଘଟଣାସ୍ଥଳରେ ମମତା, ପଶ୍ଚିମବଙ୍ଗର ମୃତକଙ୍କ ପାଇଁ 5 ଲକ୍ଷ ଅନୁକମ୍ପା ଘୋଷଣା

author img

By

Published : Jun 3, 2023, 2:02 PM IST

Updated : Jun 3, 2023, 3:27 PM IST

ହାଇଦ୍ରାବାଦ: ବାଲେଶ୍ବର ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବାହ୍ନରେ ଏକ ହେଲିକପ୍ଟରରେ ମମତା ସିଧା ବାଲେଶ୍ବରରେ ଅବତରଣ କରିଥିଲେ । ପରେ ସେ ସେଠାରୁ ବାହାନଗା ଷ୍ଟେସନ ନିକଟବର୍ତ୍ତୀ ଦୁର୍ଘଟଣାସ୍ଥକୁ ଗସ୍ତ କରିଥିଲେ । ସେଠାରେ ସେ ପୂର୍ବରୁ ସ୍ଥିତି ସମୀକ୍ଷା ଜାରି ରଖିଥିବା ରେଳେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିଲେ । ଘଟଣା ନେଇ ଶୋକ ପ୍ରକାଶ କରିବା ସହ ମମତା କହିଥିଲେ, କେନ୍ଦ୍ର ସରକାର ପ୍ରତି ମୃତକଙ୍କୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗର ମୃତକଙ୍କୁ ରାଜ୍ୟ ସରକାର 5 ଲକ୍ଷ ଟଙ୍କାର ଅନୁକମ୍ପା ପ୍ରଦାନ କରିବ ।

  • #WATCH | "Railway provides Rs 10 Lakhs as compensation. We will provide Rs 5 Lakhs each to the people of our state and cooperate and work with the Railways and Odisha Government until the work is complete," says West Bengal CM and former Railways Minister Mamata Banerjee after… pic.twitter.com/p9mzx3pzM1

    — ANI (@ANI) June 3, 2023 " class="align-text-top noRightClick twitterSection" data=" ">

ମମତା କହିଥିଲେ, ଏହି ମୃତକଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ଅଧିକ ଯାତ୍ରୀ ରହିଛନ୍ତି । କେନ୍ଦ୍ର ସରକାର ରେଳ ଦୁର୍ଘଟଣାରେ ମୃତାହତଙ୍କୁ 15 ଲକ୍ଷ ଟଙ୍କା ପ୍ରଦାନ କରିଥାଏ । ଏଥର 10 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ତାଙ୍କ ସରକାର ପ୍ରାଣ ହରାଇଥିବା ବେଙ୍ଗଲବାସୀଙ୍କ ପାଇଁ 5 ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରୁଛନ୍ତି । ତେବେ ମମତାଙ୍କ ଘୋଷଣା ବେଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ । ମୃତ୍ୟୁସଂଖ୍ୟା ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି ।

ଗତାକାଲି ସଂଧ୍ୟାରୁ ଜାରି ରହିଥିବା ଉଦ୍ଧାର ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ସୁଦ୍ଧା ଏବେ ମଧ୍ୟ ଶେଷ ହୋଇନି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ନିର୍ଦ୍ଦେଶ ମିଳିସାରିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ତାମିଲନାଡୁର ମନ୍ତ୍ରୀ ଉଦୟାନିଧିଙ୍କ ସହ ଏକ ଟିମ ମଧ୍ୟ ଓଡିଶା ଆସୁଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାଲେଶ୍ବରରେ ପହଞ୍ଚିଛନ୍ତି । ଏବେ ସୁଦ୍ଧା 261 ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତକଙ୍କ ପାଇଁ 10 ଲକ୍ଷ ଟଙ୍କାର ସହାୟତା ରାଶି ସହ ଆହତଙ୍କ ପାଇଁ 2 ଲକ୍ଷ ଟଙ୍କାର ସହୟତା ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ବାଲେଶ୍ବରରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ କିଛି ତତ୍କାଳ ଘୋଷଣା ମଧ୍ୟ କରିପାରନ୍ତି । ଏହି ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଛି । ମୃତ୍ୟୁସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ, ପୋଲିସ, ଅଗ୍ନିଶମ ଓ ମେଡିକାଲ ଟିମ ସହ ବାୟୁସେନା ହେଲିକପ୍ଟର ମଧ୍ୟ ଉଦ୍ଧାର ଅପରେସନ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 3, 2023, 3:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.