ETV Bharat / bharat

ବଙ୍ଗ ବିଜେପିକୁ ବଡ ଝଟ୍‌କା, TMCକୁ ଫେରିଲେ ସାଂସଦ ଅର୍ଜୁନ ସିଂ

author img

By

Published : May 22, 2022, 6:01 PM IST

Updated : May 22, 2022, 6:25 PM IST

ବଙ୍ଗ ବିଜେପିକୁ ବଡ ଝଟ୍‌କା । TMC କ୍ୟାମ୍ପ୍‌ରେ ଆଉ ଜଣେ ବରିଷ୍ଠ ବିଜେପି ନେତା । TMCକୁ ଫେରିଲେ ବିଜେପି ସାଂସଦ ଅର୍ଜୁନ ସିଂ । 2019ରେ ବିଜେପିରେ ହୋଇଥିଲେ ସାମିଲ । ଅଧିକ ପଢନ୍ତୁ

TMC ରେ ମିଶିଲେ ବିଜେପି ସାଂସଦ ଅର୍ଜୁନ ସିଂ
TMC ରେ ମିଶିଲେ ବିଜେପି ସାଂସଦ ଅର୍ଜୁନ ସିଂ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବିରୋଧୀ BJP ଉପରେ ଭାରି ପଡୁଛି ଶାସକ ତୃଣମୂଳ କଂଗ୍ରେସ । ଗୋଟିଏ ପରେ ଗୋଟିଏ ବିଜେପି ନେତା ଦଳ ଛାଡି TMC ମୁହାଁ ହେବାରେ ଲାଗିଛନ୍ତି । ପଶ୍ଚିମବଙ୍ଗ ବିଜେପି ଉପ ସଭାପତି ତଥା ସାଂସଦ ଅର୍ଜୁନ ସିଂ ତାଙ୍କୁ ଦଳୀୟ କାର୍ଯ୍ୟରେ ଉଚିତ ଗୁରୁତ୍ବ ମିଳୁ ନଥିବା ଅଭିଯୋଗ କରି ରବିବାର ପଦ୍ମ ଛାଡି (ରବିବାର) TMCକୁ ଫେରିଛନ୍ତି । ସେ ପୂର୍ବରୁ 2019ରେ TMC ଛାଡି ବିଜେପିରେ ସାମିଲ ହୋଇଥିଲେ ।

ତୃଣମୂଳ କଂଗ୍ରେସ ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିବା ପରେ TMCରେ ଅର୍ଜୁନ ସିଂ ସାମିଲ ହେବା ସ୍ପଷ୍ଟ ହୋଇସାରିଥିଲା । ପୂର୍ବରୁ ଦଳ ବିରୋଧରେ ଏକାଧିକ ଅଭିଯୋଗ କରିଥିଲେ ସାଂସଦ ଅର୍ଜୁନ ସିଂ । ସେ ଏ ସମ୍ପର୍କରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ସେ ଦଳର ଉପ ସଭାପତି ଭାବେ ଦାୟିତ୍ବରେ ଥିବା ସତ୍ତ୍ବେ ମଧ୍ୟ ତାଙ୍କୁ ସାଙ୍ଗଠନିକ କାର୍ଯ୍ୟରେ ରାଜ୍ୟ ନେତୃବୃନ୍ଦ ଉଚିତ ଗୁରୁତ୍ବ ପ୍ରଦାନ କରୁନଥିବା ଅଭିଯୋଗ କରିଥିଲେ ।

ତେବେ ଗତ କିଛି ମାସ ଧରି ଅସନ୍ତୋଷ ଜାହିର କରି ବାରମ୍ବାର ଅଭିଯୋଗ କରିଆସୁଥିବା ଅର୍ଜୁନ ସିଂଙ୍କ TCMକୁ ଘରବାହୁଡା ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା TMC ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଭେଟିବା ପରେ ସେ ବିଜେପିକୁ ବାଏବାଏ କରିବା ଏକପ୍ରକାର ନିଶ୍ଚିନ୍ତ ହୋଇଥିଲା । ଅର୍ଜୁନ ସିଂଙ୍କ ପୂର୍ବରୁ ରାଜ୍ୟରେ ବିଧାନସଭା ନିର୍ବାଚନରେ TCMର ବିପୁଳ ବିଜୟ ପରେ ମୁକୁଲ ରୟ ଓ ପୂର୍ବତନ ସାଂସଦ ବାବୁଲ ସୁପ୍ରିୟୋ ମଧ୍ୟ ବିଜେପି ଛାଡି ମମତାଙ୍କ କ୍ୟାମ୍ପରେ ସାମିଲ ହୋଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 22, 2022, 6:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.