ETV Bharat / bharat

ଦିଦିଙ୍କ ମୁହଁରେ ଲାଗୁନି ଲଗାମ, ନଡ୍ଡାଙ୍କ ନାଁକୁ କଲେ ବିକୃତ - ମମତା ବାନାର୍ଜୀ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଟାର୍ଗେଟ କରିବା ଆଳରେ ଦିଦିଙ୍କ ପାଟିରେ ଲାଗିପାରିନି ଲଗାମ । ନିଜ ସମ୍ବୋଧନରେ ନଡ୍ଡାଙ୍କ ନାଁକୁ ବିକୃତ କରିଛନ୍ତି ମମତା । ଅଧିକ ପଢନ୍ତୁ....

ଦିଦିଙ୍କ ମୁହଁରେ ଲାଗୁନି ଲଗାମ, ନଡ୍ଡାଙ୍କ ନାଁକୁ ବିକୃତ କରି କଲେ ନାମକରଣ

author img

By

Published : Dec 10, 2020, 8:52 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ବାକି ରହିଛି ଆଉ ଅଳ୍ପ କେଇଟା ମାସ । ହେଲେ ଏବେଠୁ ରାଜନୈତିକ ସଂଗ୍ରାମ ଚରମ ସ୍ଥିତିରେ ପହଞ୍ଚିସାରିଛି । ଦୁଇ ଦିବସୀୟ ପଶ୍ଚିମବଙ୍ଗ ଗସ୍ତରେ ବୁଧବାର ପହଞ୍ଚିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରେ ଆକ୍ରମଣ ପରେ ଦଳୀୟ ନେତା କ୍ଷମତାସୀନ ଟିଏମସିକୁ ଟାର୍ଗେଟ କରିଥିବା ବେଳେ ପାଲଟା ଜବାବରେ ଜୋରଦାର ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଦିଦିଙ୍କ ମୁହଁରେ ଲାଗୁନି ଲଗାମ, ନଡ୍ଡାଙ୍କ ନାଁକୁ ବିକୃତ କରି କଲେ ନାମକରଣ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଟାର୍ଗେଟ କରିବା ଆଳରେ ଦିଦିଙ୍କ ପାଟିରେ ଲାଗିପାରିନି ଲଗାମ । ନିଜ ସମ୍ବୋଧନରେ ନଡ୍ଡାଙ୍କ ନାଁକୁ ବିକୃତ କରିଛନ୍ତି ମମତା । ସେ କହିଛନ୍ତି କେତେବେ ଗୃହମନ୍ତ୍ରୀ ଏଠାକୁ ଆସୁଛନ୍ତି ତ ଆଉ କେତେବେଳେ ନଡ୍ଡା, ଚଢା, ଆସିଯାଉଛନ୍ତି । ଯେତେବେଳେ କେହି ଶୁଣିବାକୁ ନଥାନ୍ତି, ସେତେବେଳେ ଏମାନେ ନିଜ କର୍ମୀଙ୍କୁ ନାଟକ କରିବା ପାଇଁ କହୁଛନ୍ତି ।

ମମତା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଏଠାକୁ ଆସିବା ବାଳେ ସେମାନଙ୍କ ସହିତ ସୁରକ୍ଷାକର୍ମୀ ଆସୁଛନ୍ତି । ତେବେ କଣ ପାଇଁ କେହି ତାଙ୍କୁ ଆକ୍ରମଣ କରିବ ବୋଲି ପ୍ରଶ୍ନ କରିଛନ୍ତି ମମତା । ତେବେ ଏହି ଆକ୍ରମଣ ପ୍ରାୟୋଜିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏ ଘଟଣା ବିଷୟରେ ତଦନ୍ତ ପାଇଁ ପୋଲିସକୁ କହିଥିବା ବେଳେ ମିଛ କହୁନାହାନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ମମତା ।

ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡ଼ିକୁ ପଥର ମାଡ଼ ହୋଇଛି। ଏହି ଆକ୍ରମଣରେ ନଡ୍ଡାଙ୍କ ସହ ଥିବା କେତେକ ବିଜେପି ନେତା ଓ କର୍ମୀ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଛି। କୋଲକାତାର ଡାଇମଣ୍ଡ ହାର୍ବର ଗସ୍ତ ସମୟରେ ନଡ୍ଡାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ରିପୋର୍ଟ ମାଗିଛନ୍ତି । ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.